ଏହି ରାଜ୍ୟଗୁଡିକରେ ବଢିପାରେ ବିଜୁଳି ସଙ୍କଟ, କୋଇଲା ଅଭାବକୁ ଗ୍ରହଣ କଲେ ମୋଦି ସରକାର

ଯେତେବେଳେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କଠାରୁ ସୂଚନା ମଗାଯାଇଥିଲା ସେତେବେଳେ ସେ କହିଥିଲେ ଯେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ କୋଇଲା ଅଭାବ ନାହିଁ। ବରଂ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଇଲା ଅଭାବ ଦେଖାଦେଇଛି। ଦେଶର ଅନେକ ରାଜ୍ୟରୁ କୋଇଲା ଅଭାବ ହେବାର ଖବର ଆସିଛି। ଏହା କୁହାଯାଉଛି ଯେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ୧୦ ଟି ରାଜ୍ୟରେ କୋଇଲା ଅଭାବ ହେତୁ ଆସନ୍ତା ସମୟରେ ବିଦ୍ୟୁତ୍ ସଙ୍କଟ ଆହୁରି ଅଧିକ ବଢିପାରେ।

coal
picture credit- navjibanindia

ଏଥି ସହିତ କେନ୍ଦ୍ରରେ ଥିବା ମୋଦି ସରକାର ମଧ୍ୟ କୋଇଲା ଅଭାବକୁ ଗ୍ରହଣ କରିଛନ୍ତି। ଯେତେବେଳେ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ ସିଂଙ୍କଠାରୁ ସୂଚନା ମଗାଯାଇଥିଲା ସେତେବେଳେ ସେ କହିଥିଲେ ଯେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ କୋଇଲା ଅଭାବ ନାହିଁ। ବରଂ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁରେ କୋଇଲାର ଅଭାବ ଦେଖାଦେଇଛି। ଏହି ରାଜ୍ୟଗୁଡିକରେ କୋଇଲା ଅଭାବ ପଛରେ ବିଭିନ୍ନ କାରଣ ରହିଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି ଯେ ଆମଦାନୀ ହୋଇଥିବା କୋଇଲା ଉପରେ ତାମିଲନାଡୁ ନିର୍ଭରଶୀଳ। କିନ୍ତୁ ଗତ କିଛି ଦିନ ମଧ୍ୟରେ ଆମଦାନୀ ହୋଇଥିବା କୋଇଲାର ମୂଲ୍ୟ ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ସରକାର ତାମିଲନାଡୁକୁ କହିଛନ୍ତି ଯେ ଯଦି ଆପଣ ଆମଦାନୀ ହୋଇଥିବା କୋଇଲା ଉପରେ ନିର୍ଭରଶୀଳ ତେବେ କୋଇଲା ଆମଦାନୀ କରନ୍ତୁ।

ଏଥି ସହିତ ଆନ୍ଧ୍ରପ୍ରଦେଶରେ ବିଦ୍ୟୁତ୍ ସଙ୍କଟ ଆହୁରି ଗଭୀର ହୋଇପାରେ। ରାଜ୍ୟରେ କୋଇଲା ସଙ୍କଟ ଦେଖାଦେଇଛି। ଆନ୍ଧ୍ରପ୍ରଦେଶକୁ ରେଳବାଇ ଦ୍ୱାରା କୋଇଲା ପରିବହନରେ ବିଳମ୍ବ ହୋଇଥିବାର ସୂଚନା ମିଳିଛି। ଏହା ବ୍ୟତୀତ ରାଜ୍ୟର କୋଇଲା କାରଖାନାରେ ବିସ୍ଫୋରକ ସାମଗ୍ରୀର ଅଭାବ ରହିଛି। ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ରାଜ୍ୟରେ ବିସ୍ଫୋରକ ସାମଗ୍ରୀର ଅଭାବ ଦେଖାଦେଇଛି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି।

ଦେଶରେ କୋଇଲା ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ଦେଶରେ ମୋଟ କୋଇଲା ଚାହିଦା ପ୍ରାୟ ୯ ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବାପେକ୍ଷା ଚାହିଦା ଦ୍ରୁତ ଗତିରେ ବଢୁଛି। ଦେଶରେ କୋଇଲା ସଂରକ୍ଷଣ ହ୍ରାସ ପାଇଛି। ଆରକେ ସିଂ କହିଛନ୍ତି ଯେ ଦେଶର କୋଇଲା ସଂରକ୍ଷଣ ଆଜିଠାରୁ ୯ ଦିନ ବାକି ଅଛି। ଏହା ପୂର୍ବରୁ ୧୪ ରୁ ୧୫ ଦିନ ଥିଲା। ସମସ୍ୟା ହେଉଛି ଯେ ଏହାର ଯୋଗାଣ ମଧ୍ୟ ବେଶି ବଢ଼ୁନି। କିନ୍ତୁ ଏହା ଦରକାର୍ ହେଉଛି ଅଧିକ। ସେଥିପାଇଁ ବିଜୁଳି ସଙ୍କଟ ମଧ୍ୟ ଦେଖା ଦେଇପାରେ। ତେବେ ଯଦି ଆମ ରାଜ୍ୟ ଓଡିଶା କଥା କୁହାଯାଏ ଓଡ଼ିଶାରେ ଯଥେଷ୍ଟ ପରିମାଣରେ କୋଇଲା ରହିଥିବା ସୂଚନା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.