କୁମ୍ଭମେଳାରେ ଆଜି ଦ୍ୱିତୀୟ ସାହି ସ୍ନାନ , ପ୍ରୟାଗରାଜ ସଙ୍ଗମରେ ବୁଡ଼ ପକାଇଲେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ଉତ୍ତରପ୍ରଦେଶ(କେନ୍ୟୁଜ୍) : ଆସ୍ଥାର ଓ ବିଶ୍ୱାସର ମହାକୁମ୍ଭ ପ୍ରୟାଗରାଜର କୁମ୍ଭ ମେଳାର ଆଜି ଦ୍ୱିତୀୟ ସାହି ସ୍ନାନ ଯୋଗ। ଆଜି ତ୍ରିବେଣୀ ସଙ୍ଗମରେ ୫୫ରୁ ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। କୁମ୍ଭମେଳା ପାଇଁ ଉତ୍ତରପ୍ରଦେଶର ପ୍ରୟାଗରାଜ ଲୋକାରଣ୍ୟ। ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ବିଶ୍ୱାସ ରହିଛି, ତିନି ନଦୀର ମିଳନ ସ୍ଥଳରେ ବୁଡ଼ ପକାଇଲେ କୋଟି ଜନ୍ମର ପାପ ଧୋଇଯାଏ । ଏଥିପାଇଁ ଦେଶ ବିଦେଶରେ ଲୋକଙ୍କ ସମାଗମ ଏଠାରେ ହୋଇଛି ।

bbଏଥର ୧୨ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ ହୋଇଛି କୁମ୍ଭ ମେଳା । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜଗିଛି ସିସିଟିଭି ସହ ଡ୍ରୋନ୍‌ କ୍ୟାମେରା। ବ୍ୟାପକ ପୋଲିସ ଓ ସୁରକ୍ଷା ଅଧିକାରୀ ନିୟୋଜିତ ଅଛନ୍ତି । ମକର ସଂକ୍ରାନ୍ତିର ସାହି ସ୍ନାନରେ ଅଢେଇ କୋଟି ଶ୍ରଦ୍ଧାଳୁ ବୁଡ଼ ପକାଇଥିବା କୁହାଯାଇଛି ।