ଚନ୍ଦ୍ର ପୃଷ୍ଟରେ ୮ ମିଟର ଚାଲିଲା ପ୍ରଜ୍ଞାନ ରୋଭର, ଏବେ ପଠାଇବ ସମସ୍ତ ରିପୋର୍ଟ
ଚନ୍ଦ୍ରାୟନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଟରେ ସଫଳତାର ସହ ୮ ମିଟର ଚାଲିଛି । ଏହା ସହ ଏହାର ପେଲୋଡସ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ରୋଭର ପେଲୋଡସ ‘LIBS’ ଓ ‘APXS’ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ ଟ୍ଵିଟ କରାଯାଇଛି ।

ବେଙ୍ଗାଲୁର : ଚନ୍ଦ୍ରାୟନ-୩ ରୋଭର ପ୍ରଜ୍ଞାନ ଚନ୍ଦ୍ର ପୃଷ୍ଟରେ ସଫଳତାର ସହ ୮ ମିଟର ଚାଲିଛି । ଏହା ସହ ଏହାର ପେଲୋଡସ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ରୋଭର ପେଲୋଡସ ‘LIBS’ ଓ ‘APXS’ ଖୋଲିଛି ବୋଲି ଇସ୍ରୋ ପକ୍ଷରୁ ଟ୍ଵିଟ କରାଯାଇଛି ।
Chandrayaan-3 Mission:
All planned Rover movements have been verified. The Rover has successfully traversed a distance of about 8 meters.
Rover payloads LIBS and APXS are turned ON.
All payloads on the propulsion module, lander module, and rover are performing nominally.…
— ISRO (@isro) August 25, 2023
ଚନ୍ଦ୍ର ପୃଷ୍ଟରେ ଥିବା କେମିକାଲ କମ୍ପୋଜିସନ ଓ ମାଇନରଜୋଜିକାଲ (ଖଣିଜ ଓ ରାସାୟନିକ ପଦାର୍ଥ)ର ଅନୁଶୀଳନ କରିବ ଆଲଫା ପାର୍ଟିକିଲ X ରେ ସ୍ପେକ୍ଟୋମିଟର । ସେହିପରି ‘LIBS’ ଚନ୍ଦ୍ର ପୃଷ୍ଟରେ ଥିବା ଖଣିଜ ପଦାର୍ଥ (ମାଗ୍ନେସିୟମ, ସିଲିକନ, ଆଲମୁନିୟମ,ଆଇରନ ଆଦି)ର ଅନୁଶୀଳନ କରିବ । ଏହା ସହ ପେଲୋଡସ, ଚନ୍ଦ୍ର ପୃଷ୍ଟର ଭୌଗଳିକ ସ୍ଥିତି ବା ଭୁତତ୍ତ୍ୱ ବିଷୟ ସହ ଚନ୍ଦ୍ରର ପରିବେଶ ସମ୍ପର୍କରେ ମଧ୍ୟ ସୂଚନା ଦେବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।