ଦେଶ ବିଦେଶ

ଦାରିଦ୍ର୍ୟର ହୃଦୟ ବିଦାରକ ଚିତ୍ର, ବାଉଁଶରେ ଶବକୁ ବାନ୍ଧି ବୋହିଲେ ସ୍ୱାମୀ ଓ ଶ୍ୱଶୁର ! ପଛେ ପଛେ ନାତିକୁ କାଖେଇ ଚାଲିଥିଲେ ଶାଶୂ

ଉତ୍ତରପ୍ରଦେଶର ପ୍ରୟାଗରାଜରୁ ଛାତିକୁ ଥରାଇଦେବା ଭଳି ଚିତ୍ର ସାମ୍ନାକୁ ଆସିଛି। ଗଣ୍ଠିଲି ଭିତରେ ବୋହୁର ଶବ ରଖି ନାତି ଓ ପୁଅ ସହିତ ରାସ୍ତା ଉପରେ ବୁଲିଚାଲିଲେ ବୁଢ଼ା ଶ୍ୱଶୁର । ଅସହାୟ ଓ ଦାରିଦ୍ର୍ୟର ଏ କରୁଣ ଚିତ୍ର ଦେଖିଲେ ଯେ କେହି ବି ହୋଇଯିବ ମର୍ମାହତ । ଅତ୍ୟନ୍ତ ଦରିଦ୍ର ସୀମାରେଖା ତଳେ ଥିବା ଏହି ପରିବାର ଜିବନ ଜିଇଁବା ପାଇଁ ସଂଘର୍ଷ କରୁଥିଲେ କିନ୍ତୁ ହଠାତ୍‌ ଏହି ପରିବାରରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଗଲା । ଅସୁସ୍ଥ ବୋହୁକୁ ପରିବାର ଲୋକେ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ନେବ ବଦଳରେ ଗୁଣିଆ ପାଖକୁ ନେଇଗଲେ । କିନ୍ତୁ ସେଠାରେ ପହଁଚିବା ପରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଗଲା । ଏହାପରେ ମହିଳାଙ୍କର ଶବକୁ ତାଙ୍କ ଶାଶୂ ଶ୍ୱଶୁର ଓ ସ୍ୱାମୀ ଏକ କପଡାରେ ଗୋଡାଇ ବାଉଁସ ବାଡିରେ ବାନ୍ଧିଦେଲେ । ଏହାପରେ ବାଡିର ଦୁଇ ପାର୍ଶ୍ୱକୁ ଦୁଇ ପଟୁ ଧରି ଚାଲିଲେ ସ୍ୱାମୀ ଓ ଶ୍ୱଶୁର । ଆଉ ପଛେ ପଛେ ନାତିକୁ କାଖରେ ଜାକି କାନ୍ଦ କାନ୍ଦି ଚାଲୁଥାନ୍ତି ଶାଶୁ ।

ଏମାନେ ଯେଉଁ ଯେଉଁ ବାଟ ଦେଇ ଏମିତି ଭାବେ ଚାଲୁଥାନ୍ତି ସେହି ସେହି ବାଟ ଦେଇ ଯାଉଥିବା ଲୋକମାନେ ଏ ଦୃଶ୍ୟ ଖେି ଚମକି ପଡିଥିଲେ । ଓ ଏମାନଙ୍କୁ ଅଟକାଇ ଗଣ୍ଠିଲି ଭିତରେ କଣ ନେଉଛ ବୋଲି ବି ପଚାରୁଥିଲେ । ଆଉ ଏହାପରେ ତୁରନ୍ତ ହିଁ ପୋଲିସକୁ ଖବର ଦେଲେ ଲୋକେ । ଅନ୍ତିମ ସଂସ୍କାର ପାଇଁ ଜଣେ ମହିଳାଙ୍କ ମୃତଦେହକୁ ଏକ କପଡା ଗଣ୍ଠିଲି କରି ନେବାକୁ ପଡ଼ିଥିଲା। ଏହି ଘଟଣା ପରେ ପୀଡ଼ିତାଙ୍କ ପରିବାରକୁ ସାହାଯ୍ୟ କରିବା ସହ ଶବକୁ ଶ୍ମଶାନକୁ ନେବା ପାଇଁ ଉପାୟ ଯୋଗାଇ ଦେଇଥିଲା ଝୁନ୍ସି ପୋଲିସ।

ସୂଚନା ଅନୁଯାୟୀ, ବାରଣାସୀରେ ରହୁଥିବା ଏହି ଗରିବ ପରିବାର କିଛି ଦିନ ତଳେ ପ୍ରୟାଗରାଜ ଆସି ଝୁନ୍ସିର ନିବି ଗାଁରେ ପତ୍ର ବିକ୍ରି କରି ଜୀବିକା ନିର୍ବାହ କରନ୍ତି। ସେହି ପରିବାରର ନଖଡୁଙ୍କ ୨୬ ବର୍ଷୀୟା ଅନୀତା କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ତିମ ସଂସ୍କାର ପାଇଁ ପରିବାର ପାଖରେ ଟଙ୍କା ନଥିବା ବେଳେ ଶେଷରେ ଅନିତାଙ୍କ ଶ୍ୱଶୁର ଓ ସ୍ୱାମୀ ନଖର ବାଉଁଶରେ ଚାଦର ବାନ୍ଧି ମୃତଦେହକୁ ସେଥିରେ ରଖି ଅନ୍ତିମ ସଂସ୍କାର ପାଇଁ ବାହାରିଥିଲେ।

ଅନିତାଙ୍କ ଶାଶୂ ପଛକୁ ଚାଲି ଚାଲି କାନ୍ଦୁଥିବା ବେଳେ ଏହା ଅତ୍ୟନ୍ତ ହୃଦୟ ବିଦାରକଦୃଶ୍ୟ ଥିଲା। ଝୁନ୍ସିରେ ଲୋକମାନେ ଏହାକୁ ଦେଖି ଚମକି ପଡିଲେ ଓ ପରେ ସେମାନେ କ’ଣ ନେଇ ଯାଉଛନ୍ତି ବୋଲି ପଚାରିଥିଲେ। ମୃତଦେହ ଦେଖି ଅନେକ ପରିବାର ଗରିବଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। କିଛି ଲୋକ ଝୁନ୍ସି ଥାନା ଇନ୍ସପେକ୍ଟର ନବୀନ ସିଂହଙ୍କୁ ଖବର ଦେଇଥିଲେ। ଏହାପରେ ସ୍ଥାନୀୟ ଲୋକେ ସାହାଯ୍ୟ କରିବା ସହ ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ମୃତଦେହକୁ ଇ-ରିକ୍ସା ଯୋଗେ ଅନ୍ତିମ ସଂସ୍କାର ପାଇଁ ଦାରାଗଞ୍ଜ ଘାଟକୁ ପଠାଯାଇଥିଲା । ସୂଚନା ଅନୁଯାୟୀ, ଅନୀତାଙ୍କ ସମ୍ପର୍କୀୟମାନେ ଦାରାଗଞ୍ଜରେ ରୁହନ୍ତି । ବର୍ତ୍ତମାନ ପାଇଁ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରୟାଗରାଜର ଝୁନ୍ସିର ନିବି ଗ୍ରାମରେ ବାରାଣାସୀବାସିନ୍ଦା ନାଖଦୁଙ୍କ ପତ୍ନୀ ଅନୀତାଙ୍କ ଶୁକ୍ରବାର ଅପରାହ୍ନରେ ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଛି। ଏଥିପାଇଁ ବ୍ୟବସ୍ଥା କରାଯାଇଥିଲା।

Pritiparna

Recent Posts

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

17 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

37 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

9 hours ago