ବିନା ଟିକେଟ୍ରେ ଯାତ୍ରା କରଥିବା ପୋଲିସ କର୍ମୀଙ୍କ ‘ଗୁଣ୍ଡାରାଜ୍’ର ଭିଡିଓ ଭାଇରାଲ, ଅଭିଯୋଗ ପରେ ଗଣିଲେ ମୋଟା ଅଙ୍କର ତଣ୍ଡ
ଟ୍ରେନ୍ରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ପୋଲିସଙ୍କର ଦାଦାଗିରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ବିନା ଟିକେଟ୍ରେ ଯାତ୍ରା କରୁଥିବା ପୋଲିସଙ୍କୁ ଟିଟିଇ ଧରିବାରୁ ସେ ଓଲଟି ତାଙ୍କୁ ଧମକାଇବା ସହ ମାମଲା ରୁଜୁ କରିବାକୁ ଖୋଲା ଧମକ ଦେଇଥିଲେ। ଟିଟିଇ ଶ୍ରମିକ ଟ୍ରେନ୍ରେ ବିନା ଟିକେଟ୍ରେ ଯାତ୍ରା କରୁଥିବା ୨୦ ଜଣ ପୋଲିସ କର୍ମୀଙ୍କୁ ଧରି ସେମାନଙ୍କ ଠାରୁ ଜରିମାନା ଆଦାୟ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସଙ୍କୁ ହଟହଟା ହେବାକୁ ପଡ଼ିଛି।
ରିପୋର୍ଟ ମୁତାବକ, ଦିଲ୍ଲୀରୁ ରାଜଗୀର ଯାଉଥିବା ଶ୍ରମଜୀବୀ ଏକ୍ସପ୍ରେସରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ପୋଲିସ କର୍ମୀ ବିନା ଟିକେଟ୍ରେ ଯାତ୍ରା କରୁଥିଲେ। ଏହି ସମୟରେ ଟିଟିଇ ଆସି ତାଙ୍କୁ ଟିକେଟ୍ ମାଗିଥିଲେ। ମାତ୍ର ସେମାନେ ଓଲଟି ଟିଟିଇଙ୍କୁ ହିଁ ଧମକାଇଥିଲେ। ଆମକୁ ଟିକେଟ୍ ମାଗୁଛ ଆମେ ତୁମ ନାଁରେ ଥାନାରେ କେସ୍ କରିବୁ ବୋଲି ସେମାନେ ଟିଟିଇଙ୍କୁ ଧମକ ଦେଇଥିଲେ। ତେବେ ପୋଲିସଙ୍କ ଧମକରେ ଡରି ନଯାଇ ଟିଟିଇ ଏ ନେଇ ଆଇପିଏଫ୍କୁ ଜଣାଇଥିଲେ।
ତେବେ ମାମଲା ବଢ଼ିବାରୁ ପୋଲିସମାନେ ଜରିମାନା ଭରିଥିବା ଜଣାଯାଇଛି। ସମସ୍ତଙ୍କ ଠାରୁ ରେଲେଓ୍ଵ ମୋଟ୍ ୨୨,୩୫୦ ଟଙ୍କାର ରାଜସ୍ୱ ପାଇଛି। ଏନେଇ ଟିଟିଇ କହିଛନ୍ତି ଯେ, ପୋଲିସମାନେ ଜିଆରପିଙ୍କୁ କହି ଟ୍ରେନ୍ରେ ଚଢ଼ିଯାଉଛନ୍ତି। ଇନ୍ସପେକ୍ଟର ଜିଆରପି ବିଜୟ ସିଂହ ରାଣା କହଛନ୍ତି, ତାଙ୍କ ଦୃଷ୍ଟିକୁ ଏଭଳି ମାମଲା ଆସିନାହିଁ। ଯଦି ଟିଟିଇ ଓ ଆରପିଏଫ୍ ସାହାଯ୍ୟ ମାଗିବେ ତେବେ ତାଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବ।