ବିବାହରେ ମାତା ପିତାଙ୍କ ଠାରୁ କନ୍ୟାକୁ ଦିଆଯାଇଥିବା ଉପହାର ଯୌତୁକ ନୁହେଁ : କେରଳ ହାଇକୋର୍ଟ

ନୂଆଦିଲ୍ଲୀ : ଭାରତରେ ଯୌତୁକ ପ୍ରଥାକୁ ଅଭିଶାପ ଭାବରେ ଦେଖାଯାଏ, ଯେଉଁଥିପାଇଁ ହଜାର ହଜାର ଝିଅ ମାନଙ୍କୁ ବିବାହ ପରେ ନିର୍ଯ୍ୟାତନାର ଶିକାର ହେବାକୁ ପଡିଥାଏ । ଏପରିକି ଅନେକ ଝିଅ ଯୌତୁକ ନ ଆଣିଥିଲେ ହତ୍ୟା କରାଯାଏ ଓ କେତେକଙ୍କୁ ସ୍ୱାମୀ ଏବଂ ଶାଶୁମାନେ ପରିତ୍ୟାଗ କରଥାନ୍ତି। ଏହା ସହିତ, କେଉଁ ଜିନିଷକୁ ଯୌତୁକ ବର୍ଗରେ ରଖାଯାଇପାରିବ ସେନେଇ ଏକ ବିତର୍କ କରାଯାଇଛି । ବିବାହ ସମୟରେ ଝିଅର ପିତାମାତାଙ୍କ ଠାରୁ ଆସୁଥିବା ଉପହାରକୁ ମଧ୍ୟ ଯୌତୁକ ଶ୍ରେଣୀରେ ରଖିବା ଉଚିତ କି ନୁହେଁ ?ସେ ନେଇ ବର୍ତ୍ତମାନ କେରଳ ହାଇକୋର୍ଟ ଏହା ଉପରେ ସ୍ପଷ୍ଟ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ବିବାହ ସମୟରେ ଝିଅକୁ ତାଙ୍କ ସୁଖମୟ ଜୀବନ ପାଇଁ ଦିଆଯାଇଥିବା ଉପହାର ଯୌତୁକ ନିଷେଧ ଅଧିନିୟମ, ୧୯୬୧ ଆଧାରରେ ଯୌତୁକ ବୋଲି ଧରାଯିବ ନାହିଁ ।

ସିଙ୍ଗଲ୍ ଜଜ୍ ବେଞ୍ଚ ଏକ ଆବେଦନ ଉପରେ ବିଚାର କରୁଥିବା ସମୟରେ ଏହିଭଳି ଏକ ବୟାନ ଦେଇଛନ୍ତି । କୋଲାମ ଜିଲ୍ଲା ଯୌତୁକ ନିଷେଧାଦେଶକଙ୍କ ଦ୍ୱାରା ଜାରି କରାଯାଇଥିବା ଆଦେଶ ବିରୋଧରେ କୋର୍ଟ ଆବେଦନ ଉପରେ ଶୁଣାଣି କରିଛନ୍ତି। ଜିଲ୍ଲା ଯୌତୁକ ନିଷେଧ ଅଧିକାରୀ କନ୍ୟାର ପିତାମାତାଙ୍କ ଦ୍ୱାରା ଉପହାର ଭାବରେ ଦିଆଯାଇଥିବା ଅଳଙ୍କାର ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଇନ ଅନୁଯାୟୀ, କନ୍ୟାର ପିତାମାତା ସେମାନଙ୍କ ଇଚ୍ଛାରେ ଉପହାର ଦେଇଥିବା ସୁନା ଅଳଙ୍କାର ଯୌତୁକ ଅଧୀନରେ ଆସେ ନାହିଁ । ଆବେଦନକାରୀ ଯୁକ୍ତି ବାଢ଼ିଛନ୍ତି ଯେ ଯୌତୁକ ନିଷେଧ ଅଧିକାରୀଙ୍କ ପାଖରେ ଏଥିରେ ହସ୍ତକ୍ଷେପ କିମ୍ବା ନିର୍ଦ୍ଦେଶ ଜାରି କରିବାର କୌଣସି ପ୍ରକାର ଅଧିକାର ନାହିଁ।

ବିଚାରପତି ଜଷ୍ଟିସ ଏମଆର ଅନୀତା ଯୌତୁକ ନିଷେଧ ଅଧିକାରୀଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହା ସ୍ପଷ୍ଟ ହୋଇନଥିଲା ଯେ, କଣ ଅଧିକାରୀ ଯାଞ୍ଚ କରିଥିଲେ ? ଏଥିସହିତ ଏହା ମଧ୍ୟ ସ୍ପଷ୍ଟ ହୋଇନଥିଲା କି ମିଳିଥିବା ଗହଣା ସବୁ ଯୌତୁକ ଆକାରରେ ଦିଆଯାଇଥିଲା ନା ଉପହାର ଆକାରରେ ? ମହିଳା ଜଣକ କହିଥିଲେ ଯେ ବିବାହ ପାଇଁ ପାଇଥିବା ୫୫ ଟି ସୁନା ଅଳଙ୍କାର ତାଙ୍କୁ ଫେରାଇ ଦିଆଯାଉ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଳଙ୍କାରଗୁଡିକ ସମବାୟ ବ୍ୟାଙ୍କର ଏକ ଲକରରେ ରଖାଯାଇଥିଲା । ଆବେଦନକାରୀ କହିଛନ୍ତି ଯେ ସେ ଲକରରେ ରଖାଯାଇଥିବା ଅଳଙ୍କାର ଏବଂ ବିବାହ ସମୟରେ ବର ପରିବାର ତାଙ୍କୁ ଦେଇଥିବା ହାର ମହିଳା ଫେରିପାଇବେ। ମହିଳା ଜଣକ ଏଥିରେ ରାଜି ପରେ ମାମଲା ଶେଷ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.