ଦେଶ ବିଦେଶ

ଓଡିଶାବାସୀଙ୍କୁ ଉତ୍କଳ ଦିବସରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ, ଓଡିଆ ଭାଷାରେ କଲେ ଟ୍ଵିଟ୍‌

ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ପ୍ରମୁଖ ସୁଖ ସମୃଦ୍ଧି କାମନା କରି ଶୁଭେଚ୍ଛା ଜଣାଇଛନ୍ତି। ଏମାନେ ସମସ୍ତେ ଓଡିଆରେ ଟ୍ଵିଟ୍‌ କରି ଜଣାଇଛନ୍ତି ।

ଓଡ଼ିଆରେ ଟ୍ଵିଟ୍‌ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଓଡ଼ିଶା ଦିବସ ଅବସରରେ ମୁଁ ପ୍ରିୟ ଦେଶବାସୀଙ୍କୁ ବିଶେଷକରି ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ପ୍ରଚୁର ପ୍ରାକୃତିକ ସମ୍ପଦ ଏବଂ ଦକ୍ଷ ଓ କର୍ମଠ ଲୋକଶକ୍ତି ଆଧାରରେ ଓଡ଼ିଶା, ଆମ ଅର୍ଥବ୍ୟବସ୍ଥାର ଗ୍ରୋଥ୍ ଇଞ୍ଜିନ ହେବାର ସାମର୍ଥ୍ୟ ବହନ କରେ। ମୁଁ ଓଡ଼ିଶାର ଭାଇ ଓ ଭଉଣୀ ମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଆ ଭାଷାରେ ଟ୍ଵିଟ୍‌ କରି ଲେଖିଛନ୍ତି, ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା । ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର । ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ଵିଟ୍‌ କରି କହିଛନ୍ତି, ଉତ୍କଳ ଦିବସରେ ମୁଁ ଓଡ଼ିଶାର ଭଉଣୀ ଏବଂ ଭାଇମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ପ୍ରାଚୀନ ମନ୍ଦିର, ସମୃଦ୍ଧ ସାଂସ୍କୃତିକ ଐତିହ, ସୁନ୍ଦର ହୃଦୟର ଲୋକ ଏବଂ ସବୁଜିମାରେ ଭରପୁର ଜଙ୍ଗଲ ସହିତ ଓଡ଼ିଶା ଭାରତର ସ୍ଵାଭିମାନର ମୁକୁଟ ଉପରେ ଶୋଭା ପାଉଥିବା ଏକ ଅମୂଲ୍ୟ ରତ୍ନ । ମହାପ୍ରଭୁ ଜଗନ୍ନାଥ ରାଜ୍ୟକୁ ସୁଖ ଓ ସମୃଦ୍ଧତା ଆଶୀର୍ବାଦ କରନ୍ତୁ।

Swagatika

Recent Posts

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୪ ମୃତ, ୪ ଗୁରୁତର

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ବଜ୍ରପାତରେ ୪ ଜଣଙ୍କ ଜୀବନ ଯାଇଛି । କରଞ୍ଜିଆର ମହୁଲଡିହା ଥାନା କୁଇଲିପାଳ…

53 mins ago

୬ ମାସ ପାଇଁ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ୍‌, ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ଦେଲେ କାରଣ

ଭୁବନେଶ୍ବର : ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ୍‌ ୬ ମାସ ପାଇଁ…

2 hours ago

ପ୍ରସ୍ତୁତ ହେଲାଣି ଜନତା ମୈଦାନ, ୧୦ ରେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତ ହେଲାଣି ଜନତା ମୈଦାନ । ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ…

3 hours ago

ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ ଚେଷ୍ଟା କଲେ ନୀତୀଶ କୁମାର, ମୋଦି ଧରି ପକାଇଲେ ହାତ

ଏନ୍‌ଡିଏ ସଂସଦୀୟ ଦଳ ବୈଠକରେ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଜୋର୍‌ଦାର ଭାଷଣ ଦେଇଥିଲେ । ସେ ନରେନ୍ଦ୍ର ମୋଦିଙ୍କୁ…

3 hours ago

ଜୀବନକୁ ବାଜି ଲଗାଇ ରିଲ୍‌ କରିବା ମହିଳାଙ୍କୁ ପଡିଲା ଭାରୀ, ଘଟଣାସ୍ଥଳରେ ଚାଲିଗଲା ପ୍ରାଣ

ଏବେ ଲୋକମାନଙ୍କର ସୋସିଆଲ ମିଡିଆରେ ଭାଇରାଲ ହେବା ନିଶା ପ୍ରବଳ । ସେଥିପାଇଁ ରିଲ୍‌ ତିଆରି ଆରମ୍ଭ କରିଛନ୍ତି ଲୋକମାନେ…

3 hours ago

ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ଏସଆରସିଙ୍କ ଦ୍ବିତୀୟ ତଦନ୍ତ ବୈଠକ

ପୁରୀ : ପୁରୀ ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି । ଶ୍ରୀକ୍ଷେତ୍ରରେ ଭଉଁରୀଯାତ୍ରା ବେଳେ ବାଣ…

3 hours ago