ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ର‍୍ୟାମ୍ପ୍‌ ଓ୍ଵାକ୍‌ କରି ଫସିଗଲେ ୫ ପୋଲିସ କର୍ମୀ…! ଜାଣନ୍ତୁ ପୂରା ମାମଲା

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେବା ପୋଲିସ କର୍ମୀମାନଙ୍କୁ ମହଙ୍ଗା ପଡ଼ିଛି। ଏହି କାରଣରୁ ୫ ପୋଲିସ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଘଟଣାଟି ତାମିଲନାଡ଼ୁର। ଏଠାରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇ ର‍୍ୟାମ୍ପ୍‌ ଓ୍ଵାକ୍‌ କରିବାରୁ ସମ୍ପୃକ୍ତ ପୋଲିସ କର୍ମୀମାନଙ୍କୁ ଅନ୍ୟତ୍ର ବଦଳି କରି ଦିଆଯାଇଛି। ସେମାନଙ୍କ ମଧ୍ୟରେ ଜଣେ ସ୍ୱତନ୍ତ୍ର ସହାୟକ ପୋଲିସ ନିରୀକ୍ଷକ ଥିବା ଜଣାପଡ଼ିଛି। ନାଗପଟ୍ଟିନମ୍‌ ଏସ୍‌ପି ଏହି ବଦଳି ଆଦେଶ ଜାରି କରିଛନ୍ତି।

ରିପୋର୍ଟ ଅନୁସାରେ, ଗତ କିଛି ଦିନ ତଳେ ଏଠାକାର ଏକ ଘରୋଇ ଅନୁଷ୍ଠାନ ମଲିୟାଦୁଥୁରାଇ ଜିଲ୍ଲାର ସେମ୍ବନାରକୋଭିଲରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାର ଆୟୋଜନ କରିଥିଲା। ଅଭିନେତ୍ରୀ ୟାଶିକା ଆନନ୍ଦ ଏଥିରେ ବିଶେଷ ଅତିଥି ରୂପେ ଯୋଗ ଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ।

ତେବେ ଏହି କାର୍ଯ୍ୟକ୍ରମରେ ୫ ଜଣ ପୋଲିସ କର୍ମୀ ର‍୍ୟାମ୍ପ୍‌ ଓ୍ଵାକ୍‌ କରିଥିଲେ। ଏହି ଖବର ପରଦିନ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଗତ ୩୧ ଜୁଲାଇରେ ଏହି ଘଟଣା ଘଟିଥିଲା। କହି ରଖୁଛୁ, ବଦଳି ହୋଇଥିବା ସମସ୍ତ ପୋଲିସ କର୍ମୀ ସେମ୍ବନାରକୋଭିଲ ଥାନାରେ କାର୍ଯ୍ୟରତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.