ଆନ୍ଧ୍ରପ୍ରଦେଶରେ ପ୍ରସ୍ତାବିତ ପୋଲାଭରମ୍‌ ପ୍ରକଳ୍ପ ମାମଲା, ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ ଙ୍କ ନିର୍ଦ୍ଦେଶ

ଦିଲ୍ଲୀ(କେନ୍ଯୁଜ୍) : ଆନ୍ଧ୍ରପ୍ରଦେଶରେ ପ୍ରସ୍ତାବିତ ପୋଲାଭରମ୍‌ ପ୍ରକଳ୍ପର ବ୍ୟାକ୍‌ ଓ୍ଵାଟର୍‌ ଦ୍ୱାରା କେଉଁ ରାଜ୍ୟ କେତେ କ୍ଷତିଗ୍ରସ୍ତ ହେବେ । କେତୋଟି ରାଜ୍ୟ କ୍ଷତିଗ୍ରସ୍ତ ହେବେ ସେନେଇ ସବିଶେଷ ରିପୋର୍ଟ ଦେବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଆଡିସିନାଲ୍‌ ସଲିସିଟର ଜେନେରାଲ ପିଙ୍କି ଆନନ୍ଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ରିପୋର୍ଟ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.