ଦିଲ୍ଲୀ କୋଚିଂ ସେଣ୍ଟର ଦୁର୍ଘଟଣା: ଜଣେ ଗାଡ଼ି ଚାଳକଙ୍କ ସମେତ ଆଉ ୫ ଜଣଙ୍କୁ ଧରିଲା ପୋଲିସ

ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରସ୍ଥିତ ଏକ କୋଚିଂ ସେଣ୍ଟରରେ ୩ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ମାମଲାରେ ଆଉ ୫ ଜଣଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । ବର୍ତ୍ତମାନ ସୁଦ୍ଧା ମୋଟ ୭ ଜଣଙ୍କୁ ଗିରଫ କରାଯାଇ ସାରିଲାଣି । ମାମଲାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ନିଶ୍ଚିତ କରିଛି ।

ଗତ ଶନିବାର ରାତିରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ପଶିଯିବାରୁ ଏଥିରେ ବୁଡ଼ି ଯାଇ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ଏହି ମାମଲାରେ ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ବେସ୍‌ମେଣ୍ଟର ମାଲିକ ଏବଂ ଜଣେ ଗାଡ଼ି ଚାଳକ ଅଛନ୍ତି । ବ୍ୟକ୍ତି ଜଣକ ଗାଡ଼ି ଚଳାଇ ଯିବାବେଳେ କୋଚିଂ ସେଣ୍ଟରର ଗେଟ୍‌ ଭାଙ୍ଗି ଯାଇଥିଲା । ପୋଲିିସ ଏହି ଗାଡ଼ିକୁ ମଧ୍ୟ ଜବତ କରିଛି ।

କହି ରଖୁଛୁ ଯେ ଶନିବାର ସନ୍ଧ୍ୟାରେ ପ୍ରବଳ ବର୍ଷା ପରେ କୋଚିଂ ସେଣ୍ଟରର ବେସ୍‌ମେଣ୍ଟରେ ପାଣି ଭରିଯାଇଥିଲା । ଫଳରେ ଏଥିରେ ବୁଡ଼ି ଯାଇ ୩ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା । ପୋଲିସ ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଏଫ୍‌ଆଇଆର୍‌ ପଞ୍ଜିକୃତ କରିବା ସହ ଅନେକ ଟିମ୍‌ ଗଠନ କରିଛି । କୋଚିଂ ସେଣ୍ଟରର ମାଲିକ ଅଭିଷେକ ଗୁପ୍ତା ଓ କୋ-ଅର୍ଡିନେଟରଙ୍କୁ ପୋଲିସ ଗିରଫ କରିଛି ।

You might also like