ଦେଶ ବିଦେଶ

ଗୁପ୍‌ଚୁପ୍‌ ଧରି ଘରେ ପହଞ୍ଚିଲା ସ୍ୱାମୀ…ତ ବାଥ୍‌ରୁମରେ ମିଳିଲା ଗର୍ଭବତୀ ସ୍ତ୍ରୀର ଶବ! ବାଲ୍‌କୋନୀରେ ବନ୍ଦ ଥିଲା ବୁଢ଼ୀ ମା’

ଗାଜିଆବାଦର ସାହିବାବାଦରେ ଜଣେ ଗର୍ଭବତୀ ମହିଳାଙ୍କୁ ଘରେ ପଶି ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି। ଦୁର୍ବୃତ୍ତମାନେ ତାରରେ ମହିଳାଙ୍କ ଗଳା ଚିପି ହତ୍ୟା କରିଛନ୍ତି। ଏହା ପୂର୍ବରୁ ଘରେ ଥିବା ବୃଦ୍ଧା ମହିଳାଙ୍କୁ ସେମାନେ ବାଲ୍‌କୋନୀରେ ବନ୍ଦ କରି ଦେଇଥିଲେ। ପୋଲିସ ଏ ସମ୍ପର୍କରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସ ସୂଚନା ମୁତାବକ, ଡିଏଲ୍‌ଏଫ୍‌ କଲୋନୀ  ସ୍ଥିତ ଆଶୀର୍ବାଦ ଆପାର୍ଟମେଣ୍ଟ ବିଲ୍ଡିଂର ଘର ନମ୍ବର ୧୭ ବ୍ଲକ୍‌ ଏ-୩୧ରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି। ଏଠାରେ ରହୁଥିବା ସନ୍ତୋଷ କୁମାର ନାମକ ବ୍ୟକ୍ତି ସବୁଦିନ ଭଳି ଶୁକ୍ରବାର ନିଜ ଅଫିସ୍‌ ପଳାଇଥିଲେ। ଘରେ ତାଙ୍କର ୨୦ ବର୍ଷୀୟା ସ୍ତ୍ରୀ ସନ୍ତୋଷୀ ଓରଫ୍‌ ସୋନୁ ଏବଂ ବୃଦ୍ଧା ମା’ ଥିଲେ।

ରାତିରେ ଯେତେ ବେଳେ ସନ୍ତୋଷ ବଜାରରୁ ସ୍ତ୍ରୀଙ୍କ ପାଇଁ ଗୁପ୍‌ଚୁପ ଧରି ଫେରିଥିଲେ, ତ ଘରେ ପାଓ୍ଵାର କଟ୍‌ ହୋଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ମା’ଙ୍କ ପାଟି ଶୁଣି ସନ୍ତୋଷ ତାଙ୍କୁ ବାଲ୍‌କୋନୀରୁ ଉଦ୍ଧାର କରିଥିଲେ। ଆଉ ଏପଟେ ସ୍ତ୍ରୀର ଶବ ଘରର ବାଥ୍‌ରୁମ ଭିତରେ ପଡ଼ିଥିବାର ଦେଖିବାକୁ ପାଇଥିଲେ। ଇଲେକ୍ଟ୍ରି ତାରରେ ତାଙ୍କ ତଣ୍ଟି ଚିପା ଯାଇଥିଲା। ସେପଟେ ଆଲ୍‌ମିରାର ଜିନିଷପତ୍ର ଗୁଡ଼ିକ ମଧ୍ୟ ଏଣେ ତେଣେ ପଡ଼ିଥିଲା। ସନ୍ତୋଷଙ୍କ କହିବା ହେଲା, ତାଙ୍କ ସ୍ତ୍ରୀ ମାସକର ଗର୍ଭବତୀ ଥିଲେ। ତେବେ ମହିଳାଙ୍କ ସ୍ୱାମୀ ଉପର ଫ୍ଲାଟ୍‌ରେ ରହୁଥିବା ଶ୍ରମିକ ଏବଂ ତାଙ୍କ ଠିକାଦାର ବିପିନଙ୍କ ଉପରେ ହତ୍ୟା ଓ ଲୁଟ୍‌ ଅଭିଯୋଗ ଆଣିଛନ୍ତି।

ଘଟଣା ଆଖପାଖ ଅଞ୍ଚଳରେ ପ୍ରଘଟ ହୋଇଯିବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ସିଟି ଏସ୍‌ପି ଏବଂ ଗାଜିଆବାଦ ଟ୍ରାନ୍ସ ହିଣ୍ଡନର ଏସ୍‌ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏସ୍‌ଏସ୍‌ପିଙ୍କ କହିବା ହେଲା, ସନ୍ଧ୍ୟା ସମୟରେ କାମରୁ ଘରକୁ ଫେରିଥିବା ମହିଳାଙ୍କ ସ୍ୱାମୀ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ମହିଳାଙ୍କ ଶବ ବାଥ୍‌ରୁମରେ ପଡ଼ିଥିବାର ମିଳିଥିଲା ଏବଂ ଘରର ଆଲମିରା ଓ ଲକର୍‌ ଭଙ୍ଗା ଯାଇଥିଲା। ପ୍ରାଥମିକ ତଦନ୍ତରୁ ଲୁଟ୍‌ ଉଦ୍ଦେଶ୍ୟରେ ଏହି ହତ୍ୟା ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ସିଟି ଏସ୍‌ପିଙ୍କ ନେତୃତ୍ୱରେ ଏକ ପୋଲିସ ଟିମ୍‌ ସେଠାରେ ପହଞ୍ଚି ଘଟଣାର ଯାଞ୍ଚରେ ଲାଗି ପଡ଼ିଛି। ସେପଟେ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠା ଯାଇଥିବା ବେଳେ ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago