ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ

ନୂଆବର୍ଷ ୨୦୨୫ ସମଗ୍ର ବିଶ୍ବ ଉତ୍ସବମୁଖର ହୋଇଉଠିଛି । ଦେଶର କୋଣ ଅନୁକୋଣରେ ନୂଆବର୍ଷ ସେଲିବ୍ରେସନ କରୁଛନ୍ତି । ରାତିରୁ ଲୋକେ ପରସ୍ପରକୁ ଶୁଭକାମନା ଜଣାଉଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି ।

ନବ ବର୍ଷ ପାଇଁ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୦୨୫ ସମସ୍ତଙ୍କ ମନରେ ସୁଖ, ସମୃଦ୍ଧି ଓ ଆନନ୍ଦ ଭରିଦେଉ । ଏହି ଅବସରରେ ଭାରତ ତଥା ବିଶ୍ବର ଉଜ୍ଜ୍ବଳ ଓ ନିରନ୍ତର ଭବିଷ୍ୟତ ଦିଗରେ ସମସ୍ତେ ଏକାଠି ହୋଇ ପ୍ରତିଶ୍ରୁତିବଦ୍ଧତାର ସହ କାର୍ଯ୍ୟ କରିବାକୁ ରାଷ୍ଟ୍ରପତି ଆହ୍ବାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆବର୍ଷ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ‘ଶୁଭମୟ ୨୦୨୫ ! ଏହି ବର୍ଷ ସମସ୍ତଙ୍କ ପାଇଁ ନୂତନ ସୁଯୋଗ, ସଫଳତା ଏବଂ ଅସୀମ ସୁଖ ଆଣିଦେଉ। ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଶୀର୍ବାଦ ପ୍ରାପ୍ତ ହେଉ ।


ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।