ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସାଇନାଙ୍କ ସହିତ ଖେଳିଲେ ଦମଦାର ମ୍ୟାଚ୍

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ୟାଡମିଣ୍ଟନ ଖେଳିଛନ୍ତି । ରାଷ୍ଟ୍ରପତି ଭବନର ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳୁଥିବାର ନଜର ଆସିଥିଲେ । ଏହି ମ୍ୟାଚ୍ ସମୟରେ ଦ୍ରୌପଦୀ ମୁର୍ମୁ ଜଣେ ଅଭିଜ୍ଞ ଖେଳାଳି ଭଳି ସଟ୍ ମାରିଥିଲେ । ଅନେକ ସଟ୍ ଖେଳି ସାଇନାକୁ ମାତ୍ ଦେଇଥିଲେ ରାଷ୍ଟ୍ରପତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ବୁଧବାର ଦିନ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସହ ଏକ ମ୍ୟାଚ ଖେଳିଥିଲେ । ବ୍ୟାଡମିଣ୍ଟନ କୋର୍ଟରେ ରାଷ୍ଟ୍ରପତି ଏବଂ ସାଇନା ନେହୱାଲଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଦେଖିବାକୁ ମିଳିଥିଲା । ଏନେଇ ରାଷ୍ଟ୍ରପତି ସଚିବାଳୟ ତରଫରୁ ‘ଏକ୍ସ’ରେ କିଛି ଫଟୋ ସେୟାର କରି ଲେଖିଛି, ରାଷ୍ଟ୍ରପତିଙ୍କ କ୍ରୀଡ଼ା ପ୍ରତି ସ୍ୱାଭାବିକ ଭଲପାଇବା । ରାଷ୍ଟ୍ରପତି ଭବନ ସ୍ଥିତ ବ୍ୟାଡମିଣ୍ଟନ କୋର୍ଟରେ ବହୁଚର୍ଚ୍ଚିତ ଖେଳାଳି ସାଇନା ନେହୱାଲଙ୍କ ସହ ବ୍ୟାଡମିଣ୍ଟନ ଖେଳିଥିଲେ । ରାଷ୍ଟ୍ରପତିଙ୍କ ଏହି ପ୍ରେରଣାଦାୟକ ପଦକ୍ଷେପ ଭାରତରେ ବ୍ୟାଡମିଣ୍ଟନ ଦୁନିଆରେ ଏକ ମହାଶକ୍ତି ଭାବେ ଉଭା ହେବ । ଏହା ବିଶ୍ୱସ୍ତରରେ ମହିଳା ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ ।
ରାଷ୍ଟ୍ରପତିଙ୍କ ସହିତ ବ୍ୟାଡମିଣ୍ଟନ ଖେଳିବାର ସୁଯୋଗ ମିଳିବା ପରେ ସାଇନା ନିଜର ଖୁସି ଜାହିର କରିଛନ୍ତି । ସାଇନା ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ଭାରତର ରାଷ୍ଟ୍ରପତିଙ୍କ ସହିତ ଖେଳିବା ମୋ ପାଇଁ ସମ୍ମାନ ବିଷୟ । ଏହା ମୋ ଜୀବନର ସ୍ମରଣୀୟ ଦିବସ । ଏହାସହିତ ମୋ ସହିତ ରାଷ୍ଟ୍ରପତି ବ୍ୟାଣ୍ଟମିଣ୍ଟନ ଖେଳିଥିବାରୁ ବହୁତ ବହୁତ ଧନ୍ୟବାଦ ।
ହରିୟାଣାର ୩୩ ବର୍ଷୀୟ ବ୍ୟାଡମିଣ୍ଟିନ ଷ୍ଟାର ସାଇନା ୨୦୦୮ରେ ବିଶ୍ୱ ଜୁନିଅର ଚାମ୍ପିଅନସିପ ଜିତି ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ୨୦୦୮ରେ ଅଲିମ୍ପିକ୍ସି କ୍ୱାର୍ଟର ଫାଇନାଲରେ ପହଞ୍ଚି ଥିବା ପ୍ରଥମ ଭାରତୀୟ ମହିଳା । ସାଇନା ୨୦୧୨ରେ ଅଲିମ୍ପିକ୍ସ ଖେଳିବା ବେଳେ ମହିଳା ଭାବେ ବ୍ରୋଞ୍ଜ ପଦକ ଜିତିଥଇଲେ । ସେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ୨୦ରୁ ଅଧିକ ଟାଇଟଲ ଜିତିଥିବା ବେଳେ ୨୦୧୬ରେ ପଦ୍ମ ଭୂଷଣରେ ସମ୍ମାନିତ ହୋଇଛନ୍ତି ।