କ୍ଷମତାର ମୋହ ପାଇଁ ରାଜନୀତିରେ ବିଦ୍ରୋହ, ପରିବାରରେ ଏଥିପାଇଁ ଉଠିଛି ବିବାଦ, ଜାଣନ୍ତୁ କେଉଁ ପରିବାରରେ ଦେଖାଦେଇଛି ବିବାଦ

କେନ୍ୟୁଜ୍(ବ୍ୟୁରୋ):  କ୍ଷମତାର ମୋହ ପାଇଁ ରାଜନୀତିରେ ବିଦ୍ରୋହ କିଛି ନୂଆ ନୁହେଁ। ଭାରତୀୟ ରାଜନୀତିରେ ବହୁ ପରିବାରରେ ଏଥିପାଇଁ ବିବାଦ ଉଠିଛି। ଦଳ ବି ଭାଙ୍ଗି ଅଲଗା ଦଳ ବି ଗଠନ ହୋଇଛି। ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂହ ଯାଦବଙ୍କ ପରିବାର ରାଜନୀତିରେ ସକ୍ରିୟ। ପରିବାରର ୨୩ଜଣ ସଦସ୍ୟ ପ୍ରତକ୍ଷ୍ୟ ଭାବେ ରାଜନୀତି ସହ ସଂପୃକ୍ତ । ତେବେ ମୁଲାୟମ ଓ ତାଙ୍କ ଭାଇ ଶିବପାଳ ସିଂହ ଚୌହାନଙ୍କ ସହ ପୁଅ ଅଖିଳେଶଙ୍କ ସହ ମତାନ୍ତର ଦେଶର ରାଜନୀତିରେ ଜୋର ଚର୍ଚ୍ଚା ଧରିଥିଲା। କ୍ୟାବିନେଟରୁ ଶିବପାଳଙ୍କ ଅନୁଗତଙ୍କୁ ବିଦା କରିବା ସହ ଅଖିଳେଶ ନିଜକୁ ଦଳର ମୁଖ୍ୟ ଭାବେ ଘୋଷଣା କରିବା ପରେ ବିବାଦର ସୂତ୍ରପାତ ହୋଇଥିଲା। ପରିବାରରେ କୌଣସି ବିବାଦକୁ ଖଣ୍ଡନ କରିଥିଲେ ମୁଲାୟମ। ଆଲୋଚନା ମାଧ୍ୟମରେ ପାରିବାରିକ ବିବାଦର ସମାଧାନ ହୋଇଥିଲେ ମଧ୍ୟ ଶିବପାଳ ସିଂହ ଚୌହାନ ଏଥିରୁ ଦୂରେଇ ଯାଇଥିଲେ। ଆଉ ୨୦୧୮ ଅକ୍ଟୋବରରେ ଗଠନ କରିଥିଲେ ପ୍ରଗତିଶୀଳ ସମାଜବାଦୀ ପାର୍ଟି।

ଏହାସହ ପଢନ୍ତୁ: ବିମାନରେ ଯାତ୍ରା ସମୟରେ ବୃଦ୍ଧ ବ୍ୟକ୍ତିଙ୍କୁ ପରିସ୍ରା ପାଇଁ ହେଲା ସମସ୍ୟା, ଡାକ୍ତର ନେଲେ ଏପରି ପଦକ୍ଷେପ

ତାମିଲନାଡୁରେ ଡିଏମକେ ପ୍ରତିଷ୍ଠାତା କରୁଣାନିଧିଙ୍କ ପରିବାରରେ ମଧ୍ୟ କ୍ଷମତା କନ୍ଦଳ ଜୋର ଧରିଥିଲା। ବୟସାଧିକ କାରଣକୁ ଦଳ ମୁଖ୍ୟ କରୁଣାନିଧି ସାନପୁଅ ଏମକେ ଷ୍ଟାଲିନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଘୋଷଣା କରିବା ପରେ ବିଦ୍ରୋହ କରି ଉଠିଥିଲେ ବଡ଼ପୁଅ ଏମକେ ଆଲାଗିରି। ତେବେ ଷ୍ଟାଲିନଙ୍କ ସାଙ୍ଗଠନିକ ଦକ୍ଷତା, ଦଳ ପରିଚାଳନାରେ ସକ୍ରିୟତା ନେଇ କରୁଣାନିଧି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। କରୁଣାନିଧିଙ୍କ ଦେହାନ୍ତ ପରେ ଷ୍ଟାଲିନ ଦଳର ଅଧ୍ୟକ୍ଷ ହୋଇଥିଲେ। ତେବେ ଆଲାଗିରି ବିଦ୍ରୋହ ଦଳରେ କୌଣସି ପ୍ରଭାବ ପକାଇନପାରିବାରୁ ସେ ସକ୍ରିୟ ରାଜନୀତିରୁ ଦୂରେଇ ଯାଇଛନ୍ତି।… ଭାରତୀୟ ରାଜନୀତିରେ ଅନ୍ୟତମ ପ୍ରଭାବଶାଳୀ ରାଜନୈତିକ ପରିବାର ଗାନ୍ଧି ପରିବାର। ସଂଜୟ ଗାନ୍ଧିଙ୍କ ସହ ତାଙ୍କ ବିବାହ ପରଠାରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କ ସହ ମତାନ୍ତର ରହିଥିଲା।

ଏହାସହ ପଢନ୍ତୁ:  ପ୍ରେମ ମାନିଲାନି ବୟସ, ପରିଣତ ବୟସରେ ୨୦ ବର୍ଷ ଯୁବତୀଙ୍କ ହାତ ଧରିଲେ ୭୦ ବର୍ଷୀୟ ବୃଦ୍ଧ

ତେବେ ପରିବାରରେ ବିବାଦର ସୂତ୍ରପାତ ହୋଇଥିଲା ୧୯୮୪ରେ। ରାଜୀବ ଗାନ୍ଧିଙ୍କ ବିରୋଧରେ ଆମେଥି ଆସନରେ ସ୍ୱାଧୀନ ଭାବେ ଲଢି ପରାସ୍ତ ହୋଇଥିଲେ ମାନେକା ଗାନ୍ଧି। ପରେ ୧୯୮୮ରେ ସେ ଜନତା ଦଳରେ ଯୋଗ ଦେଇଥିବା ବେଳେ ୨୦୦୪ରେ ବିଜେପିରେ ଯୋଗ ଦେଇଥିଲେ। ସେହିପରି ମାନେକାଙ୍କ ପୁଅ ବରୁଣ ଗାନ୍ଧି ମଧ୍ୟ ବିଜେପି ଦଳ ପକ୍ଷରୁ ସାଂସଦ ହୋଇଛନ୍ତି। କେବଳ ଗାନ୍ଧି ପରିବାର ନୁହେଁ, ମହାରାଷ୍ଟ୍ରରେ ଠାକରେ ପରିବାରରେ ମଧ୍ୟ କ୍ଷମତା କନ୍ଦଳ ପରିବାରକୁ ଅଲଗା କରିଛି। ଶିବସେନାରେ ବାଲଠାକରେ ନିଜ ପୁଅ ଉଦ୍ଧବଙ୍କୁ ପ୍ରାଧାନ୍ୟ ଦେବା ପରେ ପୁତୁରା ରାଜ୍‌ ଠାକରେ ବିଦ୍ରୋହ କରି ମହାରାଷ୍ଟ୍ର ନବନିର୍ବାଣ ସେନା ପ୍ରତିଷ୍ଠା କରିଛନ୍ତି।

KNews Bureau

Recent Posts

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

5 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

6 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

11 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

16 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

19 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

31 mins ago