ପୋଲିସ ଭୁଲ୍‌ରେ ଓ୍ଵାଣ୍ଟେଡ ପୋଷ୍ଟରରେ ଲଗାଇଦେଲା ସେଲିବ୍ରିଟିଙ୍କ ପୋଷ୍ଟର, ମହିଳା ଲଗାଇଲେ ୨୩୦ କୋଟି ଟଙ୍କାର ଜରିମାନା

ନ୍ୟୁୟର୍କ ପୋଲିସ ବିଭାଗର ଗୋଟେ ମାତ୍ର ଭୁଲ ଯୋଗୁଁ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନ୍ୟୁୟର୍କ ପୋଲିସ ଡିପାର୍ଟମେଣ୍ଟର ଭୁଲ୍‌ ଯୋଗୁଁ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସରଙ୍କ ଫଟୋ ‘ଓ୍ଵାଣ୍ଟେଡ’ ପୋଷ୍ଟରରେ ଛାପି ଦେଇଛି। କେବଳ ଏହି ଭୁଲ୍‌ ପାଇଁ ସଂପୂର୍ଣ୍ଣ ଡିପାର୍ଟମେଣ୍ଟ ଉପରେ ମହଙ୍ଗା ପଡିଛି।

ମହିଳା ଜଣକ ଡିପାର୍ଟମେଣ୍ଟ ଦ୍ୱାରା ହୋଇଥିବା ଭୁଲ୍‌ ଯୋଗୁଁ ଓ୍ଵାଣ୍ଟେଡ ଫଟୋ ସ୍ଥାନରେ ତାଙ୍କ ଫଟୋ ଲାଗିଥିବାରୁ ପୋଲିସ ଉପରେ ୨୩୦ କୋଟି ଜରିମାନା ଲଗାଇ ମାମଲା ଦାୟର କରିଛନ୍ତି। ଏହି ପୋଷ୍ଟରରେ ମହିଳା ଇନଫ୍ଲୁଏନ୍ସରଙ୍କୁ ଏସକର୍ଟ ଭାବେ ଉପସ୍ଥାପନା କରାଯାଇଛି। ଯାହା ସଂପୂର୍ଣ୍ଣ ଭାବେ ଭୁଲ୍‌।

ଫଟୋରେ ଛପା ଯାଇଥିବା ମହିଳାଙ୍କ ନାମ ଇଭା ଲୋପେଜ। ସେ ଜଣେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର। ନ୍ୟୁୟର୍କ ପୋଷ୍ଟ ମୁତାବକ, ପୋଲିସ ଡିପାର୍ଟମେଣ୍ଟ ଯେଉଁ ପୋଷ୍ଟର ତିଆରି କରିଥିଲା, ସେ ଜଣେ ଚୋର। କିନ୍ତୁ ଇଭାଙ୍କ ଫଟୋ ଭୁଲ୍‌ବଶଃତ ଛପା ଯାଇଥିଲା। କିନ୍ତୁ ଯେଉଁ ଯୁବତୀ ଚୋର ସହିତ ସେକ୍ସ ଓ୍ଵାର୍କର ଭାବେ କାମ କରନ୍ତି। ଏହି ଚୋର ଜଣକ ୧୦ ଲକ୍ଷ ଟଙ୍କାର ରୋଲେକ୍ସ ଘଣ୍ଟା ଏବଂ କ୍ରେଡିଟ କାର୍ଡ ଚୋରାଇ ଫେରାଇ ହୋଇଯାଇଥିଲେ।

ଇଭା ଫ୍ଲୋରିଡା ଆସିଥିବା ବେଳେ ତାଙ୍କର ଜଣେ ବନ୍ଧୁ ଫଟୋ ଦେଖି ତାଙ୍କୁ ମେସେଜ କରିଥିଲେ। ପୋଲିସ ଓ୍ଵାଣ୍ଟେଡ ପୋଷ୍ଟରରେ ଯୁବତୀଙ୍କ ଫଟୋ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପୋଲିସ ଦ୍ୱାରା କରାଯାଇଥିବା ଭୁଲ୍‌ ଯୋଗୁଁ ମହିଳା ଜଣଙ୍କ ୨୩୦ କୋଟି ଟଙ୍କା ଜରିମାନା ପୋଲିସ ଉପରେ ଲଗାଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.