ଦେଶ ବିଦେଶ

ପରିବାର ଠାରୁ ଅଲଗା କରୁଛି ଅଦୃଶ୍ୟ ଶତୃ କାରୋନା ! ଘର ବାହାରେ ବସି ଖାଉଥିବା ବାପାଙ୍କୁ ଦୂରରେ ଛିଡା ହୋଇ ଦେଖୁଛି ଝିଅ, ଦେଖନ୍ତୁ ଭାବବିହ୍ୱଳ ଫଟୋ

କେଉଁଠୁ ମାଡି ଆସିଲା ଅଦୃଶ୍ୟ ଶତୃ। ନେଇ ଯାଉଛି ଜୀବନ, କରିଦଉଛି ମାକୁ ପୁଅଠାରୁ ଅଲଗା, ଝିଅକୁ ବାପା ଠାରୁ ଅଲଗା। ପରିବାର ଲୋକଙ୍କ ସହିତ ମିଶାଇ ଦେଇନୁ, ପ୍ରିୟଜନଙ୍କୁ ଅଲଗା କରିଦେଲାଣି ବିଶ୍ଵରେ ତାଣ୍ଡବ କରୁଥିବା ଏହି ‘କାରୋନା’।

ଦେଶରେ କାରୋନା ଭାଇରସର ବଢୁଥିବା ପ୍ରକୋପ ସହିତ କିଛି ଭଲ ଖବର ମଧ୍ୟ ଆସିଛି। ଡାକ୍ତର ଏବଂ ନର୍ସଙ୍କ ବ୍ୟତୀତ ପୋଲିସ ବିଭାଗ କର୍ମଚାରୀ ମଧ୍ୟ ନିଜର ଡ୍ୟୁଟି ସୁଚାରୁରୂପେ ପାଳନ କରୁଥିବା ଦେଖିବାକୁ ମିଳୁଛି। ଏମିତିରେ ଇନ୍ଦୋରର ଜଣେ ପୋଲିସକର୍ମୀଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଯାହାକୁ ଦେଖିଲେ ଆପଣ ଭାବବିହ୍ଵଳ ହୋଇଯିବେ। କାରୋନା ଲୋକଙ୍କୁ କଣ କଣ ସବୁ ବ୍ୟଥିତ କରଉଛି, ତାହା ଆପଣ ଏ ଫଟୋରେ ଦେଖିପାରିବେ।

ଏହି ପୋଲିସକର୍ମୀ ଜଣଙ୍କ ତୁକୋଗଞ୍ଜ ଥାନାର ଟିଆଇ ନିର୍ମଳ ଶ୍ରୀବାସ୍। ଭାଇରଲ ହେଉଥିବା ଏହି ଫଟୋରେ ଆପଣ ସ୍ପଷ୍ଟ ଦେଖିପାରୁଥିବେ ଯେ ତାଙ୍କ ଝିଅ ଘରର ଦ୍ୱାରା ପାଖରେ ଛିଡା ହୋଇଛି। ଆଉ ପୋଲିସକର୍ମୀ ଜଣଙ୍କ ବାହାରେ ଖାଦ୍ୟ ଖାଉଥିବା ଦେଖିବାକୁ ମିଳିଛି। ଏହି ସମୟରେ ପୋଲିସକର୍ମୀ ନିର୍ମଳ ମଧ୍ୟ ନିଜ ଝିଅକୁ ଦୂରରୁ ଦେଖୁଛନ୍ତି।

ପୋଲିସକର୍ମୀ ନିର୍ମଳଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। କେବଳ ଏତିକି ନୁହେଁ ଉତ୍ତର ପ୍ରଦେଶ ଅଯୋଧ୍ୟାର ଏସଏସପି ଆଶିଷ ତିୱାରୀ ମଧ୍ୟ ବାପା ଝିଅଙ୍କର ଏହି ଭାବପୂର୍ଣ୍ଣ ଫଟୋକୁ ଟ୍ଵିଟରରେ ସେୟାର କରିଛନ୍ତି।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହା ପୂର୍ବରୁ ଗତ କିଛି ଦିନ ତଳେ ଭୋପାଳରୁ ମଧ୍ୟ ଏକ ଫଟୋ ସାମ୍ନାକୁ ଆସିଥିଲା। ଯେଉଁ ଫଟୋରେ ଦେଖିବାକୁ ମିଳିଥିଲା ଯେ କାରୋନା ଆକ୍ରାନ୍ତ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ନିଜ ଘର ବାହାରେ ବସି ଚା ପିଉଥିବ ନଜର ଆସିଥିଲେ। ଡାକ୍ତରଙ୍କ ଏହି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା।

Pritiparna

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

7 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

17 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

20 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

53 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

55 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago