୪୮ ଘଣ୍ଟାରୁ ଅଧିକ ସମୟ ମାଟିତଳେ ରହି ମଧ୍ୟ ଜୀଅନ୍ତା ଉଦ୍ଧାର ହେଲା ଶିଶୁ କନ୍ୟା, ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ବିସ୍ମୟକର ଭାବେ ମାଟି ତଳେ ୪୮ ଘଣ୍ଟାରୁ ଅଧିକ ପୋତି ହୋଇ ରହିଥିବା ଶିଶୁ କନ୍ୟାର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର। ଉତ୍ତରପ୍ରଦେଶର ବରେଲୀରେ ଏକ ଶିଶୁ କନ୍ୟାକୁ ମାଟି ପାତ୍ରରେ ଭରି ଶ୍ମଶାନରେ ୨ଫୁଟ ଗଭୀରରେ ଜିଅନ୍ତା ପୋତି ଦେଇଥିଲେ। ତେବେ ଶ୍ମଶାନରେ ଅନ୍ୟ ଏକ ଅନ୍ତେଷ୍ଟି ପାଇଁ ଗାତ ଖୋଳା ଯାଉଥିବା ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନା ଅଣାଯିବା ବେଳକୁ ଶିଶୁଟି ସଙ୍କଟାପନ୍ନ ଥିବା ବେଳେ ଧୀରେଧୀରେ ତାର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ପ୍ରିମ୍ୟାଚୁଅର ବେବି ହୋଇଥିବାରୁ ତାକୁ ଅତ୍ୟନ୍ତ ଯତ୍ନର ସହ ଚିକିତ୍ସା କରାଯାଇଥିଲା। ଶିଶୁଟି ଏବେ ବିପଦମୁକ୍ତ ଥିବା ଓ ବୋଟଲ ଫିଡିଂ ଗ୍ରହଣ କରୁଥିବା କହିଛନ୍ତି ଶିଶୁରୋଗ ବିଶେଷଜ୍ଞ ଡାକ୍ତର ରବି ଖାନ୍ନା। ବର୍ତ୍ତମାନ ସୁଦ୍ଧା ଡାକ୍ତର ଖାନ୍ନା ଶିଶୁକନ୍ୟାର ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରିଛନ୍ତି। ଶିଶୁକୁ ଉଦ୍ଧାର ପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା। ଅନେକ ବ୍ୟକ୍ତି ଶିଶୁକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like