ଅମାନବୀୟ! ଗୋଡ଼ ଭାଙ୍ଗି ପଡ଼ିଥିବା ବେଳେ ବୃଦ୍ଧା ମହିଳାଙ୍କୁ ହସ୍ପିଟାଲ ବେଡରେ ଦୁଷ୍କର୍ମ, ପୋଷ୍ଟମର୍ଟମ ରିପୋର୍ଟରୁ ହେଲା ଖୁଲାସା

ଆମେରିକାରେ ଜଣେ ବୃଦ୍ଧା ମହିଳାଙ୍କ ସହିତ ହସ୍ପିଟାଲ ବେଡରେ ଯୌନ ଉତ୍ପୀଡ଼ନ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ପରେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ଏବଂ ଶେଷରେ ସେ ଆଖି ବୁଝିଥିଲେ। ଖବର ରହିଛି କି, ବୃଦ୍ଧାଙ୍କୁ ଷ୍ଟ୍ରୋକ ଆସିଥିଲା ଏବଂ ସେ ଚେୟାରରୁ ତଳେ ପଡିଯାଇଥିଲେ। ଆଉ ଏହି କାରଣରୁ ତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଏହାପରେ ତାଙ୍କୁ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମୃତା ବୃଦ୍ଧାଙ୍କ ନାଁ ଭ୍ୟାଲେରି ନେଲ, ବୟସ ୭୫। ତେବେ ପୋଲିସ ଯାଞ୍ଚରୁ ଜାଣିବାକୁ ପାଇଛି କି, ମହିଳାଙ୍କ ମୃତ୍ୟୁ ଚିକିତ୍ସା ସମ୍ବନ୍ଧୀୟ କୌଣସି ଆଭ୍ୟନ୍ତରୀଣ ଆଘାତ ଯୋଗୁ ଘଟିନି। ଏହି ମାମଲାରେ ହସ୍ପିଟାଲର ଜଣେ ପୁରୁଷ କର୍ମଚାରୀଙ୍କୁ ଦୁଷ୍କର୍ମ ଏବଂ ଯୌନ ଉତ୍ପୀଡ଼ନ କରିବା ସନ୍ଦେହରେ ଗିରଫ କରାଯାଇଛି।

ହସ୍ପିଟାଲର ଜଣେ ଅଧିକାରୀ ଏଲନ ବିଲ୍ସନ କହିଛନ୍ତି, ବ୍ୟବଚ୍ଛେଦରେ ମହିଳାଙ୍କ ମୃତଦେହର ଗୁପ୍ତାଙ୍ଗ ଆଖପାଖରେ ମିଳିଥିବା ଆଘାତ ଚିହ୍ନ ଚିନ୍ତାଜନକ, ଯାହାକୁ ଆଧାର କରି ପୋଲିସ ମାମଲାର ଯାଞ୍ଚ କରୁଛି। କହି ରଖୁଛୁ, ନେଲଙ୍କ ମୃତ୍ୟୁ ୧୬ ନଭେମ୍ବର, ୨୦୧୮ରେ ହୋଇଥିଲା। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଥିଲା। ଏବେ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିବା ପରେ ମାମଲାର ଖୁଲାସା ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.