ମହାକୁମ୍ଭରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, NSG କମାଣ୍ଡୋ ଠାରୁ ଆରମ୍ଭ କରି ଅଣ୍ଡରୱାଟର ଡ୍ରୋନ ମୁତୟନ

ଦୀର୍ଘ ୧୨ ବର୍ଷ ପରେ ଆରମ୍ଭ ହୋଇଛି ମହାକୁମ୍ଭ । ମହାକୁମ୍ଭରେ କୋଟି କୋଟି ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିବା ପାଇଁ ପ୍ରସ୍ତୁତ ରହିଛନ୍ତି । ଉତ୍ତରପ୍ରଦେଶ ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଶ୍ରଦ୍ଧାଳୁ ବୁଡ ପକାଉଛନ୍ତି । ପ୍ରଥମ ଦିନରେ ୧ କୋଟି ଶ୍ରଦ୍ଧାଳୁ ବୁଡ ପକାଇପାରନ୍ତି । ସକାଳ ୯.୩୦ ସୁଦ୍ଧା ୬୦ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇସାରିଲେଣି । ତେବେ ଏଠାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ଏଆଇ କ୍ୟାମେରା ଠାରୁ ଆରମ୍ଭ କରି NSG କମାଣ୍ଡୋ ନିୟୋଜିତ ରହିଛନ୍ତି ।

ଉତ୍ତର ପ୍ରଦେଶ ପୋଲିସ ଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଜାନୁଆରୀ ୧୩ ରୁ ୨୬ ଫେବୃଆରୀ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଧାର୍ମିକ କାର୍ଯ୍ୟକ୍ରମରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରୟାଗରାଜ ଆଖପାଖରେ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୋଲିସ ୭ଟି ମୁଖ୍ୟ ରାସ୍ତାକୁ ସିକ୍ୟୁରିଟି ସିଷ୍ଟମ ସହିତ ୧୦୨ ଚେକ୍ ପଏଣ୍ଟ ପ୍ରସ୍ତୁତ କରିଛନ୍ତି । ଏଠାରେ ବାହାନ ଏବଂ ଲୋକଙ୍କୁ ଯାଞ୍ଚ କରାଯିବ । ଡିଜିପି ପ୍ରଶାନ୍ତ କୁମାର କହିଛନ୍ତି, ଏଆଇ କ୍ୟାମେରା ସୁରକ୍ଷା ବ୍ୟବସ୍ଥା ସମ୍ଭାଳିବା ପରେ ୪୦ ହଜାର ପୋଲିସ କର୍ମୀ ଏବଂ ସାଇବର କ୍ରାଇମ ଏକ୍ସପର୍ଟ ଜଡିତ ରହିଛନ୍ତି । ୭୧ ଇନ୍ସପେକ୍ଟର, ୨୩୪ ସବ ଇନ୍ସପେକ୍ଟର ଏବଂ ୬୪୫ କନଷ୍ଟେବଳ ସମତେ ୧ ହଜାର ପୋଲିସକର୍ମୀ ନିୟୋଜିତ ରହିଛନ୍ତି ।

ଆଣ୍ଟି ଟେରୋରିଜମ ସ୍କ୍ବାର୍ଡ, ନ୍ୟାସନାଲ ସିକ୍ୟୁରିଟି ଗାର୍ଡ ରହିଛନ୍ତି । ରାପିଡ ଆକ୍ସନ ଫୋର୍ସ, ପୋଲିସ ଓ ସିଆରପିଏଫ ମୁତୟନ ହୋଇଛନ୍ତି । ୭୦ ଜିଲ୍ଲାରୁ ୩୦ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇଛି । ସେହିପରି NDRF ଓ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ ୟୁନିଟ ଗୁଡ଼ିକ ସହିତ ୧୦ହଜାର ପୋଲିସ ସମାରୋହର ସୁରକ୍ଷାକୁ ସୁନିଶ୍ଚିତ କରିବେ । ଏମାନଙ୍କ ସହିତ ଅର୍ଦ୍ଧସାମରିକ ବାହିନୀ, ବୋମା ନିଷ୍କ୍ରିୟକାରୀ ସ୍ବାର୍ଡ ବି ଉପସ୍ଥିତ ଅଛନ୍ତି ।

ସମ୍ଭାବ୍ୟ ଆତଙ୍କୀ ହମଲାର ମୁକାବିଲା ଲାଗି NSG, ୟୁପି ଏଟିଏସ୍ ମୁତୟନ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ୨୭୦୦ ଏଆଇ କ୍ୟାମେରା ଲଗାଯାଇଥିବାବେଳେ ସଙ୍ଗମ ସ୍ଥଳ ଏବଂ ବୁଡ଼ ପକାଇବା ଘାଟରେ ପାଣି ଭିତରେ ୱାଟର ଡ୍ରୋନ୍ ମଧ୍ୟ ମୁତୟନ କରାଯାଇଛି । ପୋଲିସ ପାଣି ଭିତରେ କାମ କରିବା ପାଇଁ ଏଆଇ କ୍ୟାମେରାର ସହାୟତା ନେଇଛି । ୧୧୩ ଅଣ୍ଡରୱାଟର ଡ୍ରୋନ୍ ମଧ୍ୟ ଲଗାଯାଇଛି । ଏହି ଡ୍ରୋନ୍ଗୁଡ଼ିକ ୧୦୦ ମିଟର ଗଭୀରତାରେ କାର୍ଯ୍ୟ କରିବା ସହିତ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟରକୁ ତଥ୍ୟ ପଠାଇବେ ।

ଶ୍ରଦ୍ଧାଳୁ ପୂର୍ବାଞ୍ଚଳ ଗୋରଖପୁର, ମହାରାଜଗଞ୍ଜ, ଦେବରିୟା, କୁଶୀନଗର, ଆଜମଗଢ, ଗାଜିପୁର ଜନପଦ ହୋଇ ଶ୍ରଦ୍ଧାଳୁ ପ୍ରୟାଗରାଜରେ ପହଞ୍ଚିବେ ।

You might also like