ଦେଶ ବିଦେଶ

ବାଟ ଚାହିଁ ରହିଥିଲା ଗର୍ଭବତୀ ପତ୍ନୀ, କିନ୍ତୁ ଘରକୁ ଫେରିଲା ସ୍ୱାମୀର ଶବ

ଚାତକ ଭଳି ସ୍ୱାମୀଙ୍କ ବାଟ ଚାହିଁ ରହିଥିଲା ଗର୍ଭବତୀ ସ୍ତ୍ରୀ । ହେଲେ ଘରକୁ ଫେରିଲା ସ୍ୱାମୀର ଶବ । ଘରକୁ ଫେରୁଥିବା ସ୍ବାମୀ ବାଟରେ ହିଁ ଚାଲିଗଲେ ଅଫେରା ରାଇଜକୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ । ଦୀର୍ଘ ୬ ମାସ ପରେ ଘରକୁ ଫେରୁଥିଲେ ସ୍ୱାମୀ । କେତେ ଆଶାରେ ଆସିବା ବାଟ ଚାହିଁ ରହିଥିଲେ ପରିବାର ଲୋକ । ହେଲେ ସବୁ ଆଶା ବାଟରେ ହିଁ ମଉଳି ଗଲା । ଘରକୁ ଫେରିଲେନି ସ୍ୱାମୀ, ଫେରିଲା ତାଙ୍କ ଶବ । ଏକଥା ଶୁଣିବା ପରେ ଘରେ ହାହାକାର ଖେଳିଯିବା ସହ ଗଭୀର ମାନସିକ ଆଘାତ ପାଇ ସଂଜ୍ଞାହୀନ ହୋଇପଡିଥିଲେ ସ୍ତ୍ରୀ ।

ଉତ୍ତରପ୍ରଦେଶ ବାନ୍ଦାରେ ଏଭଳି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ୨୫ ବର୍ଷିୟ ସୁଜନ ଭାନ୍ ଘରର ଜଣେ ବୋଲି ରୋଜଗାରିଆ ପୁଅ । ଅହମଦାବାଦରେ ରହି କାମ କରୁଥିଲେ । କାମ କରି ଯାହା କିଛି ପଇସା ଘରକୁ ପଠାଉଥିଲେ ସେଥିରେ ଘର ଚଳୁଥିଲା । ୬ ମାସ ପରେ ଗର୍ଭବତୀ ସ୍ତ୍ରୀଙ୍କ ଡେଲିଭରୀ ପାଇଁ ଘରକୁ ଫେରୁଥିଲେ ସୁଜନ୍ ।

ରବିବାର ବାନ୍ଦା ସ୍ଥିତ ନିଜ ଘରକୁ ବାରାଣାସୀ- ଅହମଦାବାଦ୍ ଏକ୍ସପ୍ରେସରେ ଫେରୁଥିଲେ । ହେଲେ ବାଟରେ ତାଙ୍କର ରକ୍ତ ବାନ୍ତି ହୋଇଥିଲା ଏବଂ ସେ ବେହୋସ୍ ହୋଇଯାଇଥିଲେ । ପାଖ ଯାତ୍ରୀ ଏହା ରେଲୱେ ପୁଲିସକୁ ଖବର ଦେବା ପରେ ପରବର୍ତ୍ତୀ ଷ୍ଟେସନରେ ମହୋବା ଷ୍ଟେସନରେ ତାଙ୍କୁ ଓହ୍ଲାଯାଇ ରେଲୱେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସକୁ ମୃତକଙ୍କ ପକେଟରୁ ଅହମଦାବାଦରୁ ବାନ୍ଦା ଯାଉଥିବା ଟିକେଟ ମିଳିଲା । ଡକ୍ୟୁମେଣ୍ଟ ଆଧାରରେ ତାଙ୍କର ଘର ଠିକଣା ମିଳିଥିଲା ।

ରେଲୱେ ପୁଲିସ ଯୋଗାଯୋଗ କରି ସୁଜନଙ୍କ ପରିବାରକୁ ତାଙ୍କ ମୃତ୍ୟୁର ଖବର ଦେବା ପରେ ପରିବାରରେ କାନ୍ଦବୋବାଳି ପଡିଥିଲା । ଏହା ତାଙ୍କ ସ୍ତ୍ରୀଙ୍କ ପାଇଁ ଅସହ୍ୟ ଥିଲା । କାରଣ ପୂର୍ବରୁ ତାଙ୍କ ଜୀବନରେ ଅନେକ କଷ୍ଟ ଆସିସାରିଥିଲା । ପୂର୍ବରୁ ସୁଜନଙ୍କ ଦୁଇ ପିଲାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହା ଥିଲା ତାଙ୍କର ତୃତୀୟ ସନ୍ତାନ । ଆଉ କେଇଟା ଦିନ ପରେ ଘରକୁ ପିଲାଟିଏ ଆସିଥାନ୍ତା । ଘର ହସଖୁସିରେ ଫାଟିପଡିଥାନ୍ତା । ହେଲେ ତା ପୂର୍ବରୁ ଘରେ ଖେଳିଗଲା ଦୁଃଖର କଳା ବାଦଲ । ସନ୍ତାନ ମୁହଁ ଦେଖିବା ପୂର୍ବରୁ ହିଁ ଚାଲିଗଲେ ସୁଜନ୍ । ଏବେ ତାଙ୍କ ଭର୍ଗବତୀ ପତ୍ନୀ ମାନସିକ ଆଘାତ ପାଇ ଅସୁସ୍ଥ ହୋଇପଡିଛନ୍ତି ।

ସୁଜନଙ୍କ ଘରଲୋକେ ତାଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ବରଂ ତାଙ୍କୁ କିଏ ବିଷ ଦେଇଦେଇଛି ବୋଲି ଅଭିଯୋଗ କରିଛନ୍ତି । କେହି ତାଙ୍କୁ କିଛି ଦେଇଥିବାରୁ ତାଙ୍କର ପ୍ରଥମେ ରକ୍ତବାନ୍ତି ପରେ ମୃତ୍ୟୁ ହୋଇଛି । ତେଣୁ ଏହି ଘଟଣାର ସଠିକ ତଦନ୍ତ କରିବାକୁ ଦାବି କରିଛନ୍ତି ପରିବାର। ଅନ୍ୟପଟେ ରେଲୱେ ପୁଲିସ ସୁଜନଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଆଗାମୀ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Pritiparna

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

11 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

39 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

58 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago