ଚେନ୍ନାଇ ପରେ କର୍ଣ୍ଣାଟକରେ ଜବତ ହେଉଛି ପୁଳପୁଳା ଟଙ୍କା
ଜବତ ହେଉଛି ପୁଳପୁଳା ଟଙ୍କା । ଚେନ୍ନାଇ ପରେ କର୍ଣ୍ଣାଟକରେ ଟଙ୍କା ଜବତ । ଦିନକ ପୂର୍ବରୁ ଚେନ୍ନାଇର ଏକ ରେଳ ଷ୍ଟେସନରେ ଜବତ ହୋଇଥିଲା ୪ କୋଟି ।

କର୍ଣ୍ଣାଟକ(କେନ୍ୟୁଜ) : ଜବତ ହେଉଛି ପୁଳପୁଳା ଟଙ୍କା । ଚେନ୍ନାଇ ପରେ କର୍ଣ୍ଣାଟକରେ ଟଙ୍କା ଜବତ । ଦିନକ ପୂର୍ବରୁ ଚେନ୍ନାଇର ଏକ ରେଳ ଷ୍ଟେସନରେ ଜବତ ହୋଇଥିଲା ୪ କୋଟି । କର୍ଣ୍ଣାଟକ ବଲାରି ଅଞ୍ଚିଳରେ ଜବତ ହୋଇଛି ୫ କୋଟି ୬୦ ଲକ୍ଷ ଟଙ୍କା। କେବଳ ଏତିକି ନୁହେଁ, ୩ କେଜି ସୁନା, ୧୦୩ କେଜି ରୁପା ଅଳଙ୍କାର ସହ ୬୮ଟି ରୁପା ବାର୍ ଜବତ ହୋଇଛି ।
ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି ପୋଲିସ। ଏତେ ଟଙ୍କା ଏବଂ ଅଳଙ୍କାର କିଏ ନେଉଥିଲା ଏବଂ କୁଆଡ଼େ ଯାଉଥିଲା ସେ ସଂପର୍କରେ କିଛି ସ୍ପଷ୍ଟ କରିନି ପୋଲିସ। ନିର୍ବାଚନ ପାଖୋଉଥିବା ବେଳେ ବିଭିନ୍ନ ସ୍ଥାନରୁ ପୁଳାପୁଳା ଟଙ୍କା ଜବତ ହେଉଛି।