ଦିଲ୍ଲୀ ପ୍ରଗତି ଟନେଲ ଲୁଟ୍ ଘଟଣା: ଲୁଟେରା ଗ୍ୟାଙ୍ଗକୁ ଧରାଇଦେଲା ବାଇକ୍ , ୫ ଗିରଫ
ଦିଲ୍ଲୀ ପ୍ରଗତି ମଇଦାନ ଟନେଲ ନିକଟରେ ହୋଇଥିବା ଲୁଟ୍ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଲୁଟ୍ ସମୟରେ ଯେଉଁ ବାଇକ୍ ବ୍ୟବହାର କରିଥିଲେ ଲୁଟେରା ସେହି ବାଇକ ସେମାନଙ୍କୁ ଧରା ପକାଇ ଦେଇଛି । ଗତକାଲି ସେମାନେ ଡେଲିଭରୀ ଏଜେଣ୍ଟ ଠାରୁ ୨ ଲକ୍ଷ ଟଙ୍କା ଲୁଟିନେଇଥିଲେ । ଯାହାର ଭିଡିଓ ଭାଇରଲ ହୋଇଥିଲା ।
ଦିଲ୍ଲୀ ପ୍ରଗତି ମଇଦାନ ଅଣ୍ଡରପାସ ନିକଟରେ ଗତକାଲି ହୋଇଥିବା ଲୁଟ୍ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ଲୁଟ୍ର ମାଷ୍ଟରମାଇଣ୍ଡ ନିଜ ସାଥିଙ୍କ ସହିତ ବୁରାଡୀ ଅଞ୍ଚଳରେ ଏକ ଭଡା ଘରେ ରହୁଥିଲା । ଲୁଟ୍ର ଗୋଟେ ଦିନ ପୂର୍ବରୁ ସମସ୍ତେ ମିଶି ମଦ ପାର୍ଟି କରିବା ପରେ ଏହି ପ୍ଲାନ୍ କରିଥିଲେ ।
ପୋଲିସ ସିସିଟିଭି ଆଧାରରେ ୫ ଅଭିଯୁକଙ୍କୁ ଗିରଫ କରିଛି । ଲୁଟର ପୂର୍ବଦିନ ସେମାନେ ସମସ୍ତେ ମଦ ପାର୍ଟି କରିଥିଲେ । ଏହି ସମୟରେ ନିଶାଗ୍ରସ୍ତ ଅବସ୍ଥା ଜଣେ ଅନ୍ୟ ଜଣକୁ ଗୁଳି ମାରିଦେଇଥିଲେ । ଏହାପରେ ଗୁଳିର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଏକ ଆପାଚି ମଟର ସାଇକେଲରେ ହସପିଟାଲ ନେଇଥିଲେ । ସେମାନେ ଆହତ ଯୁବକଙ୍କୁ ହସପିଟାଲରେ ଭର୍ତ୍ତି କରିବା ପରେ ସେଠାରୁ ଫେରିଯାଇଥିଲେ ।
ଆଉ ସେମାନେ ଯେଉଁ ଆପାଚି ବାଇକରେ ଆହତ ଯୁବକଙ୍କୁ ହସପିଟାଲ ନେଇଥିଲେ, ସେହି ବାଇକରେ ଲୁଟ୍ କାଣ୍ଡ ସମୟରେ ବ୍ୟବହାର କରିଥିଲେ । ସିସିଟିଭି ଫୁଟେଜ ଭାଇରଲ ହେବା ପରେ ବୁରାଡି ଥାନାର ଜଣେ ପୋଲିସ କର୍ମୀ ବାଇକକୁ ଚିହ୍ନିଦେଇଥିଲେ । ପୋଲିସ ଏହାପରେ ହସପିଟାଲ ଯାଇ ପଚରାଉଚରା କରିବା ପରେ ଆହତ ସାଥି ଜଣକ ସବୁ କହିଦେଇଥିଲେ । ପୋଲିସ ଏହାପରେ ୫ ଜଣଙ୍କୁ ଗିରଫ କରିଥିଲା ।
CCTV में कैद : प्रगति मैदान टनल में चलती कार को रोका, गन दिखाकर दिनदहाड़े लूट pic.twitter.com/mgL7rLTItu
— NDTV India (@ndtvindia) June 26, 2023
ସୂଚନାଯୋଗ୍ୟ, ଦିଲ୍ଲୀ ପ୍ରଗତି ମଇଦାନ ଟନେଲ ନିକଟରେ ଡେଲିଭରୀ ଏଜେଣ୍ଟଙ୍କ ଠାରୁ ଗତକାଲି କିଛି ଲୁଟେରା ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ । କାରକୁ ଅଟକାଇ ବନ୍ଧୁକ ଦେଖାଇ ଲୁଟିଥିଲେ ଲୁଟେରା । ଯାହାର ସିସିଟିଭି ଫୁଟେଜ ଭାଇରଲ ହୋଇଥିଲା । ଆଉ ସିସିଟିଭି ଫୁଟେଜ ଆଧାରରେ ପୋଲିସ ୫ ଜଣ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।