ପ୍ରଶାନ୍ତ ମହାସାଗରେ ୭.୭ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ପ୍ରଶାନ୍ତ ମହହାସାଗରେ ୭.୭ ତୀବ୍ରତାର ଭୂମିକମ୍ପ ଝଟକା । ଫଳରେ ଆଖପାଖ ଅଞ୍ଚଳରେ ସୁନାମୀ ବିପଦ ବଢିଯାଇଛି ।

ପ୍ରଶାନ୍ତ ମହହାସାଗରେ ୭.୭ ତୀବ୍ରତାର ଭୂମିକମ୍ପ ଝଟକା ଲାଗିଛି । ଫଳରେ ଆଖପାଖ ଅଞ୍ଚଳରେ ସୁନାମୀ ବିପଦ ବଢିଯାଇଛି । ଏହାକୁ ନେଇ ସ୍ଥାନୀୟ ସରକାର ସତର୍କ ସୂଚନା ଦେଇଛନ୍ତି ।

ତେବେ ସୁନାମୀ ଚେତାବନୀ ଆମେରିକାର ନ୍ୟୁ କେଲେଡୋନିୟା, ଫିଜି ଏବଂ ଭାନୁଅତୁ ଅଞ୍ଚଳରେ ଦିଆଯାଇଛି । ୟୁନାଇଟେଡ୍‌, ଷ୍ଟେଟସ ଜିଓଲୋଜିକାଲ ସର୍ଭେ ମୁତାବକ, ଭୂମିକମ୍ପର ଗଭୀରତା ୧୦ କିମି ରହିଛି ।

ସୂଚନାଯୋଗ୍ୟ, ଫେବୃଆରୀ ୬ ତାରିଖରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ସ୍ଥାନୀୟ ସମୟ ଭୋର୍ ୪ଟା ୧୭ ମିନିଟରେ ହୋଇଥିଲା ଭୂକମ୍ପ ।  ଏହା ପରେ ୧୨ ଘଣ୍ଟା ମଧ୍ୟରେ ୩ଥର ପାଇଁ ୨ ଦିନ ମଧ୍ୟରେ ୫ ଥର ଭୂମିକମ୍ପ ହୋଇଥିଲା ।

ତୁର୍କୀ ଓ ସିରିଆରେ ଭୂମିକମ୍ପ ଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଥିଲା । ତୁର୍କୀରେ ୪୪ ହଜାର ୨୧୮ ଜଣଙ୍କ ଜୀବନ ଯାଇଥିବା ବେଳେ ସିରିଆରେ ୫ ହଜାର ୯୧୪ ଲୋକଙ୍କ ଜୀବନ ଯାଇଥିଲା । ଭୂମିକମ୍ପରେ ବଡ ବଡ ଅଟାଳିକା ଓ ଘର ଭୁଶୁଡି ପଡିଥିବାରୁ ଅନେକ ଲୋକ ବାସହରା ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.