ଦେଶ ବିଦେଶ

ନାରୀ ଶକ୍ତି ବନ୍ଦନ ଅଧିନିୟମକୁ ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଇନରେ ପରିଣତ ହେଲା ମହିଳା ବିଲ୍‌

ମହିଳା ସଂରକ୍ଷଣ ବିଲ୍‌ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ମିଳିଛି ରାଷ୍ଟ୍ରପତିଙ୍କ ମଞ୍ଜୁରି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଏହାକୁ ଅନୁମୋଦନ କରିବା ପରେ ଏହା ଆଇନରେ ପରିଣତ ହୋଇଛି। ଏହି ମହିଳା ସଂରକ୍ଷଣ ବିଲ୍‌ ସେପ୍ଟେମ୍ବର ୨୦ରେ ଲୋକସଭା ଏବଂ ୨୧ରେ ରାଜ୍ୟସଭାରେ ପାରିତ ହୋଇଥିଲା।

ଆଇନରେ ପରିଣତ ହେବା ପାଇଁ କୌଣସି ବି ବିଲ୍‌ ସଂସଦର ଉଭୟ ଗୃହରେ ପାସ୍‌ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ଯାଇଥାଏ।

ମହିଳା ସଂରକ୍ଷଣ ଆଇନ ଲାଗୁ ହେବା ପରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ବିଲ୍‌ ସଂସଦରେ ପାସ୍‌ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ ଲିଙ୍ଗଗତ ଆଇନ ପାଇଁ ଏହା ଆମ ସମୟର ସବୁଠାରୁ ପରିବର୍ତ୍ତନକାରୀ କ୍ରାନ୍ତି ହେବ।

କେନ୍ଦ୍ର ସରକାର ନିକଟରେ ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ। ଏହି ସମୟରେ ଦୁଇଟି ଐତିହାସିକ କାମ ହୋଇଥିଲା। ପ୍ରଥମତଃ ପୁରୁଣା ସଂସଦ ଭବନରୁ ନୂତନ ସଂସଦ ବିଲ୍ଡିଂକୁ କାର୍ଯ୍ୟ ସ୍ଥାନାନ୍ତର ହୋଇଥିଲା ଏବଂ ଦ୍ୱିତୀୟରେ ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ ହୋଇଥିଲା।

ଭୋଟିଂ ଜରିଆରେ ଲୋକସଭାରେ ପାସ୍‌ ହୋଇଥିଲା ମହିଳା ସଂରକ୍ଷଣ ବିଲ୍‌। ବିଲ୍‌ ସପକ୍ଷରେ ୪୫୪ଟି ଭୋଟ୍‌ ହୋଇଥିବା ବେଳେ ବିପକ୍ଷରେ ପଡ଼ିଥିଲା ମାତ୍ର ୨ଟି ଭୋଟ୍‌। ଭୋଟିଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ଥିଲେ। କହି ରଖୁଛୁ, ମହିଳାଙ୍କ ପାଇଁ ସଂରକ୍ଷଣର ଅବଧି ୧୫ ବର୍ଷ ପାଇଁ ଲାଗୁ ହେବ।

Roshni

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

24 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

34 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

2 hours ago