ଶ୍ରୀଲଙ୍କା ବିସ୍ଫୋରଣ ପରେ କଫ୍ୟୁ ଜାରି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଇଷ୍ଟରରେ ସିରିଜ ବିସ୍ଫୋରଣ ପରେ ଶ୍ରୀଲଙ୍କାରେ ପରିସ୍ଥିତି ଉଦବେଗଜନକ ରହିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ରାତିରେ କଫ୍ୟୁ ଜାରି କରାଯାଇଥିଲା । ପରିସ୍ଥିତିରେ ସୁଧାର ଆସିନଥିବା ବେଳେ ଶନିବାର ସେନା ଓ ଆତଙ୍କବାଦୀଙ୍କ ଗୁଳିବିନିମୟରେ ୧୫ଜଣଙ୍କର ପ୍ରାଣହାନି ଘଟିଛି । କଲ୍ମୁନାଇ ସହରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ମିଳିବା ପରେ ସେନା ଅପରେସନରେ ୧୫ଜଣ ପ୍ରାଣ ହରାଇଥିଲେ ।

ଶ୍ରୀଲଙ୍କାରେ ଏବେବି ଆତଙ୍କବାଦୀ ଲୁଚି ରହି ହିଂସାକାଣ୍ଡ ଭିଆଉଥିବା ସ୍ପଷ୍ଟ ହୋଇଛି । ସେପଟେ ଦେଶରେ ୭୦ରୁ ଅଧିକ ସନ୍ଦିଗ୍ଧ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରିଛି ଶ୍ରୀଲଙ୍କା ସେନା । ଏହାକୁ ଦୃଷ୍ଟିକୁ ରଖି ଭାରତ ସରକାର ନିଜ ନାଗରିକଙ୍କୁ ଶ୍ରୀଲଙ୍କା ଯିବାକୁ ବାରଣ କରିଛନ୍ତି । ଅତି ଜରୁରୀ ନହେଲେ ଶ୍ରୀଲଙ୍କା ନଯିବାକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏପ୍ରିଲ ୨୧ତାରିଖରେ ଇଷ୍ଟର ଦିନ ଶ୍ରୀଲଙ୍କାରେ ୮ଟି ଆତ୍ମଘାତୀ ବିସ୍ଫୋରଣରେ ୩୯୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

59 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago