ରତନ ଟାଟାଙ୍କ ଅନ୍ତିମ ଯାତ୍ରା ସମୟରେ ଶାନ୍ତନୁଙ୍କୁ ରୋକି ପରିଚୟ ମାଗିଥିଲା ପୋଲିସ, ଭିଡିଓ ଭାଇରଲ

ଆଉ ନାହାନ୍ତି ଭାରତର ବିଶିଷ୍ଟ ଶିଳ୍ପପତି ରତନ ଟାଟା । ରତନ ଟାଟାଙ୍କ ଅନ୍ତିମ ସଂସ୍କାର ସମୟରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା । ଟାଟା ଟ୍ରଷ୍ଟର ଡେପୁଟି ମ୍ୟାନେଜର ତଥା ରତନ ଟାଟାଙ୍କ ଘନିଷ୍ଠ ବନ୍ଧୁ ଶାନ୍ତନୁ ନାୟଡୁ ନିଜ ବାଇକରେ ଯାଉଥିବା ବେଳେ ପୋଲିସ ରୋକିଥିଲା । ପୋଲିସ ଶାନ୍ତନୁଙ୍କୁ ପରିଚୟ ମାଗିଥିଲା । ଶାନ୍ତନୁ ରତନ ଟାଟାଙ୍କ ଅନ୍ତିମ ସଂସ୍କାରକୁ ଯାଉଥିବା ବେଳେ ପୋଲିସ ଏଭଳି କରିଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଭିଡିଓରେ ଦେଖିବାକୁ ମିଳିଛି କି, ଶାନ୍ତନୁ ରତନ ଟାଟାଙ୍କ ଅନ୍ତିମ ସଂସ୍କାର ଶୋଭାଯାତ୍ରାରେ ସାମିଲ ହେବା ପାଇଁ ଯାଉଥିବା ବେଳେ ଏଭଳି ଦେଖିବାକୁ ମିଳିଥିଲା । ଶାନ୍ତନ୍ତୁ ରତନ ଟାଟାଙ୍କ ଘରୁ ବାହାରି ପାଥିର୍ବ ଶରୀର ଯାଉଥିବା ଟ୍ରକ ଆଗେ ଆଗେ ଯାଉଥିଲେ । ଏହି ସମୟରେ ପୋଲିସ ଶାନ୍ତନୁଙ୍କୁ ରୋକି ପରିଚୟ ମାଗିବା ସହିତ ଯିବାର କାରଣ ପଚାରିଥିଲା । ଏହା ପରେ ଶାନ୍ତନୁ ରତନ ଟାଟାଙ୍କ ଅନ୍ତିମ ସଂସ୍କାରକୁ ଯାଉଥିବା କହିଥିଲେ । ଏହାପରେ ପୋଲିସ ତାଙ୍କୁ ଛାଡିଥିଲା । ହେଲେ ପୋଲିସ ରୋକିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ରତନ ଟାଟାଙ୍କ ଫ୍ୟାନ୍ସ ଦୁଃଖ ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ଶାନ୍ତନୁ ନାୟଡୁଙ୍କ ଜନ୍ମ ୧୯୯୩ ମସିହାରେ ମହାରାଷ୍ଟ୍ରର ପୁନେରେ ହୋଇଥିଲା । ଷ୍ଟାଟଅପରେ ବିନିଯୋଗ ପାଇଁ ଶାନ୍ତନୁ ରତନ ଟାଟାଙ୍କୁ ଟିପ୍ସ ଦେଉଥିଲେ । ଶାନ୍ତନୁ ନାୟଡୁ ବହୁତ୍ ଲୋକପ୍ରିୟ । ସେ ଜଣେ ଭାରତୀୟ ବ୍ୟବସାୟୀ । ଏହାସହ ଇଂଜିନିୟର, ଆସିଷ୍ଟାଣ୍ଟ, ଜିଜିଏମ, ସୋସିଆଲ ମିଡିଆ ଇନ୍ ଫ୍ଲୁଇନ୍ସର୍, ଲେଖକ ଏବଂ ଉଦ୍ୟୋଗୀ । ଶାନ୍ତନୁ ନାୟଡୁ ବ୍ୟବସାୟରେ ନିଜର ଏକ ସ୍ବତନ୍ତ୍ର ସ୍ଥାନଟି ତିଆରି କରିଛନ୍ତି ଯାହା ଅନେକଙ୍କ ପାଇଁ ସ୍ବପ୍ନ । ଜୁନ ୨୦୧୭ ମସିହାରୁ ଟାଟା ଟ୍ରଷ୍ଟ ପାଇଁ କାମ କରି ଆସୁଛନ୍ତି ଶାନ୍ତନୁ । ରତନ ଟାଟା ତାଙ୍କ ଫେସ୍ବୁକ୍ ପୋଷ୍ଟ ପଢ଼ିବା ପରେ ତାଙ୍କୁ ଏକ ମିଟିଂ ପାଇଁ ଡ଼କାଇଥିଲେ । ଶାନ୍ତନୁ ଟାଟା ଏଲ୍କାସିରେ ଡିଜାଇନ୍ ଇଂଜିନିୟର ଭାବେ କାମ କରିଥିଲେ । ଶାନ୍ତନୁ ନାୟଡୁ ଓ ରତନ ଟାଟାଙ୍କ ସହ ବନ୍ଧୁତା ପଶୁମାନଙ୍କ ପ୍ରତି ଭଲ ପାଇବା ଯୋଗୁ ସୃଷ୍ଟି ହୋଇଥିଲା ।

ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ରତନ ଟାଟାଙ୍କ ବିୟୋଗ ହୋଇଥିଲା । ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ରତନ ନାଭାଲ ଟାଟାଙ୍କ ଶାଳୀନତା ସମସ୍ତଙ୍କୁ ପସନ୍ଦ ଆସିଥିଲା । ପୁରା ଜୀବନ ସେ ଏକୁଟିଆ ବଞ୍ଚିଥିଲେ । ରତନ ଟାଟାଙ୍କୁ ଭାରତ ସରକାର ପଦ୍ମ ଭୂଷଣ ଏବଂ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା ।

You might also like