ଇମ୍ରାନ ଖାନଙ୍କ ପାଇଁ ବଢିଲା ସମସ୍ୟା, କବାଟ ଭାଙ୍ଗି ଘରେ ପଶିଲା ପୋଲିସ
ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋତେ ଜେଲ୍ ପଠାଇବା କେବଳ ସରକାରଙ୍କ ଉଦ୍ଦେଶ୍ୟ। କୋର୍ଟରେ ହାଜର ହେବା ପୂର୍ବରୁ ଭିଡିଓ ଜାରି କଲେ ଇମ୍ରାନ

ତୋଷଖାନ୍ନା ଦୁର୍ନୀତି ମାମଲାରେ ଅଭିଯୁକ୍ତ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଘରକୁ କବାଟ ଭାଙ୍ଗି ପଶିଲା ପୋଲିସ। ଇମ୍ରାନ ଖାନ ଇସଲାମାବାଦ କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କର ଲାହୋରସ୍ଥିତ ଘରେ ପୋଲିସ ପହଞ୍ଚି କବାଟ ଭାଙ୍ଗି ଘରେ ପଶିଥିଲା । ସେହିପରି ଇମ୍ରାନ ଆଜି ଇସଲାମାବାଦର କୋର୍ଟରେ ହାଜର ହେବାକୁ ଯାଉଥିବା ବେଳେ ତାଙ୍କ କାରକେଡକୁ କୋର୍ଟ ଯିବା ପୂର୍ବରୁ ଇସଲାମାବାଦର ଟୋଲ ପ୍ଲାଜା ନିକଟରେ ଅଟକାଇ ଦିଆଯାଇଥିଲା। ଏହି ସମୟରେ ପୋଲିସ ଓ ପିଟିଆଇ କର୍ମୀ ମୁହାଁମୁହିଁ ହୋଇଥିଲେ।
ଇସଲାମାବାଦ ଯାଉଥିବା ବେଳେ ଇମ୍ରାନ ଖାନ ଏକ ଭିଡିଓ ବି ଜାରି କରିଥିଲେ। ‘ମୁଁ ଇସଲାମାବାଦ ପହଞ୍ଚିବା ପରେ ସୋମନେ ମୋତେ ଗିରଫ କରିବେ। ମୋର ଗିରଫଦାରୀ ‘ଲଣ୍ଡନ ପ୍ଲାନ’ର ଅଂଶ। ନୱାଜ ସରିଫଙ୍କ କହିବାନୁସାରେ ମୋତେ ଗିରଫ କରାଯାଉଛି। ପଞ୍ଜାବ ପୋଲିସ ଜମାନ ପାର୍କସ୍ଥିତ ମୋର ଘରେ ଚଢ଼ଉ କରିଛି। ମୋତେ ଜେଲ୍ ପଠାଇବା କେବଳ ସରକାରଙ୍କ ଉଦ୍ଦେଶ୍ୟ। ମୁଁ ଜାଣିଛି ମୋତେ ଗିରଫ କରାଯିବ, କିନ୍ତୁ ଏହାପରେ ବି ମୁଁ ଅଦାଲତ ଯାଉଛି। କାରଣ ଆଇନ୍କୁ ମୁଁ ସମ୍ମାନ କରେ।
Meanwhile Punjab police have led an assault on my house in Zaman Park where Bushra Begum is alone. Under what law are they doing this? This is part of London Plan where commitments were made to bring absconder Nawaz Sharif to power as quid pro quo for agreeing to one appointment.
— Imran Khan (@ImranKhanPTI) March 18, 2023
ପାକିସ୍ତାନରେ ଇମ୍ରାନଙ୍କ ଲାହୋରସ୍ଥିତ ଘର ବାହାରେ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଛି। ପୋଲିସ ପକ୍ଷରୁ କୁହାଯାଇଛି କି, ଇମ୍ରାନଙ୍କ ଜମାନ ପାର୍କସ୍ଥିତ ଘରଛାତ ଉପରୁ ପୋଲିସ ଉପରକୁ ଗୁଳିଚାଳନା କରାଯାଇଥିଲା। ତେବେ ଇମ୍ରାନ ଖାନ୍ କୋର୍ଟ ହାଜର ହେବା ପୂର୍ବରୁ କୋର୍ଟ କମ୍ପେ୍ଲକ୍ସରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Exclusive message by Chairman Imran Khan 🚨🚨🚨#چلو_چلو_عمران_کے_ساتھ pic.twitter.com/y1mmAvfThn
— PTI Islamabad (@PTIOfficialISB) March 18, 2023
ଇମ୍ରାନ ଖାନ ୨୦୧୮ ମସିହାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ଆରବ ଦେଶ ଗସ୍ତ କରିଥିବା ବେଳେ ତାଙ୍କୁ ଅନେକ ଦାମୀ ପୁରସ୍କାର ମିଳିଥିଲା। ଏହାସହ ୟୁରୋପୀୟ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ମଧ୍ୟ ଇମ୍ରାନ ଖାନଙ୍କୁ ଅନେକ ଦାମୀ ଉପହାର ଦେଇଥିଲେ । ଏହାକୁ ଇମ୍ରାନ ଖାନ୍ ତୋଷଖାନାରେ ଜମା କରିଥିଲେ । କିଛିଦିନ ପରେ ଇମ୍ରାନ ଖାନ୍ ତୋଷଖାନାରୁ ଏହି ଉପହାରଗୁଡିକୁ ଶସ୍ତା ଦାମରେ କିଣି ତାକୁ ପୁଣି ଉଚ୍ଚା ଦାମରେ ବିକ୍ରି କରିଦେଇଥିଲେ ।