ଦେଶ ବିଦେଶ

ଜୀବନ ହାରିବାକୁ ଛାତ ଉପରୁ ଡେଇଁଲା ପ୍ରେମିକା, ଅଣ୍ଟା ହାଡ଼ ଭାଙ୍ଗି ହସପିଟାଲରେ

ବରେଲି : ଘର ଲୋକ ସେମାନଙ୍କ ମିଳାମିଶାକୁ ପସନ୍ଦ କଲେନି । ସେମାନଙ୍କ ପ୍ରେମକୁ ସ୍ୱୀକୃତି ଦେଲେ ନାହିଁ । ତେଣୁ ପ୍ରେମୀ ଯୁଗଳ କଣ କଲେ ଆସନ୍ତୁ ଏ ଖବରରୁ ଜାଣିବା । ଘଟଣା ହେଉଛି ଉତ୍ତର ପ୍ରଦେଶ ରାୟବରେଲି ଅଞ୍ଚଳର । ଘର ଲୋକ ଯେତେବେଳେ ବିରୋଧ କଲେ ବିଳମ୍ବିତ ରାତିରେ ପ୍ରେମିକା ଓ ପ୍ରେମିକ ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ତେଣୁ ଦୁଇ ମହଲା କୋଠା ଉପରକୁ ଚଢ଼ି ଗଲେ । ସେମାନେ ଛାତ ଉପରୁ ଡେଇଁବାକୁ ଉଦ୍ୟମ କଲା ବେଳେ ପ୍ରେମିକାର ଘର ଲୋକେ ପ୍ରେମିକକୁ ଧରି ପକାଇଲେ । ହେଲେ ପ୍ରେମିକା ନିଜ ପ୍ରେମିକର ନାଁ ଧରି ଜୋର୍‌ରେ ପାଟି କରି କହିଲା ‘ଆଜମ କେବଳ ମୋର’ । ଏତିକି କହି ଛାତ ଉପରୁ ଡେଇଁ ପଡ଼ିଲା । ଫଳରେ ତାର ଅଣ୍ଟା ଭାଙ୍ଗି ଯାଇଛି । ଗୁରୁତର ଅବସ୍ଥାରେ ତାକୁ ଏକ ହସପିଟାଲରେ ଭର୍ତ୍ତି କରାଯାଇଛି । ଡାକ୍ତର କହୁଛନ୍ତି ସେ ଆଉ ବିଛଣାରୁ ଉଠିବା ସମ୍ଭାବନା କମ୍‌ । ଅନ୍ୟପଟେ ପ୍ରେମିକକୁ ପ୍ରେମିକା ଘର ଲୋକେ ପୋଲିସ୍‌ରେ ଦେଇଛନ୍ତି ।

ଯାହା ସୂଚନା ମିଳିଛି ବରାଦରୀ ଥାନା ଅଞ୍ଚଳରେ ଏହି ପ୍ରେମୀ ଯୁଗଳ ଗତ ପାଞ୍ଚ ବର୍ଷ ଧରି ପ୍ରେମ ସମ୍ପର୍କରେ ଥିଲେ । ଏହାକୁ ଉଭୟ ପରିବାର ବିରୋଧ କରିଆସୁଥିଲେ । ତେବେ ପୁଅ ଝିଅଙ୍କ ଜିଦ୍‌ ଆଗରେ ହାର୍‌ ମାନିବା ପରେ ଦୁହିଙ୍କ ବିବାହ ପାଇଁ ରାଜି ହୋଇଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ କୌଣସି ଘଟଣାକୁ ନେଇ ବାହାଘର ଭାଙ୍ଗି ଗଲା। ତଥାପି ସେମାନେ ସମ୍ପର୍କରେ ଥିଲେ ଏବଂ ବାହା ହେବାକୁ ଚାହୁଁଥିଲେ । ଶେଷରେ ଆଉ କିଛି ବାଟ ନପାଇ ଆତ୍ମହତ୍ୟା କରିବାକୁ ସ୍ଥିର କଲେ । ଘଟଣା ଦିନ ରାତିରେ ଦୁହେଁ ପ୍ରେମିକା ଘର ଛାତ ଉପରେ ଏକାଠି ହୋଇଥିଲେ । ବହୁ ସମୟ ଧରି କଥାବାର୍ତ୍ତା ହେବା ସହ କାନ୍ଦିଥିଲେ । ତା ପରେ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ଏଇ ନିଷ୍ପତ୍ତି ଏବେ ଏହି ପ୍ରେମୀ ଯୁଗଳ ପାଇଁ ଭାରୀ ପଡ଼ିଛି ।

 

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

7 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

32 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

36 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

39 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

44 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

56 mins ago