ଲକ୍‌ଡାଉନ୍‌ରେ ଏମିତି ମାଲାମାଲ ହେଉଛନ୍ତି ପର୍ଣ୍ଣଷ୍ଟାର, କରୁଛନ୍ତି କୋଟି କୋଟି ଟଙ୍କାର ବେପାର

ଅଧିକାଂଶ ବେପାର ପାଇଁ କରୋନା ଭାଇରସ୍‌ ଏବେ ବାଧକ ସାଜିଛି। କିନ୍ତୁ ୟୁରୋପ ଓ ଆମେରିକାର ପର୍ଣ୍ଣଷ୍ଟାରଙ୍କ ପାଇଁ ଏହି ସମୟ ବେଶ୍‌ ଲାଭବାନ୍‌ ସାବ୍ୟସ୍ତ ହୋଇଛି। ଗତ କିଛି ମାସରେ ସେମାନଙ୍କ ର‍୍ୟାଙ୍କିଂ ଓ ରୋଜଗାର ଉଭୟ ବୃଦ୍ଧି ପାଇଛି। ରିପୋର୍ଟ ମୁତାବକ, କରୋନା ଯୋଗୁ ଏବେ ସମସ୍ତ ଷ୍ଟୁଡିଓ ବନ୍ଦ ରହିଛି। ଏଣୁ ପର୍ଣ୍ଣଷ୍ଟାରମାନେ ନିଜ ଭିଡିଓ ନିଜେ ସୁଟ୍‌ କରି ପେଡ୍‌ ସାଇଟ୍‌ରେ ସବ୍‌ସ୍କ୍ରାଇବର ପାଇଁ ସେୟାର କରୁଛନ୍ତି। ଏଭଳି ଭିଡିଓ କରି କେତେକ ପର୍ଣ୍ଣଷ୍ଟାର ମାସକୁ ହଜାର ହଜାର ଡଲାର ରୋଜଗାର କରିବା ସହ ସେମାନଙ୍କ ର‍୍ୟାଙ୍କିଂ ବଢ଼ାଉଛନ୍ତି।

Porn ban in India: Misguided Warriors | The Indian Express

ସିକାଗୋର ଜଣେ ପର୍ଣ୍ଣଷ୍ଟାରଙ୍କ କହିବାନୁସାରେ ତାଙ୍କ ୱେବସାଇଟ୍‌ ରୋଜଗାର ଫେବ୍ରୁଆରୀରେ ୨୦୦୦ ଡଲାର ଥିବା ବେଳେ ଏପ୍ରିଲରେ ୭୫୦୦ ଡଲାର ହୋଇଛି। ୱେବସାଇଟ୍‌ରେ ଲଗାତାର ଟ୍ରାଫିକ ବଢ଼ିବାରେ ଲାଗିଛି। ପୂର୍ବରୁ ତାଙ୍କ ସବ୍‌ସ୍କ୍ରାଇବର ୨୦ ମିଲିୟନ୍‌ ଥିବା ବେଳେ ଏତେ ତାହା ୩.୫ ମିଲିୟନ୍‌ ବଢ଼ିଛି।

Instagram is home to THOUSANDS of explicit PORN movies and photos ...

ଜଣେ ବ୍ରିଟିଶ୍‌ ପର୍ଣ୍ଣଷ୍ଟାର କହିଛନ୍ତି ଯେ ସେ ଏବେ ପ୍ରଡ୍ୟୁସରଙ୍କ ପାଖରେ କାମ କରିବା ବନ୍ଦ କରିଦେଇଛନ୍ତି। ଏବେ ସେ ନିଜର ୱେବସାଇଟ୍‌ ତିଆରି କରିଛନ୍ତି। ତାଙ୍କ ସାଇଟ୍‌କୁ ଲୋକମାନେ ବହୁଳ ଭାବେ ସବ୍‌ସ୍କ୍ରାଇବ ମଧ୍ୟ କରୁଛନ୍ତି। ଏଣୁ ରୋଜଗାର ଅଧିକ ହେଉଥିବା ସେ କହିଛନ୍ତି। କରୋନା ସ୍ଥିତିରେ ଲୋକମାନେ ଘରେ ରହି ଅଧିକ ସମୟ ମୋବାଇଲ ଓ ଲାପଟପ୍‌ ସହ ବିତାଉଛନ୍ତି। ଏହି ସମୟରେ ସେମାନେ ପର୍ଣ୍ଣ ସାଇଟ୍‌ ଅଧିକ ସର୍ଚ୍ଚ କରୁଥିବା ବ୍ରିଟିଶ୍‌ ପର୍ଣ୍ଣଷ୍ଟାର କହିଛନ୍ତି।

6 Reasons Why The Porn Ban Makes No Sense | HuffPost India

ଏକ ମିଡିଆ ରିପୋର୍ଟ ମୁତାବକ ଡିସେମ୍ବର ୨୦୦୫ ଯାଏଁ ଆଡଲ୍ଟ ୱେବସାଇଟ୍‌ର ୬୩.୪ ମିଲିୟନ୍‌ ୟୁନିକ ଭିଜିଟର ଥିଲେ। ସେତେବେଳ ତୁଳନାରେ ଏବେ ଇଣ୍ଟରନେଟ୍‌ ବ୍ୟବହାରୀଙ୍କ ସଂଖ୍ୟା ବଢ଼ିଛି। ଏବେ ୟୁନିକ୍‌ ଭିଜିଟରଙ୍କ ସଂଖ୍ୟା ୪ ଗୁଣ ବଢ଼ିଛି। ସେତେବେଳେ ପର୍ଣ୍ଣଗ୍ରାଫି ଇଣ୍ଡଷ୍ଟ୍ରୀର ମୋଟ ରୋଜଗାର ୧୨ ବିଲିୟନ୍‌ ଡଲାର ଥିଲା। ଏବେ ଏହା ଶହେ ଗୁଣ ବଢ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.