ରାଜସ୍ଥାନରେ ଲାଗିଲା ବସୁନ୍ଧରାଙ୍କ ନିଖୋଜ ପୋଷ୍ଟର, ସୂଚନା ଦେଲେ ମିଳିବ ପୁରସ୍କାର

ନିଖୋଜ ହୋଇଗଲେ କି ବସୁନ୍ଧରା ଓ ତାଙ୍କ ପୁଅ । ରାଜସ୍ଥାନର ଝାଲଓ୍ୱାଡା ଏବଂ ଝାଲରାପାଟନର ସହରର କାନ୍ଥରେ ଲାଗିଛି ଏମିତି ପୋଷ୍ଟର । ବିଜେପି ବିଧାୟକ ବସୁନ୍ଧରା ରାଜେ ଏବଂ ତାଙ୍କ ପୁଅ ତଥା ସାଂସଦ ଦୁଷ୍ୟନ୍ତ ସିଂ ନିଖୋଜ ଥିବା ନେଇ ଲାଗିଛି ପୋଷ୍ଟର । ଆଉ ଯିଏ ତାଙ୍କୁ ଖୋଜିଆଣିଦେବ, ତାଙ୍କୁ ମିଳିବ ପୁରସ୍କାର।

ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ଦୁଇ ବିଜେପି ନେତା ନିଖୋଜ ଅଛନ୍ତି, ଏବଂ ସେମାନଙ୍କ ଚିତ୍ର ମଧ୍ୟ ରହିଛି । ଏହି ପୋଷ୍ଟରରେ ଲେଖାଥିଲା, “ତୁମେ ଦୁହେଁ କେଉଁଆଡେ ଯାଇଛ, ସମଗ୍ର ଜାଲାୱାର ଜିଲ୍ଲାର ବାସିନ୍ଦାଙ୍କୁ ଏହି ଭୟଙ୍କର କରୋନା ଅବସ୍ଥାରେ ଏକାକୀ ଛାଡି ଦେଇ । ପୋଷ୍ଟରରେ ଆହୁରି ମଧ୍ୟ ଲେଖାଅଛି, “ଭୟ କର ନାହିଁ, ଘରକୁ ଆସ” । ଏହା ସହିତ ଏକ ହାସ୍ୟାସ୍ପଦ ସ୍ୱରରେ କୁହାଯାଇଛି, “ଲୋକମାନଙ୍କ ବିଷୟରେ କ’ଣ ? ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ ଲୋକେ ସବୁ ଭୁଲିଯିବେ ।

vasu
photo credit: News nation

ତେବେ ଆଶ୍ଚର୍ଯ୍ୟକର କଥା ହେଉଛି, ଏଥିରେ କୁହାଯାଇଛି ଯେଉଁମାନେ ଏହି ୨ ନିଖୋଜ ନେତାଙ୍କ ସଂପର୍କରେ ସୂଚନା ଦେବ ତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏପରି ଘଟଣା ପରେ ସ୍ଥାନୀୟ ପୋଲିସ ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ କର୍ମଚାରୀଙ୍କ ସହାୟତାରେ କାନ୍ଥରୁ ପୋଷ୍ଟର ହଟାଇବା ଆରମ୍ଭ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.