‘ବାହୁବଳୀ’ ଅବତାରରେ ନଜର ଆସିଲେ ଟ୍ରମ୍ପ, ଟ୍ଵିଟ୍‌ କରି ଦେଲେ ଏଭଳି ପ୍ରତିକ୍ରିୟା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ୨୪ ତାରିଖରେ ସେ ଅହମ୍ମଦାବାଦ ଏବଂ ତାଜମହଲ ଯିବାର କାର୍ଯ୍ୟକ୍ରମ ରହିଥିବାବେଳେ ୨୫ ତାରିଖରେ ଦିଲ୍ଲୀରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଭାରତ ଗସ୍ତର କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଭାରତକୁ ଆସିବାକୁ ନେଇ ବହୁତ ଉତ୍ସାହିତ ରହିଛନ୍ତି ବୋଲି ଟ୍ଵିଟ୍‌ କରି ଜଣାଇଛନ୍ତି। ଏହି ଅବସରରେ ଟ୍ରମ୍ପ ଏକ ଟ୍ୱିଟକୁ ରିଟ୍ୱିଟ କରିଛନ୍ତି | ଏହି ଭିଡିଓରେ ସୁପରହିଟ ଫିଲ୍ମ ବାହୁବଳୀର ଅଭିନେତା ପ୍ରଭାସଙ୍କ ଦୃଶ୍ୟ ସହ ଟ୍ରମ୍ପଙ୍କୁ ଯୋଡାଯାଇଛି | ଏହି ଭିଡିଓରେ ଟ୍ରମ୍ପଙ୍କୁ ବାହୁବଳୀ ଅବତାରରେ ଦେଖିବାକୁ ମିଳିଛି | ଭିଡିଓରେ ଟ୍ରମ୍ପଙ୍କ ସହ ତାଙ୍କ ଝିଅ, ପତ୍ନୀ ଓ ଜ୍ୱାଇଁଙ୍କୁ ମଧ୍ୟ ଦେଖିବାକୁ ମିଳିଛି | ଯାହା ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ୨୪ ତାରିଖରେ ଅହମ୍ମବାଦାବ ବିମାନ ବନ୍ଦରରେ ପହଞ୍ଚି ସେଠାରୁ ଏକ ବିରାଟ ରୋଡସୋ’ରେ ମୋଟେରା ଷ୍ଟାଡିୟମକୁ ଯିବେ। ରାସ୍ତାରେ ତାଙ୍କୁ କୋଟିରୁ ଉର୍ଦ୍ଧ୍ୱ ଲୋକ ସମ୍ବର୍ଦ୍ଧନା ଜ୍ଞାପନ କରିବେ। ଏହାକୁ ନେଇ ଟ୍ରମ୍ପ ନିଜେ ଉତ୍ସାହିତ ଅଛନ୍ତି।