ପାଣି ମଧ୍ୟରେ ଚାଲୁଥିଲା ପ୍ରିୱେଡିଂ ଫଟୋସୁଟ, ପୋଜ୍ ଦେବା ବେଳେ ଓଲଟିଲା ଡଙ୍ଗା

କେରଳ : ବିବାହ ପୂର୍ବରୁ ପ୍ରିୱେଡିଂ ଫଟୋସୁଟ କରିବା ବର୍ତ୍ତମାନର ଟ୍ରେଣ୍ଡ ପାଲଟିଛି। ଏନେଇ ପ୍ରତ୍ୟେକ ଦମ୍ପତି ନିଜର ବିବାହକୁ ସ୍ମରଣୀୟ କରିବା ପାଇଁ ଫଟୋସୁଟ ଏବଂ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଏନେଇ ବିଭିନ୍ନ ଅସମ୍ଭବ ଏବଂ ଆର୍କଷଣୀୟ ସ୍ଥାନରେ ଏହାର ସୁଟିଂ କରାଯାଉଛି। କିନ୍ତୁ ଏବେ ନିକଟରେ ଜଣେ ଦମ୍ପତିକୁ ପ୍ରିୱେଡିଂ ଭିଡିଓ କରିବା ମହଙ୍ଗା ପଡିଛି। କେରଳ ତିରୁବାଲାରେ ରହୁଥିବା ଜଣେ ଦମ୍ପତିଙ୍କ ବିବାହ ହେବାକୁ ଥିବା ବେଳେ ଏନେଇ ସେମନେ ପଂବା ନଦୀ ନିକଟରେ ପ୍ରିୱେଡିଂ ଫୋଟସୁଟ କରୁଥିଲେ।

ଦମ୍ପତିଙ୍କ ନାମ ତିଜିନ ଏବଂ ଶିଲ୍ପା ରହିଥିବା ବେଳେ ସେମାନେ ମୁଣ୍ଡ ଉପରେ କଦଳୀ ପତ୍ର ଧରି ଏକ ଡଙ୍ଗା ଉପରେ ବସି ଫଟୋସୁଟ କରୁଥିଲେ। ଏହି ସମୟରେ ଭିନ୍ନ ଭିନ୍ନ ପୋଜ ଦେଉଥିବା ବେଳେ ହଠାତ୍ ତାଙ୍କର ଡଙ୍ଗା ଓଲଟି ଯାଇଥିଲା। ପରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସେଠାରୁ ଉଠାଇଥିଲେ। ଏହି ସମୟର ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ତାହା ବହୁ ସଂଖ୍ୟାକ ଭାଇରାଲ ହୋଇଛି। ଏହାକୁ ଲକ୍ଷାଧିକ ଲୋକ ଦେଖିଥିବା ବେଳେ ଅନେକ ଶେୟାର ମଧ୍ୟ କରିଛନ୍ତି।

ଦେଖନ୍ତୁ ଭିଡିଓ :

https://www.facebook.com/WeddplannerWeddingStudio/videos/1596808883782488/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.