ପିଶାଚ ପ୍ରେମିକ ଆଫତାବର କ୍ରୁରତା ବିଷୟରେ ପୋଲିସକୁ କହିବେ ଶ୍ରଦ୍ଧାଙ୍କ ଦୁଇ ବନ୍ଧୁ, ମୁମ୍ବାଇରୁ ଦିଲ୍ଲୀକୁ ଡାକିଲା ପୋଲିସ

ଦିଲ୍ଲୀରେ ଲିଭ୍ ଇନ୍ ପାର୍ଟନର ଶ୍ରଦ୍ଧା ଓ୍ଵାକର ହତ୍ୟା ମାମଲାରେ ପ୍ରତିଦିନ ନୂଆ ତଥ୍ୟ ପ୍ରମାଣ ଯୋଗାଡ଼ କରୁଛି ପୋଲିସ । ମହାରାଷ୍ଟ୍ରରେ ଥିବା ଶ୍ରଦ୍ଧାଙ୍କ ଘନିଷ୍ଠ ବନ୍ଧୁଙ୍କ ବୟାନ ପାଇଁ ପୋଲିସ ଡାକିଛି । ଦିଲ୍ଲୀ ପୋଲିସ ଶ୍ରଦ୍ଧାର ଦୁଇ ବନ୍ଧୁ ଗୋଡଓ୍ଵିନ ଏବଂ ରାହୁଲ ରୟଙ୍କୁ ପଚରାଉଚରା ପାଇଁ ମୁମ୍ବାଇରୁ ଡାକିଛି ଦିଲ୍ଲୀ ପୋଲିସ।

ଗତକାଲି ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ତଦନ୍ତ ବେଳେ ସୈତାନ ପ୍ରେମିକ ଆଫତାବର କଥାରେ ତାଳମେଳ ରହୁନଥିବା କୁହାଯାଇଛି । ପୋଲିସକୁ ଭୂଆଁ ବୁଲାଉଛି ପିଶାଚ ପ୍ରେମିକ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବୟାନ ଦେଉଛି ହତ୍ୟାକାରୀ ଆଫତାବ । ତେବେ ପୋଲିସ ଷ୍ଟାଟସ ରିପୋର୍ଟରେ ଦର୍ଶାଇଛି, ହତ୍ୟାକାରୀ ଆଫତାବକୁ ଗିରଫ କରାଯାଇଛି । ଏହାରି ଭିତରେ ଶ୍ରଦ୍ଧାଙ୍କ ୨ ବର୍ଷ ପୁରୁଣା ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ତାଙ୍କ ମୁହଁରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଆଫ୍‌ତାବ ତାଙ୍କୁ ପ୍ରବଳ ମାତ୍ରାରେ ପିଟିଥିଲେ, ଯାହାପରେ ତାଙ୍କୁ ୩ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଥିଲା।

ଫରେନ୍ସିକ ପ୍ରମାଣ ସହ ପାରିପାର୍ଶ୍ୱିକ ସ୍ଥିତିରୁ ହତ୍ୟାର ପ୍ରମାଣ ଯୋଗାଡ ଚାଲିଛି । ମେହରୁଲି ଓ ଗୁରୁଗ୍ରାମ୍ ଜଙ୍ଗଲରେ ଖୋଳତାଡ କରି ୧୩ ଖଣ୍ଡ ହାଡ଼ ପାଇଛି ପୋଲିସ। ସେଗୁଡ଼ିକର ଡିଏନଏ ଟେଷ୍ଟ ହେବ । ଏଥିପାଇଁ ଶ୍ରଦ୍ଧାଙ୍କ ବାପା ଓ ଭାଇଙ୍କ ରକ୍ତ ନମୁନା ସଂଗ୍ରହ ହୋଇଛି । ଡିଏନଏ ଟେଷ୍ଟ ପରେ ଏହା ଶ୍ରଦ୍ଧାଙ୍କ ହାଡ କି ନାହିଁ ତାହା ସ୍ପଷ୍ଟ ହେବ ।

ତେବେ ଡିଏନଏ ରିପୋର୍ଟ ଆସିଲେ ଆଫତାବକୁ ଦୋଷୀ ସାବ୍ୟସ୍ତ କରିବାକୁ ପୋଲିସକୁ ସହଜ ହେବ । ଜବତ ହୋଇଥିବା ସାମଗ୍ରୀକୁ ପରୀକ୍ଷା ଫରନସିକ ଲ୍ୟାବକୁ ପଠାଯାଇଛି । ହତ୍ୟାକାରୀ ଆଫତାବ ପୋଲିସ ହେପାଜତରେ ରହିଛି ।

ତେବେ ପ୍ରକୃତରେ ମୃତଦେହକୁ କେତେ ଖଣ୍ଡ କରିଥିଲା ଆଫତାବ ? ଶ୍ରଦ୍ଧାଙ୍କ ଖପୁରୀ ଓ ମୋବାଇଲ୍ ଫୋନ୍ କୁଆଡ଼େ ଗଲା ? ହତ୍ୟା ବେଳେ ପିନ୍ଧିଥିବା ପୋଷାକ କେଉଁଠି ଫିଙ୍ଗିଥିଲା ଅଭିଯୁକ୍ତ ? ମୃତଦେହକୁ ଖଣ୍ଡ ଖଣ୍ଡ କରିଥିବା ଅସ୍ତ୍ର କେଉଁଠି ତାହା ପୋଲିସକୁ ଏପର୍ଯ୍ୟନ୍ତ ସୁରାକ ମିଳିନି । ମେ ୧୮ରୁ ଜୁନ୍ ୫ ତାରିଖ ଯାଏ ରାତି ୨ଟାରୁ ସକାଳ ୬ଟା ଯାଏ ଆଫତାବର ମୋବାଇଲ୍ ଲୋକେସନ୍ ଟ୍ରେସ୍ ଆଉଟ୍ କରିବା ଏବେ ପୋଲିସ ଆଗରେ ଚ୍ୟାଲେଞ୍ଜ ।

ସୂଚନାଥାଉ କି, ଶ୍ରଦ୍ଧାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ଆଫ୍‌ତାବ ପାଖାପାଖି ୩ ସପ୍ତାହ ପର୍ଯ୍ୟନ୍ତ ତାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶଗୁଡ଼ିକୁ ଘର ଭିତର ଫ୍ରିଜ୍‌ରେ ଲୁଚାଇ ରଖିଥିଲେ। ଏଥିପାଇଁ ସେ ଏକ ନୂଆ ବଡ଼ ଫ୍ରିଜ୍‌ କିଣିଥିଲେ। ୧୮ ମେ’ରେ ଆଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲେ। ଘଟଣାର ୫ ମାସ ପରେ ପୋଲିସ ହତ୍ୟା ଅଭିଯୋଗରେ ଆଫ୍‌ତାବଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.