ନାବାଳିକାକୁ ନ୍ୟାୟ ଦେବା ବଦଳରେ କନଷ୍ଟେବଳ ଦେଲେ ଯୌନ ଉତ୍ପୀଡନ, କାହାକୁ କହିଲେ ଭିଡିଓ ଲିକ୍ ପାଇଁ ଦେଲେ ଧମକ

ବେଙ୍ଗାଲୁରୁରେ ଜଣେ ନାବାଳିକାକୁ ଯୌନ ଉତ୍ପୀଡନ କରିବା ଅଭିଯୋଗରେ ଜଣେ ପୋଲିସ କନଷ୍ଟେବଳ ଗିରଫ । ବେଙ୍ଗାଲୁରୁ ପୋଲିସ ବେମ୍ମନହଲ୍ଲୀ ପୋଲିସ ଷ୍ଟେସନର କନଷ୍ଟେବଳ ଅରୁଣ ଥୋନେପାଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇଛି ।

ପୋଲିସ କହିବା ମୁତାବକ, ଫେବୃଆରୀ ୧୩ ତାରିଖରେ ୧୭ ବର୍ଷୀୟ ନାବାଳିକାକୁ ପଡୋଶୀ ଯୌନ ଉତ୍ପୀଡନ କରିଥିବା ନେଇ ଥାନାରେ ଅଭିଯୋଗ କରିବାକୁ ଆସିଥିଲେ । ଏହି ମାମଲାରେ କନଷ୍ଟେବଳ ଜଣକ ନ୍ୟାୟ ଦେବା ଆଳରେ ନାବାଳିକାଙ୍କ ପରିବାର ସହିତ ସଂପର୍କ କରିଥିଲେ । ଏହାପରେ ନାବାଳିକାକୁ ଏକ ଲଜକୁ ନେଇଥିଲେ କନଷ୍ଟେବଳ । ସେଠାରେ ନାବାଳିକାଙ୍କୁ ମଦ ପିଆଇବା ପରେ ଯୌନ ଉତ୍ପୀଡନ କରିଥିଲେ ।

ନାବାଳିକାଙ୍କୁ ଯୌନ ଉତ୍ପୀଡନ କରିବା ପରେ କାହାକୁ ନ କହିବା ପାଇଁ ଧମକ ଦେଇଥିଲେ । ନହେଲେ ଭିଡିଓ ଭାଇରଲ କରିଦେବେ ବୋଲି ଧମକ ଦେଇଥିଲେ । ଏହି ମାମଲାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀବୁଝିବା ପରେ କନଷ୍ଟେବଳଙ୍କୁ ଗିରଫ କରିବା ସହିତ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ତାଙ୍କ ବିରୋଧରେ ଯାଞ୍ଚ ଜାରି ରହିଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ର ପୁଣେରେ ବ୍ୟସ୍ତବହୁଳ ସ୍ୱରଗେଟ୍ ବସଷ୍ଟାଣ୍ଡରେ ଏକ ଅଚଳ ବସ ଭିତରେ ଜଣେ ୨୬ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା । ଅଭିଯୋଗ ପରେ ସ୍ଥାନୀୟ ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ପୋଲିସ ସୂଚନା ମୁତାବକ ମଙ୍ଗଳବାର ଭୋର ୫ଟା ୪୫ ମିନିଟରେ ମହିଳା ଜଣକ ସତାରା ଜିଲ୍ଲାର ଫଲଟନ ଯିବାକୁ ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ । ଅଭିଯୁକ୍ତ ଜଣକ ଯୁବତୀଙ୍କ ପାଖରେ ପହଞ୍ଚି ଦିଦି ବୋଲି ସମ୍ବୋଧନ କରିଥିଲା । ତାଙ୍କ ବସ ଅନ୍ୟ ଏକ ପ୍ଲାଟଫର୍ମକୁ ଆସିବ ବୋଲି ମହିଳାଙ୍କୁ କହିଥିଲେ । ମହିଳା ତାଙ୍କୁ ବିଶ୍ୱାସ କରି ତାଙ୍କ ପଛେପଛେ ଏକ ବସ ପାର୍କିଙ୍ଗ ସ୍ଥଳକୁ ଯାଇଥିଲେ । ସେଠାରେ ଏମଏସଆରଟିସିର ଅନେକ ବସ ପାର୍କିଙ୍ଗରେ ଛିଡା ହୋଇଥିଲା । ଅଭିଯୁକ୍ତ ଜଣକ ତାଙ୍କୁ ଏକ ବସରେ ଚଢାଇବା ସହ ନିଜେ ତାଙ୍କ ପଛେ ପଛେ ବସରେ ଚଢି ଯାଇଥିଲେ । ମହିଳା ଜଣକ କିଛି ବୁଝିବା ପୂର୍ବରୁ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଭିତରକୁ ଭିଡିନେଇ ଦୁଷ୍କର୍ମ କରିଥିଲେ ।

Also Read : ପୁଣେ : ବସ୍ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ, ଧରାଇଥିବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା…