ଆଜି ଭାରତୀୟ ନନ ସିଷ୍ଟର ମରିୟମଙ୍କୁ ଭାଟିକାନ ସିଟି ଠାରେ ସନ୍ଥ ଘୋଷଣା କରିବେ ପୋପ ଫ୍ରାନ୍ସିସ

ଦକ୍ଷିଣ ଭାରତୀୟ ରାଜ୍ୟ କେରଳ ସ୍ଥିତ ତ୍ରିସୁରର ସିଷ୍ଟର ମରିୟମ ଥ୍ରେସିୟାଙ୍କୁ ଆଜି ପପ ଫ୍ରାନ୍ସିସ  ସନ୍ଥ ଘୋଷଣା କରିବେ । ମରିୟମଙ୍କ ମୃତ୍ୟୁର ୯୩ ବର୍ଷ ପରେ ପପ ଫ୍ରାନ୍ସିସ ଭାଟିକାନ ସିଟି ଠାରେ ତାଙ୍କୁ  ସନ୍ଥ ଘୋଷଣା କରିବେ । ରୋମର ସେଣ୍ଟ ପୀଟର୍ସ ସ୍କୋୟାରରେ ହେବାକୁ ଥିବା ସମାରୋହରେ ଭାରତୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେବେ ବିଦେଶ ରାଜ୍ୟମନ୍ତ୍ରୀ ବି. ମୁରଲୀଧରନ । ଭାରତ ସହ ବ୍ରିଟେନ, ସ୍ୱିଜରଲ୍ୟାଣ୍ଡ, ବ୍ରାଜିଲର ସିଷ୍ଟର ମାନଙ୍କୁ ମଧ୍ୟ  ସନ୍ଥ ଘୋଷଣା କରାଯିବ । କେରଳର ତ୍ରିସୁର ଠାରେ ୧୮୭୬ ମସିହା ଏପ୍ରିଲ ୨୬ ତାରିଖରେ ଜନ୍ମିତ ଥ୍ରେସିୟାଙ୍କୁ ୧୯୦୪ ମସିହାରେ ମରିୟମ ଥ୍ରେସିୟା ନାମରେ ନାମିତ କରାଯାଇଥିଲା ।

ସେ ୧୯୧୪ ମସିହାରେ ତ୍ରିସୁର ଠାରେ ‘ହୋଲି ମିଳନ’ ନାମକ ଏକ ସଂସ୍ଥାର ସ୍ଥାପନା କରିଥିଲେ । ଖାଲି ସେତିକି ନୁହେଁ ଭାଟିକାନ ଚର୍ଚ୍ଚର ପୋପ ତାଙ୍କୁ ସମ୍ମାନିତ ଓ ପୂଜନୀୟ ବ୍ୟକ୍ତି ଭାବେ ମଧ୍ୟ ଘୋଷଣା କରିଛନ୍ତି । ନିଜ ଜୀବନ କାଳ ମଧ୍ୟରେ ମରିୟମ ଗରିବ ମାନଙ୍କର ସାହାଯ୍ୟ କରିବା ସହ ବହୁ ଦୁଖୀ ଦରିଦ୍ର ରୋଗୀ ମାନଙ୍କର କଥା ବୁଝିଥିଲେ । ଏହା ସହ ବହୁ ବେସାହାରା ଲୋକଙ୍କୁ ସାହାରା ମଧ୍ୟ ଦେଇଥିଲେ । ସିଷ୍ଟର ମରିୟମଙ୍କର ୧୯୨୬ ମସିହା ଜୁନ ମାସ ୮ ତାରିଖରେ ମାତ୍ର ୫୦ ବର୍ଷ ବୟସରେ ମୃତ୍ୟୁ ହୋଇଥିଲା । ୨୦୦୦ ମସିହା ଏପ୍ରିଲ ୯ ତାରିଖରେ ପପ ଜନ ପଲ ଦ୍ୱିତୀୟ ତାଙ୍କୁ ଏକ ପବିତ୍ର ଆତ୍ମା ଭାବେ ଘୋଷଣା କରିଥିଲେ ।

ଏହା ସହ ପଢନ୍ତୁ; ଆଜିଠୁ ନେଦରଲାଣ୍ଡ ରାଜା ଓ ରାଣୀଙ୍କର ପାଞ୍ଚ ଦିନିଆ ଭାରତ ଗସ୍ତ

ନିକଟରେ ସେପ୍ଟେମ୍ବର ୨୯ ତାରିଖର ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଷ୍ଟର ମରିୟମଙ୍କ ବିଷୟରେ କହିଥିଲେ । ଦେଶ ତାଙ୍କୁ ନେଇ ଗର୍ବିତ ବୋଲି ମଧ୍ୟ କହିଥିଲେ । ସେ ଏହା ମଧ୍ୟ କହିଥିଲେ ମରିୟମ ନିଜ ୫୦ ବର୍ଷର ସ୍ୱଳ୍ପ ଆୟୁ ଭିତରେ ଦେଶ ପାଇଁ ଯାହା କରିଛନ୍ତି ତାହା ଅନ୍ୟ ମାନଙ୍କ ପାଇଁ ଏକ ବିରାଟ ଆଦର୍ଶ ହୋଇ ରହିବ । ଥ୍ରେସିୟାଙ୍କ ଦ୍ୱାରା ୧୯୧୪ ମସିହାରେ ସ୍ଥାପିତ ‘ହୋଲି ଫ୍ୟାମିଲି’ରେ ଏବେ ସମୁଦାୟ ୨୦୦୦ ଜଣ ନନ ରହିଛନ୍ତି । ଏହା ସହ ଥ୍ରେସିୟା ବହୁ ସ୍କୁଲ, ହଷ୍ଟେଲ, ଅନାଥାଳୟ,କନଭେନ୍ଟ ସ୍ଥାପନ କରିଥିଲେ । ନାରୀ ସଶକ୍ତିକରଣକୁ ବିଶେଷ ଭାବେ ଗୁରୁତ୍ୱ ଦେଉଥିବା ମରିୟମ ଝିଅ ମାନଙ୍କ ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁ ଉଲ୍ଲେଖନିୟ କାର୍ଯ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.