ଦେଶ ବିଦେଶ

ମାଡିଆସିଲା ଘୁଘୁ ଗର୍ଜନ, ଦୋହଲିଲା ମରକ୍କୋ ! ନିମିଷକରେ ସବୁକିଛି ହୋଇଗଲା ଛାରଖାର୍

ୱାଶିଂଟନ୍: ଭୟଙ୍କର ଭୂକମ୍ପରେ ଥରିଲା ମରକ୍କୋ । ଦୋହଲିଲା ଘର ଦ୍ୱାର, ରାସ୍ତା ଘାଟ ସବୁ କିଛି । ନିମିଷରେ ସବୁକିଛି ହୋଇଗଲା ଛାରଖାର୍ । କିଲ ଗାଡି ଚଲାଉଥିଲେ ତ, କିଏ ଘରେ ବସି ଟିଭି ଦେଖୁଥିଲେ । ହଠାତ୍ ସବୁ କିଛି ସ୍ତବ୍ଧ ହୋଇଗଲା ଭଳି ଲାଗିଲା । ଆଉ ତାପରେ ମାଡିଆସିଲା ଘୁଘୁ ଗର୍ଜନ । ଦୋହଲିବାକୁ ଲାଗିଲା ସବୁକିଛି । ତେବେ ଏହି ଭୟଙ୍କର ଭୂକମ୍ପରେ ପ୍ରାୟ ୩୦୦ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳୁଛି । ଆଗକୁ ଏହି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି। ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଗତକାଲି ଶୁକ୍ରବାର ରାତି ପାଖାପାଖି ୧୧ଟା ସମୟରେ ମରକ୍କୋରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ଲୋକମାନେ ସମସ୍ତେ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ଓ ଆତଙ୍କିତ ହୋଇପଡିଥିଲେ। ସମଗ୍ର ଅଞ୍ଚଳ କାନ୍ଦବୋବାଳିରେ ଫାଟିପଡୁଥିଲା । କିଏ କଣ କରିବେ କିଛି ବି ଭାବି ପାରୁନଥିଲେ।

ଏଭଳି ଶକ୍ତିଶାଳୀ ଭୂମିକମ୍ପ ମରକ୍କୋବାସୀଙ୍କ ନିଦ ହଜାଇ ଦେଇଛି। ତେବେ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୮ ଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ମାରାକେଶର ଦକ୍ଷିଣ-ପଶ୍ଚିମର ୭୧ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଥିବା ନେଇ ଆମେରିକାର ଭୂତତ୍ତ୍ବ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଏହି ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ ୩୦୦ ଜଣ ପ୍ରାଣ ହରାଇଥିବା ସହିତ ଅନେକ ଲୋକ ଆହତ ଏବଂ ଗୁରୁତର ମଧ୍ୟ ହୋଇଛନ୍ତି । ବହୁ ବଡ଼ କୋଠା ଭୁଶୁଡ଼ି ମାଟିରେ ମିଶିଛି ।

ଏପଟେ ଭୂକମ୍ପ ସମୟରେ କିଛି ସମୟ ପାଇଁ ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହୋଇଥିବାବେଳେ, ଟେଲିଫୋନ୍ ରେ ନେଟୱାର୍କ ମଧ୍ୟ କଟିଯାଇଥିଲା । କିନ୍ତୁ ପରେ ଏହା ପୁଣି ଫେରି ଆସିଥିଲା । ସମସ୍ତେ ଭୟବିତ ଅବସ୍ଥାରେ ଘର ବାହାରକୁ ବାହାରି ଆସିଥିଲେ । ଏହି ଭୂକମ୍ପ ଅନେକଙ୍କୁ ବାସହରା କରିଦେଇଥିବାବେଳେ, ଯେଉଁମାନେ ବର୍ତି ଯାଇଛନ୍ତି ସେମାନେ ବି ଘର ଭିତରକୁ ଯିବାକୁ ସାହାସ କରିପାରୁନାହାନ୍ତି । ରାସ୍ତାକଡରେ ବସିରହିଥିବାର ଦେଖିବାକୁ ମିଳିଛି । ତେବେ ଆଜି ପର୍ଯ୍ୟନ୍ତ ଏହା ଦେଶରେ ସବୁଠାରୁ ଶକ୍ତିଶାଳୀ ଭୂକମ୍ପ ବୋଲି ମରକ୍କୋ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ କରିଛି। ଏପଟେ ଜୋରସେୋରରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ପଡୋଶୀ ଆଲଜେରିଆରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଯେଉଁଠାରେ ଆଲଜେରିଆର ସିଭିଲ୍ ଡିଫେନ୍ସ ପକ୍ଷରୁ କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା କୁହାଯାଇଛି । ସୂଚନା ଥାଉକି, ୨୦୦୪ ମସିହାରେ, ଉତ୍ତର-ପୂର୍ବ ମରକ୍କୋର ଅଲ ହୋସିମାରେ ହୋଇଥିବା ଭୂକମ୍ପରେ ପ୍ରାୟ ୬୨୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୯୨୬ ଜଣ ଆହତ ହୋଇଥିଲେ । ସେହିପରି ୧୯୮୦ ମସହାରେ, ପଡୋଶୀ ଆଲଜେରିଆର ଏଲ୍ ଆସନାମ୍ ରେ ୭.୩ ମ୍ୟାଗ୍ନିଚ୍ୟୁଡ୍ ରେ ହୋଇଥିବା ଭୂକମ୍ପ ସାମ୍ପ୍ରତିକ ଇତିହାସରେ ସବୁଠାରୁ ବଡ ଏବଂ ବିନାଶକାରୀ ଭୂକମ୍ପ ଥିଲା । ଯେଉଁଥିରେ ୨୫୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ଅତିକମରେ ୩ଲକ୍ଷ ଲୋକ ଭୂମିହୀନ ହୋଇଯାଇଥିଲେ।

Sonalisa

Recent Posts

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

14 mins ago

ଟି୨୦ ବିଶ୍ୱକପ ୨୦୨୪ : ପିଚ୍‌ ଏବଂ କୋହଲି, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତାରେ ରୋହିତ

ଭାରତୀୟ ଟିମ୍‌ ଟି୨୦ ବିଶ୍ୱକପ ୨୦୨୪ ସୁପର-୮ ମ୍ୟାଚ ଖେଳିବାକୁ ୱେଷ୍ଟଇଣ୍ଡିଜରେ ପହଞ୍ଚିସାରିଛି । ଟିମ୍‌ ବ୍ରିଜଟାଉନରେ କଠିନ ଅଭ୍ୟାସ…

17 mins ago

ଓଜନ କମ୍‌ କରିବାକୁ ଚାହୁଁଛନ୍ତି କି ? ଡାଏଟ୍‌ ଓ ଏକ୍ସରସାଇଜ୍‌ରେ କରନ୍ତୁ ଏପରି ପରିବର୍ତ୍ତନ

ଆଜିକାଲି ଲୋକମାନେ ବଢୁଥିବା ଓଜନକୁ ନେଇ ଚିନ୍ତିତ ରହୁଛନ୍ତି । ଯଦି ଆପଣ ମଧ୍ୟ ଏକ୍ସରସାଇଜ୍‌ କରିବା ପରେ ମଧ୍ୟ…

24 mins ago

ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର, ମେଡିକାଲରେ ଭର୍ତ୍ତି, ଡାକ୍ତର କଲେ ମୃତ ଘୋଷଣା

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ନାବାଳକ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

26 mins ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

1 hour ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

1 hour ago