ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍ ପର୍ଯ୍ୟନ୍ତ ଜେଲରେ ରହିବେ

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍ ପର୍ଯ୍ୟନ୍ତ ବଢାଇଛନ୍ତି । ସେକ୍ସ ଭିଡିଓ ମାମଲାରେ ଜର୍ମାନୀରୁ ଫେରିବା ପରେ ୩୧ ମଇରେ ତାଙ୍କୁ ଗିରଫ କରିଥିଲା ଏସଆଇଟି । କୋର୍ଟ ପୋଲିସକୁ ରେବନ୍ନାଙ୍କ ହେପାଜତ ୬ ଜୁନ ଯାଏଁ ଦେଇଥିଲା । ଯାହାପରେ ଏହାକୁ ୧୦ ଜୁନ୍କୁ ବୃଦ୍ଧି କରାଯାଇଛି । ବିଦେଶକୁ ଯିବାର ୩୩ ଦିନ ପରେ ତାଙ୍କୁ ଏସଆଇଟି ଗିରଫ କରିଥିଲା । ଗତ ଶୁକ୍ରବାର ଗିରଫ କରାଯିବା ପରେ ତାଙ୍କୁ ୬ ଦିନ ଲାଗି ଏସିଆଇଟି ହେପାଜତକୁ ପଠାଯାଇଥିଲା ।
ସୂଚନା ଅନୁଯାୟୀ, ଲୋକସଭା ନର୍ବାଚନ ହେବା ପୂର୍ବରୁ ୨୬ ଏପ୍ରିଲରେ ରେବନ୍ନା ଭିଡିଓ ଭାଇରଲ ହୋଇଥିଲା । ଏଥିରେ ପ୍ରଜ୍ୱଳ ରେବନ୍ନା ମହିଳାଙ୍କୁ ଯୌନ ଉତ୍ପୀଡନ କରୁଥିବା ଦେଖିବାକୁ ମିଳିଥିଲା ।
ପ୍ରଜ୍ବଳ ରେବନ୍ନା ସେକ୍ସ ଭିଡିଓ ମାମଲାରେ ଛନ୍ଦି ହେବା ପରେ କର୍ଣ୍ଣାଟକ ରାଜନୀତିରେ ହୋଇଥିଲା କମ୍ପନ । ଗତ ଏପ୍ରିଲ ୨୮ରେ ପ୍ରାୟ ୩ ହଜାର ସେକ୍ସକ୍ଲିପ ଥିବା ଭିଡିଓ ଲିକ୍ ହେବା ପରେ ଅସୁବିଧାରେ ପଡିଥିଲେ ପ୍ରଜ୍ବଳ । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି. ଦେବେଗୌଡାଙ୍କ ନାତି ପ୍ରଜ୍ବଳ । ଏହି ଘଟଣାରେ ମେ’ ୪ ତାରିଖରେ ପ୍ରଜ୍ବଳଙ୍କ ବାପା ଏଚଡି ରେବନ୍ନାଙ୍କୁ ଗିରଫ କରିଥିଲା ଏସଆଇଟି । ସେ ମେ’ ୨୬ରେ ଦେଶ ଛାଡି ଜର୍ମାନୀ ପଳାୟନ କରିଥିଲେ । ଶେଷରେ ମେ’ ୩୧ ତାରିଖରେ ତାଙ୍କୁ ଗିରଫ କରିଥିଲା ଏସଆଇଟି ।