ଦେଶ ବିଦେଶ

ଶସ୍ୟରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କର ଭବ୍ୟ ଚିତ୍ର, ଦେଖିଲେ ଆଖି ଲାଖିଯିବ

ଶସ୍ୟରେ ନିର୍ମାଣ କରାଯାଇଛି ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚିତ୍ର । ନେପାଳର ଜନକପୁରର କିଛି ଆର୍ଟିଷ୍ଟମାନେ ଶସ୍ୟରେ ନିର୍ମିତ ଏକ ଚିତ୍ର ପାଇଁ ବିଶ୍ୱ ରେକର୍ଡ କରିବାକୁ ଚେଷ୍ଟା କରିଛନ୍ତି । ଏହି ଆର୍ଟିଷ୍ଟମାନେ ପ୍ରାୟ ୧୧ ହଜାର ବର୍ଗଫୁଟ ପରିସର ବିଶିଷ୍ଟ ଶ୍ରୀରାମ ଏବଂ ସୀତାଙ୍କ ଚିତ୍ର ପ୍ରସ୍ତୁତ କରିଛନ୍ତି । ତ୍ରେତୟା ଯୁଗରେ ଅନୁଷ୍ଠିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ବିବାହ ସମାରୋହକୁ ସ୍ମରଣ କରି ସମୁଦାୟ ୧୦ ଜଣ କଳାକାର ଯାହା ମଧ୍ୟରୁ ନେପାଳର ଦୁଇଜଣ ଏବଂ ଭାରତର ଆଠ ଜଣ – ରଙ୍ଗଭୂମୀ ମୈଦାନରେ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତାଙ୍କ ଚିତ୍ର ପ୍ରସ୍ତୁତ କରିଥିଲେ । ଏହି ଚିତ୍ରଟି ଶସ୍ୟ ବ୍ୟବହାର କରି ତିଆରି କରାଯାଇଥିଲା, ଅତିକମରେ ୧୧ ପ୍ରକାରର ଶସ୍ୟରେ ଏହି ଚିତ୍ର ପ୍ରସ୍ତୁତ କରାଯାଇଛି ଯାହାର ଓଜନ ପ୍ରାୟ ୧୦୧ କ୍ୱିଣ୍ଟାଲ ।

ଏହି ଚିତ୍ରର ଲମ୍ବ ୧୨୦ ଫୁଟ ଏବଂ ଚଉଡା ୯୧.୫ ଫୁଟ ଥିଲା । ଗତ ବର୍ଷ ଆରମ୍ଭରେ ଗୁଜର ମଧ୍ୟ ଅଯୋଧ୍ୟାରେ ଶ୍ରୀ ରାମ ଏବଂ ମାତା ସୀତାଙ୍କ ଚିତ୍ର ତିଆରି କରିଥିଲେ ଯାହାକି ୧୦.୮୦୦ ବର୍ଗଫୁଟ ପରିସରରେ ଥିବା ଶସ୍ୟକୁ ବ୍ୟବହାର କରି ତିଆରି କରାଯାଇଥିଲା । ଆର୍ଟିଷ୍ଟଙ୍କ ଅନୁଯାୟୀ ଏହି ଚିତ୍ରରେ କୌଣସି କୃତ୍ରିମ ରଙ୍ଗ ବ୍ୟବହାର କରାଯାଇ ନାହିଁ । ସପ୍ତାହେ ଧରି କାର୍ଯ୍ୟ କରିବା ପରେ, ଚିତ୍ରଟି ଏହି ସପ୍ତାହ ଶେଷରେ ସମାପ୍ତ ହୋଇଛି ଏବଂ ଜନସାଧାରଣଙ୍କୁ ବର୍ତ୍ତମାନ ଚିତ୍ରକଳା ଦେଖିବାକୁ ଅନୁମତି ଦିଆଯାଇଛି । ଭାରତବର୍ଷରେ ଖୁବ ଧୁମଧାମର ସହ ବିବାହ ପଞ୍ଚମୀ ପର୍ବ ପାଳନ କରାଯାଏ । ପ୍ରାୟ ୫୦୦୦ ହଜାର ବର୍ଷ ପୂର୍ବେ ଦେବୀ ସୀତା (ଜନକପୁରର ରାଜକୁମାରୀ) ଏବଂ ପ୍ରଭୁ ଶ୍ରୀରାମ (ଅଯୋଧ୍ୟା ରାଜକୁମାର) ଙ୍କ ବିବାହ ହୋଇଥିଲା ତେଣୁ ଏହି ଦିନ ବିବାହ ବାର୍ଷିକୀ ପାଳନ କରିବାର ଶୁଭ ଦିନ । ହିନ୍ଦୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମାର୍ଗଶିର ଶୁକ୍ଳ ପଞ୍ଚମୀ ତିଥିରେ ଏହି ବିବାହ ଉତ୍ସବ ଜନକପୁର ଧାମର ଜାନକୀ ମନ୍ଦିରରେ ସାତ ଦିନ ଧରି ଖୁବ ଆଡମ୍ବରରେ ପାଳନ କରାଯାଏ ।

ଯେଉଁଥିରେ ପ୍ରତିବର୍ଷ ନେପାଳ ତଥା ଭାରତର ହଜାର ହଜାର ଭକ୍ତ ଯୋଗ ଦେଇଥାନ୍ତି । ବିବାହ ପଞ୍ଚମୀ ଦିନ, ଅର୍ଥାତ୍ ଡିସେମ୍ବର ୧୭, ୨୦୨୩ ଏହି ବର୍ଷ ମନ୍ଦିରରେ ଏକ ବିରାଟ ବିବାହ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ମାତା ସୀତା ଏବଂ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ବର କନ୍ୟା ଭାବରେ ସଜାଯାଏ । ଅଯୋଧ୍ୟାରୁ ବରଯାତ୍ରୀ ତଥା ଅତିଥିମାନେ ମଧ୍ୟ ବିବାହ ପଞ୍ଚମୀ ଦିନ ଜାନକୀ ମନ୍ଦିରରେ ପହଞ୍ଚିଥାନ୍ତି । ଏହି ଶୁଭ ଅବସରରେ ଶସ୍ୟରେ ତିଆରି ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ଚିତ୍ର ଲୋକମାନଙ୍କର ଦୃଷ୍ଟି ଆକର୍ଶଣ କରିଛି । ଏହି ଚିତ୍ରର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଶସ୍ୟରେ ତିଆରି ଏହି ସୁନ୍ଦର ଚିତ୍ରକୁ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

KNews Bureau

Recent Posts

ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି, ଉପକୂଳରେ ଅସହ୍ୟ ହେଉଛି ଗୁଳୁଗୁଳି

କେନ୍ୟୁଜ୍‌: ଜଳୁଛି ପଶ୍ଚିମ, ସିଝୁଛି ଉପକୂଳ । ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ତାତି । ଆକାଶରୁ ହେଉଛି ଅଗ୍ନିବର୍ଷା ।…

2 mins ago

ଗ୍ରାହକଙ୍କୁ ଆଶ୍ୱସ୍ତି, ମାସ ଆରମ୍ଭରୁ କମିଲା ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଦେଶରେ ଲୋକସଭା ନିର୍ବାଚନର ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ଚାଲିଛି । ଭୋଟ ଚାଲିଥିବା ବେଳେ ଗ୍ରାହକଙ୍କୁ ଖୁସି କରିଦେଇଛନ୍ତି…

10 mins ago

ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ

କେନ୍ୟୁଜ୍‌: ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟରେ ଦେଶର ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେଉଛି ମତଦାନ । ୫୭ଟି…

36 mins ago

ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ

ମୟୂରଭଞ୍ଜ(କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲାର ୮ଟି ବିଧାନସଭା କ୍ଷେତ୍ରରେ ହେଉଛି ଭୋଟଗ୍ରହଣ । ସେଥିରେ ରହିଛି ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅଧୀନ, ଯଶୀପୁର,…

49 mins ago

ଆସନ୍ତୁ ଜାଣିବା ଆଜି କେଉଁ ସହରରେ କେତେ ରହିଛି ଡିଜେଲ ଓ ପେଟ୍ରୋଲ୍ ମୂଲ୍ୟ

ଆସନ୍ତୁ ଜାଣିବା ଆଜି କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ? ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୦ ଟଙ୍କା…

1 hour ago

ଜାଣନ୍ତୁ ଆଜିର ସୁନା ଓ ରୁପା ଦର

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

1 hour ago