୭୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ୪ ଜଣଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର : ପଦ୍ମ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।  ଆଜି ୭୧ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାରୁ ପଦ୍ମ ପୁରସ୍କାର ଗ୍ରହଣ କଲେ ବିଶିଷ୍ଟ ସ୍ଥପତି ଅଦ୍ବୈତ ଗଡ଼ନାୟକ। କଳା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ତାଙ୍କୁ ପଦ୍ମ ପୁରସ୍କାର ମିଳିଛି ।

ସେହିପରି ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦ୍ଦେଶକ ପ୍ରଖ୍ୟାତ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ ମହାପାତ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି। ଭାରତୀୟ ହକି ଦଳର ପୂର୍ବତନ ଗୋଲ କିପର ଶ୍ରୀଜେଶ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି। ପଦ୍ମ ପୁରସ୍କାର ପାଇଥିବା ବ୍ୟକ୍ତିଙ୍କ ଭିତରେ ମଧ୍ୟରେ ଅଛନ୍ତି ତାମିଲ ସୁରପରଷ୍ଟାର ଅଜିତ କୁମାର, ନନ୍ଦାମୁରି ବାଲକ୍ରିଷ୍ଣା, ଶେଖର କପୁର ପ୍ରମୁକ। କ୍ରିକେଟର ଆର ଅଶ୍ବିନୀ ପଦ୍ମ ପୁରସ୍କାର ପାଇଛନ୍ତି। ସେହିପରି ବେଦିକ ସଂସ୍କୃତି ଆଧ୍ୟାତ୍ମିକତା ଉପରେ ପୁସ୍ତକ ରଚନା ପାଇଁ ଆମରିକୀୟ ଲେଖକ ଷ୍ଟିଫେନ୍ ନାକ୍ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି। ୭୬ତମ ସାଧାରଣତନ୍ତ୍ର ଦିବସ ଅବସରରେ ଜାନୁଆରୀ ୨୫ ତାରିଖରେ ପଦ୍ମ ପୁରସ୍କାର ପାଇଁ ମନୋନିତ ବ୍ୟକ୍ତିଙ୍କ ନାଁ ଘୋଷଣା କରାଯାଇଥିଲା।

ଏଥିରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ଖ୍ୟାତି ଅର୍ଜନ କରିଥିବା ୪ ଜଣ ବିଶିଷ୍ଟ ବ୍ୟକ୍ତି ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ଏହି ୪ ଜଣ ହେଲେ – ଅଦ୍ୱିତା ଚରଣ ଗଡନାୟକ, ଅଶୋକ କୁମାର ମହାପାତ୍ର, ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ।

ତେବେ ଢେଙ୍କାନାଳର ପ୍ରସିଦ୍ଧ ମୂର୍ତ୍ତିକାର ଅଦ୍ୱୈତ ଚରଣ ଗଡନାୟକଙ୍କୁ କଳା କ୍ଷେତ୍ରରେ ଓ ଏମ୍ସ ଭୁବନେଶ୍ୱରର ପୂର୍ବତନ ନିର୍ଦ୍ଦେଶକ ଡକ୍ଟର ଅଶୋକ କୁମାର ମହାପାତ୍ରଙ୍କୁ ଚିକିତ୍ସା କ୍ଷେତ୍ରରେ ତାଙ୍କର ନିଷ୍ଠା ଓ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ସେହିପରି କଳା, ସାହିତ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ସଫଳତା ପାଇଁ ଦୁର୍ଗା ଚରଣ ରଣବୀର ଏବଂ ପ୍ରତିଭା ଶତପଥୀ ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।