ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର, କର୍ତ୍ତବ୍ୟ ପଥରେ ପ୍ରଥମ ଥର ପାଇଁ ପତାକା ଉଡାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବର ମାହୋଲ । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ଆୟୋଜନ କରାଯାଇଛି । ଦିଲ୍ଲୀରେ ଜାତୀୟ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଇଜିପ୍ଟ ରାଷ୍ଟ୍ରପତି ଆବଦେଲ ଫତା ଏଲ ସିସ୍‌ ଯୋଗ ଦେଇଥିଲେ । ପରେଡରେ ଅଂଶ ଗ୍ରହଣ କରିଥିଲେ ଇଜିପ୍ଟ ମିଲିଟାରୀ । ଚଳିତ ଥର ୨୬ଟି ପ୍ରଜ୍ଞାପନ ମେଢ଼ ସାମିଲ ହେଉଛି ।

ସେଥିରୁ ୧୭ଟି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଓ ୬ଟି ବିଭିନ୍ନ ମନ୍ତ୍ରାଳୟର । ଚଳିତବର୍ଷ ସ୍ୱଦେଶୀର ସନ୍ଦେଶ ଦେବ ସ୍ଥଳସେନା । ଦିଲ୍ଲୀ କର୍ତ୍ତବ୍ୟପଥରେ ଚାଲିବ କେ-୯ ବଜ୍ର ହୋଓ୍ଵିଜର, ଏମ୍‌ବିଟି ଅର୍ଜୁନ, ନାଗ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିସାଇଲ, ବ୍ରହ୍ମୋସ ସୁପରସୋନିକ କ୍ରୁସ ମିସାଇଲ, ଆକାଶ ଏୟାର ଡିଫେନ୍ସ ଏବଂ Quick Reaction Fighting Vehicles । ଏପରିକି ୨୧ ବନ୍ଧୁକର ତୋପ ସଲାମୀ ମଧ୍ୟ ଭାରତରେ ନିର୍ମିତ ବନ୍ଧୁକରୁ ଦିଆଯିବ । ସାଧାରଣତନ୍ତ୍ର ଦିବସ ପାଇଁ ଦିଲ୍ଲୀରେ ସୁରକ୍ଷା କଡ଼ାକଡ଼ି ହୋଇଛି। ଦିଲ୍ଲୀରେ ପାଖାପାଖି ୨୭ ହଜାରରୁ ଅଧିକ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.