ଯୌନ ନିର୍ଯାତନା: ପ୍ରଜ୍ଜ୍ୱଳଙ୍କ ଭାଇ ସୂରଜ ରେଭାନ୍ନା ଗିରଫ, ଯୁବ କାର୍ଯ୍ୟକର୍ତ୍ତା ଆଣିିଥିଲେ ଅଭିଯୋଗ

କର୍ଣ୍ଣାଟକ ସେକ୍ସ ସ୍କାଣ୍ଡାଲରେ ଫସିଥିବା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନାଙ୍କୁ ପୋଲିସ ଗିରଫ କରିଛି । ଜେଡିଏସ୍‌ର ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବା ନେଇ ସୂରଜଙ୍କ ନାଁରେ ଅଭିଯୋଗ ହୋଇଛି । ଜେଡିଏସ୍‌ ଏମ୍‌ଏଲ୍‌ସି ସୂରଜ ଦଳର ଜଣେ ୨୭ ବର୍ଷୀୟ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଦର୍ଶାଯାଇଛି ।

ଏ ନେଇ ହାସନ ପୋଲିସ ମାମଲା ରୁଜୁ କରିଥିଲା । କହି ରଖୁଛୁ ଯେ ସୂରଜଙ୍କର ଜଣେ ଘନିଷ୍ଠ ସହଯୋଗୀ ପୀଡ଼ିତ ଯୁବକଙ୍କ ବିରୋଧରେ ପୋଲିସରେ ଏକ ମାମଲା ରୁଜୁ କରାଇବାର ଦିନକ ପରେ ଏହି ଅଭିଯୋଗ ସାମ୍ନାକୁ ଆସିଛି ।

ହୋଲେନାରସୀପୁରା ଗ୍ରାମୀଣ ପୋଲିସ ଶନିବାର ଏହି ଅଭିଯୋଗକୁ ଭିତ୍ତି କରି ଆଇପିସି ଧାରା ୩୭୭, ୩୪୨, ୫୦୬ ଏବଂ ୩୪ ଅଧୀନରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି । ପୋଲିସ ଏହି ମାମଲାରେ ସୂରଜ ରେଭାନ୍ନା ଏବଂ ତାଙ୍କ ଘନିଷ୍ଠ ଶିବକୁମାର ଉଭୟଙ୍କୁ ଅଭିଯୁକ୍ତ କରିଛି ।

ମାମଲା ରୁଜୁ ହେବା ପୂର୍ବରୁ ପୀଡ଼ିତ ଯୁବକ ରାଜ୍ୟ ଗୃହମନ୍ତ୍ରୀ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ।

You might also like