ଟିକିଏ ବି ଦୟା ହେଲାନି, ଗର୍ଭବତୀ ହାତୀକୁ ଜାଳି ମାରି ଦେଲେ

() ସତରେ ଅତି ନିର୍ଦ୍ଦୟ ଏଇ ମଣିଷ । ବିଲୁପ୍ତ ହୋଇ ଯାଉଥିବା ପ୍ରାଣୀମାନଙ୍କୁ ବି ହତ୍ୟା କରିବାକୁ ପଛାଉ ନାହିଁ । ପଶ୍ଚିମବଙ୍ଗ ଝାଡ଼ଗ୍ରାମରୁ ଏଭଳି ଏକ ଖବର ଆସିଛି ଯାହାକୁ ଶୁଣିଲେ ହୃଦୟ ବିଦାରି ହୋଇଯିବ । ସେଠାରେ ଲୋକମାନେ ଏକ ଗର୍ଭବତୀ ହାତୀକୁ ପୋଡ଼ି ମାରି ଦେଇଥିବାର ଖବର ସୋସିଆଲ ମିଡିଆରେ ଘୂରି ବୁଲୁଛି । ଖାଲି ସେତିକି ନୁହେଁ ଏହି ଘଟଣାର ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ଯାହାକୁ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସଙ୍କ ଭିତରେ ପ୍ରବଳ ଆକ୍ରୋଶ ଦେଖା ଯାଇଛି । ଏହାକୁ ବର୍ତ୍ତମାନ ବନ ବିଭାଗ ଯାଞ୍ଚ କରୁଛି ।

ସୂଚନା ଅନୁସାରେ ଏକ ପାଞ୍ଚଟିକିଆ ହାତୀ ପଲ ଗତ ଗୁରୁବାର ଦିନ ଝାଡ଼ଗ୍ରାମ ଜନବସତି ଅଞ୍ଚଳକୁ ପଶି ଆସିଥିଲେ । ହାତୀ ଆକ୍ରମଣରେ ଜଣେ ଲୋକର ମଧ୍ୟ ମୃତ୍ୟୁ ହୋଇଥିଲା । ଏହାପରେ ସ୍ଥାନୀୟ ପ୍ରଶାସନ ଏବଂ ବନ ବିଭାଗ କର୍ମଚାରୀମାନେ ହାତୀଙ୍କୁ ଜଙ୍ଗଲ ମଧ୍ୟକୁ ଘଉଡ଼ାଇବା ପାଇଁ ପ୍ରୟାସ କରିଥିଲେ । ତେବେ ହାତୀ ପଲ ଜଙ୍ଗଲ ଆଡ଼କୁ ନଯାଇ ନିକଟସ୍ଥ ରାଜ୍‌ କଲେଜ ଭିତରକୁ ପଶି ଯାଇଥିଲେ । ଏହା ପରେ ଗୋଟିଏ ହାତୀ ଉପରକୁ ନିଆଁ ହୁଳା ଫିଙ୍ଗା ଯାଇଥିଲା । ଯିଏ ଯନ୍ତ୍ରଣାରେ ଚିତ୍କାର କରି ଦୌଡୁଥିବା ଭିଡିଓରେ ଦେଖା ଯାଇଛି । ପରେ ସେହି ଜଳନ୍ତା ଅବସ୍ଥାରେ ରାସ୍ତା ଉପରେ ପଡ଼ି ମରି ଯାଇଥିଲା ହାତୀଟି ।

ସ୍ଥାନୀୟ ଲୋକେ ହାତୀକୁ ଜାଳି ଦେଇଥିବା କୁହାଯାଉଥିବା ବେଳେ ଲୋକେ କହୁଛନ୍ତି ବନ କର୍ମଚାରୀଙ୍କ ନିଆଁ ହୁଳା ହାତୀ ଦେହରେ ଲାଗି ହାତୀଟି ଜଳି ଯାଇଥିଲା । ଗର୍ଭବତୀ ଥିବାରୁ ମାଈ ହାତୀଟି ଭଲ ଭାବେ ଚାଲି ପାରୁନଥିଲା ।… ତେବେ ଏକାଣ୍ଡ ଯିଏ କରୁ ନା କାହିଁକି ବର୍ବରତାର ସୀମା ଲଂଘିଛି । … କୋଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଘଟଣା ପରେ ହାତୀ ହତ୍ୟା ଘଟଣା ଏବେ ଚର୍ଚ୍ଚା ପାଲଟିଛି ।

You might also like