ଆଜିଠୁୁ ଦେଶରେ ପ୍ରିକସନ ଡୋଜ୍‌, ଜାଣନ୍ତୁ କେଉଁମାନେ ନେଇପାରିବେ

ନୂଆଦିଲ୍ଲୀ: ଆଜିଠୁୁ ଦେଶରେ ପ୍ରିକସନ ଡୋଜ୍‌ । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍‌ ଓ୍ଵାର୍କର ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ । ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୪ହଜାରରୁ ଅଧିକ ସ୍ଲଟ ବୁକିଂ ହୋଇସାରିଛି। ଯେଉଁମାନେ ଅତି କମରେ ୯ ମାସ ତଳେ ଦ୍ୱିତୀୟ ଡୋଜ୍‌ ଟିକା ନେଇଥିବେ ସେମାନେ ହିଁ ଏହି ବୁଷ୍ଟର ଡୋଜ୍‌ ନେବାକୁ ଯୋଗ୍ୟ ବିବେଚିତ ହେବେ।

ବୁଷ୍ଟର ଡୋଜ୍‌ ନେବା ପାଇଁ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କୌଣସି ଡାକ୍ତରୀ ସାର୍ଟିଫିକେଟ୍‌ ଦେଖାଇବାକୁ ପଡ଼ିବନି। ଡାକ୍ତରଙ୍କ ପରାମର୍ଶରେ ପ୍ରିକସନ ଡୋଜ୍‌ ନେଇ ପାରିବେ। ଯେଉଁମାନେ ଦ୍ୱିତୀୟ ଡୋଜ୍‌ ନେଇଥିବେ ଏବଂ ୯ ମାସ ସମୟ ହୋଇଯାଇଥିବ ସେମାନଙ୍କୁ ପ୍ରିକସନ ଡୋଜ୍‌ ପାଇଁ ଅଗ୍ରାଧିକାର ଦିଆଯିବ । ରାଜ୍ୟରେ ୬୦ ବର୍ଷରୁ ଉର୍ଦ୍ଧ୍ୱ ୬୦ ଲକ୍ଷ ୩୭ ହଜାର ଲୋକ ଥିବା ବେଳେ ୭ ଲକ୍ଷ ୫ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା ଅଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ମୁଖ ଯୋଦ୍ଧାଙ୍କୁ ୫୬ହଜାର ୩୨୯ ପ୍ରଥମ ଓ ୫୧ ହଜାର ୧୩୫ ଦ୍ୱିତୀୟ ଡୋଜ୍‌ ଟିକା ଦିଆଯାଇଛି। .. ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ କୋଭିଡ୍‌ ଟିକା ଦିଆଯାଉଛି ।