ଭିଡିଓ ଭାଇରାଲ ହେବା ପରେ ଏହି ପୋଲିସଙ୍କୁ ମିଳିଲା ତାରିଫ ଜାଣନ୍ତୁ ପୁରା ଘଟଣା..

ଉତ୍ତରପ୍ରଦେଶର ଶାହାଜାହାନପୁରରେ ପୋଲିସର ଏକ ଦୟାଳୁ ଚେହେରା ସାମ୍ନାକୁ ଆସିଛି। ଏଠାରେ କାଉଡି ନେଇ ଯାଉଥିବା ଜଣେ ଶ୍ରଦ୍ଧାଳୁ ହଠାତ ରାସ୍ତାରେ ଅସୁସ୍ଥ ହୋଇପଡିଥିଲେ ଯାହାଦ୍ୱାରା ସେ ମଝି ରାସ୍ତାରେ ହିଁ ପଡିଯାଇଥିଲେ। ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଥିବା ଟ୍ରାଫିକ ପୋଲିସ ଜଣକ ଅସୁସ୍ଥ ଭକ୍ତଙ୍କୁ ନିଜ ହାତରେ ଉଠାଇ ଚିକତ୍ସା ପାଇଁ ଆମ୍ବୁଲାନ୍ସ ପାଖକୁ ନେଇଯାଇଥିଲେ। ଏହି ସମୟରେ କିଛିଲୋକ ଟ୍ରାଫିକ ପୋଲିସ ଜଣଙ୍କର ଭିଡ଼ିଓ ବନାଇ ତାକୁ ଭାଇରାଲ କରିଦେଇଥିଲେ। ଏହି ଘଟଣା ପରେ ବର୍ତ୍ତମାନ ପୋଲିସଙ୍କ ପାଖକୁ ତାରିଫର ସୁଅ ଛୁଟୁଛି।

ବର୍ତ୍ତମାନ ଶ୍ରାବଣ ମାସ ଚାଲୁଥିବାରୁ ଜାତୀୟ ରାଜପଥରେ କାଉଡିଆଙ୍କ ଭିଡ଼ ଦେଖିବାକୁ ମିଳୁଛି। ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ପାଇଁ ସେଠାକାର ଏସପି ପୋଲିସମାନଙ୍କର ଏକ ବିଶେଷ ଟିମ ଗଠନ କରି ପ୍ରତି ଛକରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପବନ କୁମାର ନାମକ ଏକ ଶ୍ରଦ୍ଧାଳୁ କାଉଡି ନେଇ ଲକ୍ଷ୍ମୀପୁର ଯାଉଥିବା ବେଳେ ହଠାତ ବାଟରେ ଅସୁସ୍ଥ ହୋଇ ବରେଲୀ ଛକ ନିକଟରେ ପଡିଯାଇଥିଲେ। ତାପରେ ସେଠାରେ ଥିବା ଟ୍ରାଫିକ ଇନଚାର୍ଜ ବିପିନ ଶୁକ୍ଳା ଏବଂ କନେଷ୍ଟବଳ ଅମିତ ପାଣ୍ଡେୟ ଶ୍ରଦ୍ଧାଳୁଙ୍କୁ ନିଜ ହାତରେ ଉଠାଇନେଇ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପଠାଇଥିଲେ। ପୋଲିସଙ୍କର ଏହି ଦୟାଳୁ ହୃଦୟ ଦେଖି ଅନ୍ୟ କାଉଡ଼ିଆ ଏବଂ ରାସ୍ତାରେ ଯାଉଥିବା ବ୍ୟକ୍ତି ମାନେ କନେଷ୍ଟବଳଙ୍କୁ ସଲାମ କରିଥିଲେ। ସେଠାରେ ଥିବା ବାଟୋଇ ମାନେ କହିଥିଲେ ଯେ ଏପରି ପ୍ରଥମଥର ପାଇଁ ଦେଖିବାକୁ ମିଳୁଛି ଯେ କୌଣସି ଶ୍ରଦ୍ଧାଳୁଙ୍କୁ ନିଜ ହାତରେ ନେଇ ପୋଲିସ ତାଙ୍କର ଜୀବନ ବଞ୍ଚାଉଛନ୍ତି। ଯଦି ଏହିଭଳି ପୋଲିସ ମାନେ ସବୁଆଡେ ରହିବେ ତାହେଲେ ଲୋକଙ୍କର ପୋଲିସ ଉପରେ ବିଶ୍ୱାସ ଏବଂ ସମ୍ମାନ ଆହୁରି ବଢ଼ିଯିବ। କାଉଡିଆ ମାନଙ୍କ ପାଇଁ ପୋଲିସ ତରଫରୁ ବିଶେଷ ବ୍ୟବସ୍ଥା କରାଯାଇଛି ବୋଲି ଏସପି ଏସ ଚିନାପ୍ପା ସୂଚନା ଦେଇଛନ୍ତି।

KNews Bureau

Recent Posts

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

10 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

25 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

37 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

38 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

9 hours ago