ଖୁବ୍‌ ଶୀଘ୍ର ଗଠନ ହୋଇପାରେ ମହାରାଷ୍ଟ୍ର ସରକାର, ଆଜି ଶରଦ ପାୱାରଙ୍କ ଘରେ ବସିବ କଂଗ୍ରେସ-ଏନ୍‌ସିପି ବୈଠକ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ନେଇ ବାହାରିପାରୁନି ନିଷ୍କର୍ସ। ଲଗାତାର ବୈଠକ, ବାରମ୍ବାର ମନ୍ଥନ ପରେ ହୋଇପାରୁନି ସହମତି। ଶିବସେନାକୁ ନେଇ କଂଗ୍ରେସ ଓ ଏନସିପି ମଧ୍ୟରେ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ଏଭଳି ସ୍ଥିତି ଦେଖାଦେଇଥିବା ବେଳେ ସରକାର ଗଠନ ନେଇ ପ୍ରସ୍ତାବକୁ ଶେଷରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଞ୍ଜୁରୀ ଦେଇଛନ୍ତି। ସୋନିଆଙ୍କ ସହମତି ପରେ ସରକାର ଗଠନ ପ୍ରକ୍ରିୟା ତ୍ୱରାନ୍ଵିତ ହେବ ବୋଲି ଜଣାପଡ଼ିଛି। ଗତକାଲି ଏନସିପି ମୁଖ୍ୟ ଶରଦ ପାୱାର ଓ ସୋନିଆ ଗାନ୍ଧିଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ସେପଟେ ଡିସେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟରେ ସରକାର ଗଠନ ପ୍ରକ୍ରିୟା ଶେଷ ହେବ ବୋଲି କହିଛନ୍ତି ଶିବସେନା ମୁଖପାତ୍ର ସଞ୍ଜୟ ରାଉତ।

ସେପଟେ ଆଜି ଶିବସେନା ବିଧାୟକଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ଏହି ବୈଠକରେ ୫୬ ବିଧାୟକଙ୍କୁ ଯୋଗଦେବା ପାଇଁ ନିର୍ଦ୍ଦେଶ ରହିଛି। କଂଗ୍ରେସ ସହ ମେଣ୍ଟ ହେଉଥିବାରୁ ଶିବସେନାକୁ ନିଜ ଦଳରେ ବିଭାଜନର ଭୟ ଘାରିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.