ବଜେଟ୍‌ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ : “୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଅଛି”

ଆଜିଠାରୁ ସଂସଦର ବଜେଟ୍‌ ଅଧିବେଶନ । ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବରେ ପାର୍ଲାମେଣ୍ଟକୁ ଏହା ତାଙ୍କର ପ୍ରଥମ ମିଳିତ ସମ୍ବୋଧନ । ପାର୍ଲାମେଣ୍ଟ ଭବନରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରମୁଖ । ଅଧିବେଶନର ପ୍ରଥମ ଦିନରେ ଆଜି ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ଆସନ୍ତାକାଲି ୨୦୨୩-୨୪ ଆର୍ଥିକ ବର୍ଷପ ସାଧାରଣ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଅଧିବେଶନର ପ୍ରଥମ ଭାଗ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ତେବେ ଆଜି ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଆସନ୍ତା ୨୦୪୭ ସୁଦ୍ଧା ଆମକୁ ଏକ ସ୍ୱର୍ଣ୍ଣିମ ଭାରତ ଗଠନ କରିବାର ଅଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ଭାରତରେ ଏବେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ଆଜି ବିଶ୍ୱରେ ଭଲ ସ୍ଥିତିରେ ରହିଛି ଭାରତ । ଭ୍ରଷ୍ଟାଚାର ବିରୋଧରେ ନିରନ୍ତର ଲଢ଼େଇ ଜାରି ରହିଛି । ବର୍ତ୍ତମାନ ସମୟରେ ପ୍ରତ୍ୟେକ ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷରେ ପହଞ୍ଚିଛି । ୨୦୪୭ ସୁଦ୍ଧା ଦେଶକୁ ଗରିବ ମୁକ୍ତ କରାଯିବ । ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ, ମଧ୍ୟମ ବର୍ଗ ମଧ୍ୟ ବୈଭବଶାଳୀ ହୁଅନ୍ତୁ ।

ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ମଧ୍ୟ ବଦଳିଛି । ଯେଉଁ ଭାରତ ପୂର୍ବରୁ ନିଜର ସମସ୍ୟା ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ ଥିଲା ଏବେ ସେହି ଭାରତ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ପାଲଟିଛି । ସବକା ସାଥ, ସବକା ବିକାଶରୁ ସରକାର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ଏଥିରେ ସବକା ବିଶ୍ୱାସ ଓ ସବକା ପ୍ରୟାସ ଯୋଡି ହୋଇଛି । ଆଉ ଏହି ମନ୍ତ୍ର ହିଁ ବିକଶିତ ଭାରତର ପ୍ରେରଣା ପାଲଟିଛି । ବିକଶିତ ଭାରତର ଅର୍ଥବ୍ୟବସ୍ଥା ଏବେ ୧୦ମ ସ୍ଥାନରୁ ଉଠି ୫ମ ସ୍ଥାନରେ ପହଞ୍ଚିଛି । ଆଜି ଭାରତରେ ଏକ ସ୍ଥିର, ନିର୍ଭୀକ, ନିର୍ଣ୍ଣାୟକ ଓ ବଡ ସ୍ୱପ୍ନ ପାଇଁ କାମ କରୁଥିବା ସରକାର ରହିଛି । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ ।

 

Leave A Reply

Your email address will not be published.