ଏସୟୁଭି ସଡକ ଦୁର୍ଘଟଣା ପୋଲିସ ହାତରେ ଧରା ପଡିଲେ ତିନି ଅଭିଯୁକ୍ତ

ମୁମ୍ବାଇ : ମହାରାଷ୍ଟ୍ରର ରାଜଧାନୀ ପୁନେରେ ଘଟିଛି ଦୁର୍ଘଟଣା । ଜଣେ ନାବାଳକ ଏସୟୁଭି କାରକୁ ଦୃତ ଗତିରେ ଚଲାଉଥିବା ବେଳେ ଏହି ଅଘଟଣ ଘଟିଛି  ।  ଯାହା ଫଳରେ ଜଣେ ବାଇକ ଚାଳକ ଗୁରୁତ୍ତର ଭାବେ ଆହାତ ହୋଇଛନ୍ତି । ନାବାଳକଙ୍କ ସହିତ ଆଉ ଦୁଇଜଣଙ୍କୁ ଏହି ଘଟଣାରେ ଗିରଫ କରାଯାଇଛି । ଖବର ଅନୁସାରେ  ସକାଳ ସମୟରେ ଘଟିଛି ଏହି ଏଘଟଣ । ଦୃତ ଗତିରେ ଯାଉଥିବା ଏସୟୁଭି କାର ଜଣେ ବାଇକ ଚାଳକଙ୍କୁ ଆଘାତ ଦେଇଥିଲା ।

ଏହାପରେ କାରଟି ଭାରସାମ୍ୟ ହରାଇ ଏକ ଇଲେକ୍ଟ୍ରି ପୋଲରେ ପିଟି ହୋଇଥିଲା । ଦୁର୍ଘର୍ଟଣା ଘଟିବା ପରେ ନାବାଳକଟି ଖସି ପଳାଇବାକୁ ଚେଷ୍ଟା କରୁଥିଲା । କିନ୍ତୁ ପୋଲିସ ତାକୁ ସଠିକ ସମୟରେ କାବୁ କରିନେଇଥିଲା । ଆହାତ ହୋଇଥିବା ବାଇକ ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । ବାଇକ ଚାଳକ ହେଉଛନ୍ତି ଜଣେ କ୍ଷୀର ବ୍ୟବସାୟୀ । ତାଙ୍କ ବୟସ ୨୪ ବର୍ଷ । ଏସୟୁଭି ଗାଡିର ମାଲିକ ଇକବାଲ ଜିଓ୍ଵାନୀ ବୋଲି ଜଣା ପଡିଛି । ତାଙ୍କ ନାବାଳକ ପୁଅ ଏହି କାର ଚଲାଉଥିଲେ । ଯାହା ଫଳରେ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ପୋଲିସ ନାବାଳକ ପୁଅ ନାମରେ ଏକ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like