ଗଲଓ୍ଵାନ ଘଟଣାରେ ରିଚା ଚଢ଼ା ଦେଇଥିବା ମନ୍ତବ୍ୟକୁ ଜୋରଦାର ବିରୋଧ ପରେ, ଏବେ ରିଚାଙ୍କୁ ପୁଣି ସମର୍ଥନ କଲେ ଆକ୍ଟର ପ୍ରକାଶ ରାଜ

କେନ୍ୟୁଜ୍‌: ଦୁଇ ଦିନପୂର୍ବରୁ ବଲିଉଡ ଅଭିନେତ୍ରୀ ଗଲଓ୍ଵାନ ଘଟଣାରେ ସେନାକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇ ଏକ ବିବାଦରେ ଫସିଥିଲେ । ସୋସିଆଲ ମିଡିଆର ୟୁଜରମାନଙ୍କ ସହିତ ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ଏବଂ ‘ଦ କାଶ୍ମୀର ଫାଇଲ୍‌ସ’ ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ତାଙ୍କୁ ଟ୍ଵିଟରରେ ସମାଲୋଚନା କରିଥିଲେ । ଏବେ ଏହି ବିବାଦରେ ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଏଣ୍ଟି୍ର କରିଛନ୍ତି ଏବଂ ରିଚାଙ୍କୁ ସମର୍ଥନ କରିଛନ୍ତି ।

ରିଚା କାହିଁକି ବିବାଦରେ ଫସିଥିଲେ ?
ରିଚା ଚଢ଼ା ଉତ୍ତର ସେନାର କମାଣ୍ଡର ଜେନେରାଲ ଲେଫ୍ଟନାଣ୍ଟ ଉପେନ୍ଦ୍ର ଦ୍ୱିବେଦୀଙ୍କ ବୟାନ ଉପରେ ପ୍ରତିକ୍ରିୟା ଦେଇଥିଲେ । ଲେଫ୍ଟନାଣ୍ଟ ଦ୍ୱିବେଦୀ ଟ୍ଵିଟ୍ କରି ଲେଖିଥିଲେ,‘ଭାରତୀୟ ସେନା ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)କୁ ଫେରେଇ ଆଣିବା ପାଇଁ ପ୍ରସ୍ତୁତ ଅଛି । କେବଳ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛୁ । ଆମେ ଖୁବ୍ ଶୀଘ୍ର ଅପରେସନ ଆରମ୍ଭ କରିବାକୁ ଯାଉଛୁ’ । ତାପରେ ରିଚା ଚଢ଼ା ଯେଉଁ କଥା କହିଲେ ସାରା ହିନ୍ଦୁସ୍ତାନରେ ଘୋର ବିରୋଧ ହେରଇଥିଲା । ରିଚା ଚଢ଼ା ସେନା ଅଧିକାରୀଙ୍କୁ ରି-ଟ୍ଵିଟ୍ କହିଥିଲେ ‘ହାଏ ଗଲଓ୍ଵାନ’ ଏହି କଥା ଭାରରତୀୟଙ୍କୁ ଭଲ ଲାଗି ନଥିଲା । ତା ପରେ ସୋସିଆଲ ମିଡିଆରେ ଭୟଙ୍କର ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ୟୁଜରମାନେ କହିଥିଲେ ଗଲଓ୍ଵାନରେ ସହୀଦ ହୋଇଥିବା ଆମ ଯବାନମାନଙ୍କୁ ଅପମାନ କରିଛନ୍ତି, ରିଚା । ତାପରେ ରିଚା ନିଜର ଟ୍ଵିଟ୍କୁ ଡିଲିଟ୍ କରିଥିଲେ । କିନ୍ତୁ ତା ପରେ ବି ବିବାଦ ଥମି ନଥିଲା ।

ରିଚା ବିବାଦରେ ଆସିବା ପରେ ଅକ୍ଷୟ କୁମାର ଏବଂ ବିବେକ ଅଗ୍ନିହୋତ୍ରୀ ରି-ଟ୍ଵିଟ୍‌ କରି ତାଙ୍କୁ ନିନ୍ଦା କରିଥିଲେ । କିନ୍ତୁ ୨ ଦିନ ପରେ ଦକ୍ଷିଣ ଭାରତର ପପୁଲାର ଅଭିନେତା ପ୍ରକାଶ ରାଜ ରିଚାଙ୍କୁ ସମର୍ଥନ କରି ଅକ୍ଷୟ କୁମାରଙ୍କୁ ଟ୍ଵିଟ୍‌ କରି ସମାଲୋଚନା କରିିଛନ୍ତି ।

ପ୍ରକାଶ ରାଜ ଅକ୍ଷୟଙ୍କୁ କଣ କହିଲେ ?
ପ୍ରକାଶ ଅକ୍ଷୟଙ୍କୁ ଟ୍ଵିଟ୍‌ କରି ଲେଖିଲେ, ‘ ଅକ୍ଷୟ ଆମେ ଆପଣଙ୍କ ଠାରୁ ଏହା ଆଶା କରି ନଥିଲୁ । ଆପଣ ଯାହା କହିଲେ ତାହା ନିନ୍ଦନୀୟ । ଆପଣଙ୍କଠାରୁ ରିଚା ଚଢ଼ା ଏ ଦେଶ ପାଇଁ ଅଧିକ ଗୁରୁତ୍ୱ ବହନ କରୁଛନ୍ତି’ । ତା ପରେ ରିଚାଙ୍କୁ ସମର୍ଥନ କରି ପ୍ରକାଶ ଲେଖିଥିଲେ କି, ରିଚା ଆମେ ଆପଣଙ୍କ ସହିତ ଅଛୁ । ଆମେ ବୁଝି ପାରୁଛୁ ଆପଣ କ’ଣ କହିବାକୁ ଚାହୁଁଥିଲେ ।

କ୍ଷମା ମଗିଥିଲେ ରିଚା ଚଢ଼ା:
ଏତେ ସବୁ ଘଚଟଣା ପରେ ରିଚା ଟ୍ଵିଟ୍ କରି କ୍ଷମା ପ୍ରାର୍ଥନା କରିଥିଲେ । ସେ କହିଥିଲେ ମୋର କହିବାର ଉଦ୍ଦେଶ୍ୟ ସେନାଙ୍କୁ ଅପମାନ କରିବା ନଥିଲା । ମୋର କଥା ଯଦି କାହାକୁ କଷ୍ଟ ଦେଇଥାଏ, ତେବେ ମୁଁ କ୍ଷମା ମାଗୁଛି’ । ସେ ଆହୁରି କହିଥିଲେ ମୋର ଜେଜେ ଆର୍ମିରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଥିଲେ, ଭାରତ-ଚୀନ ଯୁଦ୍ଧରେ ତାଙ୍କ ଗୋଡ଼ରେ ଗୁଳି ବାଜିଥିଲା । ମୋର ମାମୁଁ ମଧ୍ୟ ପାରାଟ୍ରୁପରରେ ଥିଲେ । ଆମ ସେନାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଅଛି । ସେନାର ଭାବପ୍ରବଣତା ମୋର ରକ୍ତରେ ଅଛି । ଯେତେବେଳ ଜଣେ ସହିଦ ହୁଏ ତାଙ୍କ ପରିବାର ପୁରା ପ୍ରଭାବିତ ହୋଇଥାଏ । ପୁଣି ଯଦି କେହି ଆହତ ହୁଅନ୍ତି ସେ ବହୁତ ଯନ୍ତ୍ରଣା ଦେଇଥାଏ ।

ରିଚାଙ୍କୁ କଣ କହିଥିଲେ ଅକ୍ଷୟ ଏବଂ ବିବେକ ଅଗ୍ନିହୋତ୍ରୀ:
ଅକ୍ଷୟ କୁମାର ରିଚାଙ୍କ ଟ୍ଵିଟ୍ କୁ ସ୍କ୍ରୀନ୍ସଟ୍ ନେଇ ଟ୍ଵିଟ୍ କରି କହିଥିଲେ, ‘ଏହା ଦେଖି ବହୁତ ଦୁଃଖ ଲାଗୁଛି, ଆମ ସେନାଙ୍କର ବଳିଦାନକୁ କେହି ଭୁଲିବା କଥା ନୁହେଁ ସେମାନେ ଅଛନ୍ତି ବୋଲି ଆମେ ଆଜି ଅଛୁ’।
‘ଦ କାଶ୍ମୀର ଫାଇଲ’ର ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ବି କଡ଼ା ସମାଲୋଚନା କରିଥିଲେ । ସେ ମଧ୍ୟ ରିଚାଙ୍କ ଟ୍ଵିଟ୍ର ସ୍କ୍ରୀନ୍ସଟ୍କୁ ନେଇ ପୋଷ୍ଟ କରିଥିଲେ । ସେ କହିଥିଲେ ଏହି ବ୍ୟବହାରକୁ ନେଇ ମୁଁ ଜମାରୁ ବିବ୍ରତ ନୁହେଁ । ସେ ପ୍ରକୃତରେ ଆଣ୍ଟି-ଇଣ୍ଡିଆ ଫିଲ୍ କରୁଛନ୍ତି ତେଣୁ ମନର କଥା ମୁହଁକୁ ଆପେ ଆପେ ଆସିଗଲା । କିନ୍ତୁ ଏମାନେ କହୁଛନ୍ତି ଲୋକମାନେ ବଲିଉଡକୁ କାହିଁକି ବୟକଟ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.