ଆଫଗାନିସ୍ତାନ ମସଜିଦରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଉର୍ଦ୍ଧ୍ୱ ମୃତ, ୨୦ ଗୁରୁତର

ନୂଆଦିଲ୍ଲୀ : ଆଫଗାନିସ୍ତାନର ମସଜିଦ ଉପରେ ଆକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀ କାବୁଲର ମସଜିଦରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସୂତ୍ର ଅନୁଯାୟୀ ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣ ସମ୍ପର୍କରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ କାବୁଲର ଏକ ସୁନି ମସଜିଦରେ ଏହି ବିସ୍ଫୋରଣ ଘଟିଛି।

ତାଲିବାନ ଅନୁଯାୟୀ, ଏହି ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ମସଜିଦରେ ପ୍ରାର୍ଥନା କରିବାକୁ ଆସିଥିଲେ। ଏହି ଘଟଣାରେ ୨୦ ଜଣ ଲୋକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି।

କହି ରଖୁଛୁ ଯେ, ଏହା ପୂର୍ବରୁ ଏପ୍ରିଲ ୨୧ ତାରିଖରେ ଆଫଗାନିସ୍ତାନର ଏକ ମସଜିଦରେ ଜୋରଦାର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬୫ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ବିସ୍ଫୋରଣ ପାଇଁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍ ନିଜକୁ ଦାୟୀ କରିଛି । ଏହା ପୂର୍ବରୁ ମଧ୍ୟ ଏପ୍ରିଲ ୧୯ ତାରିଖରେ କାବୁଲର ଏକ ସ୍କୁଲ ନିକଟରେ ଆଉ ଏକ ବିସ୍ଫୋରଣ ହୋଇଥିଲା । ଏଥିରେ ୬ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିଲେ ।

ସୂଚନା ଯୋଗ୍ୟ ୮ ମଇ ୨୦୨୧ ରେ କାବୁଲରେ ଏକ ବଡ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏକ ବିଦ୍ୟାଳୟ ନିକଟରେ କରାଯାଇଥିଲା । ଏହି ଘଟଣାରେ ୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା ଏବଂ ୧୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।ସେହିପରି ୧୪ ନଭେମ୍ବର ୨୦୨୧ ରେ, କାବୁଲର ଶିଆ-ବହୁଳ ଅଞ୍ଚଳରେ ବିସ୍ଫୋରଣ ହୋଇଥିଲା। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ । ଏଥିରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଆହତ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.