ପାଟନା ରେଳ ଷ୍ଟେସନରେ ହଠାତ୍‌ ଚାଲିଲା ବ୍ଲୁ ଫିଲ୍ମ, କଳା ତାଲିକାଭୁକ୍ତ ହେଲା ବିଜ୍ଞାପନ ଏଜେନ୍ସି

ରେଳ ଷ୍ଟେସନରେ ଚାଲିଲା ବ୍ଲୁ ଫିଲ୍ମ। ବିହାରର ରାଜଧାନୀ ପାଟନା ରେଳ ଷ୍ଟେସନରେ ଉପସ୍ଥିତ ଲୋକଙ୍କୁ ରବିବାର ସକାଳେ ବହୁତ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ଷ୍ଟେସନରେ ବିଜ୍ଞାପନ ପ୍ରସାରଣ ପାଇଁ ଲାଗିଥିବା ଏକାଧିକ ଟେଲିଭିଜନ୍ ସ୍କ୍ରିନ୍‌ରେ ହଠାତ୍ ବ୍ଲୁ ଫିଲ୍ମ ପ୍ରସାରଣ ଆରମ୍ଭ ହୋଇଥିଲା, ଯାହାକୁ ନେଇ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

କୁହାଯାଉଛି ଯେ ପାଖାପାଖି ୩ ମିନିଟ୍ ପର୍ଯ୍ୟନ୍ତ ଏକାଧିକ ଟିଭି ପରଦାରେ ବ୍ଲୁ ଫିଲ୍ମ ଚାଲିଥିଲା, ଯେଉଁ କାରଣରୁ ଲୋକମାନେ ଆକ୍ରୋଶିତ ହୋଇ ପଡ଼ିଥିଲେ। ଏ ନେଇ ଷ୍ଟେସନରେ ଉପସ୍ଥିତ କିଛି ଯାତ୍ରୀ ତୁରନ୍ତ ଜିଆର୍‌ପି ଏବଂ ଆର୍‌ପିଏଫ୍‌କୁ ସୂଚନା ଦେଇଥିଲେ। ଏହାପରେ ଟେଲିଭିଜନରେ ବିଜ୍ଞାପନ ଚଳାଉଥିବା ଏଜେନ୍ସି ସହିତ ଯୋଗାଯୋଗ କରାଯାଇଥିଲା ଏବଂ ବ୍ଲୁ ଫିଲ୍ମର ପ୍ରସାରଣକୁ ରୋକା ଯାଇଥିଲା।

ପରେ ରେଲୱେ ଅଧିକାରୀମାନେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ। ଟେଲିଭିଜନ ପରଦାରେ ବିଜ୍ଞାପନ ପ୍ରସାରଣ ଦାୟିତ୍ୱରେ ଥିବା ଏଜେନ୍ସି ବିରୋଧର ଏକ ଏଫଆଇଆର ଦାଖଲ କରାଯାଇଥିଲା। ଏଥି ସହିତ ଏଜେନ୍ସିକୁ ରେଲୱେ କଳା ତାଲିକାଭୁକ୍ତ କରିବା ସହ ଏହା ଉପରେ ଜରିମାନା ମଧ୍ୟ ଲାଗୁ କରିଛି।

ସୂଚନାଥାଉ କି, ଏହା ପୂର୍ବରୁ ରାଜଧାନୀ ଦିଲ୍ଲୀରେ ମଧ୍ୟ ୨୦୧୭ ମସିହାରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏପ୍ରିଲ ମାସରେ ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନରେ ବିଜ୍ଞାପନ ପାଇଁ ଲାଗିଥିବା ପରଦାରେ ବ୍ଲୁ ଫିଲ୍ମ ପ୍ରସାରଣ ଆରମ୍ଭ ହୋଇଥିଲା। ଏହି ଭିଡିଓ କ୍ଲିପ୍‌ ସୋସିଆଲ ମିଡିଆରେ ସେତେବେଳେ ଭାଇରାଲ ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.